Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଟିମ୍‌ରେ ହେବ ଅଦଳବଦଳ, ଉମେଶ ଯାଦବଙ୍କୁ ମିଳିବ ସୁଯୋଗ !

27/02/2021 at 9:53 PM

ଅହମ୍ମଦାବାଦ ୨୭/୦୨ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍ ସିରିଜ୍‌ର ଶେଷ ମ୍ୟାଚ୍ ମାର୍ଚ୍ଚ ୪ରୁ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଭାରତର ପ୍ରମୁଖ ବୋଲର ଜଶପ୍ରୀତ ବୁମରାହ ବ୍ୟକ୍ତିଗତ କାରଣ ଦର୍ଶାଇ ଶେଷ ଟେଷ୍ଟରୁ ବାଦ ପଡିଛନ୍ତି । ତେବେ ତାଙ୍କ ସ୍ଥାନରେ ଅହମ୍ମଦାବାଦ ଟେଷ୍ଟରେ ଉମେଶ ଯାଦବଙ୍କୁ ଦଳରେ ସାମିଲ କରାଯାଇପାରେ । ଅ​‌େ​‌ଷ୍ଟ୍ରଲିଆ ଗସ୍ତ ବେଳେ ଆହତ ହୋଇଥିବା ଉମେଶ ଯାଦବଙ୍କୁ ଇଂଲଣ୍ଡ ବିପକ୍ଷ ଶେଷ ୨ ଟେଷ୍ଟ ପାଇଁ ଦଳରେ ସାମିଲ କରାଯାଉଥିଲା ।

ମୋଟେରାରେ ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳ ୩ ଜଣ ସ୍ପିନରଙ୍କ ସହିତ ପଡିଆକୁ ଓଲ୍ଲାଇବା ପ୍ରାୟତଃ ସ୍ପଷ୍ଟ ହୋଇସାରିଛି । ରବିଚନ୍ଦ୍ରନ ଅଶ୍ବିନ ଏବଂ ଅକ୍ଷର ପଟେଲ ଶେଷ ଟେଷ୍ଟରେ ଜଲଓ୍ବା ଦେଖାଇବାକୁ ତୟାର । ସେପଟେ ଓ୍ବାଶିଂଟନ ସୁନ୍ଦରଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ତୃତୀୟ ସ୍ପିନର ଭାବେ ଦଳରେ ସାମିଲ କରାଯାଇପାରେ । ପେସର୍‌ ଭାବେ ଅଭିଜ୍ଞ ଇଶାନ୍ତ ଶର୍ମା ଦଳରେ ରହିବା ସ୍ପଷ୍ଟ । ତାଙ୍କ ସହିତ ଉମେଶ ଯାଦବଙ୍କୁ ଦଳରେ ନିଆଯାଇପାରେ ।

ତେବେ ଭାରତୀୟ ଦଳରେ ବ୍ୟାଟିଂରେ କୌଣସି ପରିବର୍ତ୍ତନ ହେବା ଆଶା କମ୍ । ରୋହିତ ଶର୍ମା ଏବଂ ଶୁଭମାନ ଗିଲ୍‌ଙ୍କ କାନ୍ଧରେ ଓପନିଂ ଭାର ରହିବ । ତାଙ୍କ ପରେ ଚେତେଶ୍ବର ପୁଜାରା, ବିରାଟ କୋହଲି ଏବଂ ଅଜିଙ୍କ୍ୟ ରାହାଣେ ରହିବେ । ଓ୍ବିକେଟ୍‌ କିପର ବ୍ୟାଟ୍ସମ୍ୟାନ୍‌ ଭାବେ ଋଷଭ ପନ୍ତ ପ୍ରଥମ ପସନ୍ଦ ।

ଚତୁର୍ଥ ଟେଷ୍ଟ ପାଇଁ ଭାରତୀୟ ଦଳ:

ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ମୟଙ୍କ ଅଗ୍ରଓ୍ବାଲ, ଶୁଭମାନ ଗିଲ୍‌, ଚେତେଶ୍ବର ପୁଜାରା, ଅଜିଙ୍କ୍ୟ ରାହାଣେ (ଉପ-ଅଧିନାୟକ), କେ. ଏଲ. ରାହୁଲ, ହାର୍ଦ୍ଧିକ ପାଣ୍ଡ୍ୟା, ଋଷଭ ପନ୍ତ (ଓ୍ବିକେଟ୍‌ କିପର), ରିଦ୍ଧିମାନ ଶାହା (ଓ୍ବିକେଟ୍‌କିପର), ରବିଚନ୍ଦ୍ରନ ଅଶ୍ବିନ, କୁଲଦୀପ ଯାଦବ, ଅକ୍ଷର ପଟେଲ, ଓ୍ବାଶିଂଟନ୍‌ ସୁନ୍ଦର, ଇଶାନ୍ତ ଶର୍ମା, ମହମ୍ମଦ ସିରାଜ୍‌ ଏବଂ ଉମେଶ ଯାଦବ

   Related Posts