୧୪ ଦିନ ପର୍ଯ୍ୟନ୍ତ କ୍ବାରାଣ୍ଟାଇନରେ ରହିବେ ୪ ଓଡିଆ କରୋନା ସନ୍ଦିଗ୍ଧ: ୩୨ ଶହରୁ ଅଧିକ ଓଡିଆ ରାଜ୍ୟକୁ ଫେରି ସାରିଲେଣି

Published By : Prameya-News7 Bureau | March 21, 2020 IST

ଭୁବନେଶ୍ବର୨୧/୩: ଭୁବନେଶ୍ବରର ତିନି ପ୍ରମୁଖ ହୋଟେଲରେ ବି କ୍ବାରେନଟାଇନ ବ୍ୟବସ୍ଥା ହୋଇଛି । ବିଦେଶରୁ ଫେରିଥିବା ୪ ଓଡିଆ କୋରନା ସନ୍ଦିଗ୍ଧ ଆଜିଠାରୁ ଏହି କ୍ବାରାଣ୍ଟାଇନରେ ଅଛନ୍ତି । କେରୋନାର ଭୟାବହତାରେ ସାରା ବିଶ୍ବ ଆତଙ୍କିତ। ଏହାକୁ ରୋକିବା ପାଇଁ ସବୁ ସ୍ତରରେ ଆରମ୍ଭ ହୋଇଛି ଉଦ୍ୟମ।

{"id":242118,"sizeSlug":"large"}

ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ବରର ତିନି ପ୍ରମୁଖ ହୋଟେଲରେ କ୍ବାରାଣ୍ଟାଇନ୍ ବ୍ୟବସ୍ଥା ହୋଇଛି। ବିଦେଶରୁ ଫେରିଥିବା ୪ ଓଡିଆ କୋରନା ସନ୍ଦିଗ୍ଧ ଆଜିଠୁ ଏହି କ୍ବାରାଣ୍ଟାଇନରେ ଅଛନ୍ତି । ଏମାନେ ୧୪ ଦିନ ପର୍ଯ୍ୟନ୍ତ କ୍ବାରାନଟାଇନରେ ରହିବେ। କରୋନା ସନ୍ଦିଗ୍ଧଙ୍କୁ ମେଡିକାଲ ସୁବିଧା ସହ ସ୍ବତନ୍ତ୍ର ଡାକ୍ତରୀ ଟିମ୍ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି।

{"id":242116,"sizeSlug":"large"}

ସଂଦିଗ୍ଧଙ୍କ ରୁମରେ ଡାକ୍ତରଖାନ ସୁବିଧା ଯୋଗାଇ ଦିଆଯାଇଛି। ରୁମରେ ସାନିଟାଇଜର ଠାରୁ ଆରମ୍ଭ କରି ହ୍ୟାଣ୍ଡ ଓ୍ବାସ ଆଦି ରଖାଯାଇଛି। ପ୍ରତି ରୁମକୁ ଦିନକ ଭିତରେ ପାଞ୍ଚରୁ ଅଧିକଥର ସାନିଟାଇଜ କରାଯାଉଛି। ସଂଦିଗ୍ଧଙ୍କ ସମ୍ପର୍କରେ ସମସ୍ତ ଅପଡେଟ ହୋଟେଲ କର୍ତ୍ତୃପକ୍ଷ ସ୍ବାସ୍ଥ୍ୟ ବିଭାଗକୁ ଅବଗତ କରାଉଛନ୍ତି। ଏହି ସହ ବିଏମସିର ଏକ ସ୍ବତନ୍ତ୍ର ଟିମ ହୋଟେଲ ରହୁଥିବା ପ୍ରତିଟି ସନ୍ଦିଗ୍ଧଙ୍କ ବିଷୟରେ ହୋଟେଲ କର୍ତ୍ତୃପକ୍ଷଙ୍କ ଠାରୁ ନିୟମିତ ବ୍ୟବଧାନରେ ଅପଡେଟ ନେଉଛନ୍ତି।

{"id":242117,"sizeSlug":"large"}

ବିଦେଶରୁ ଏ ପର୍ଯ୍ୟନ୍ତ ୩୨ ଶହରୁ ଅଧିକ ଓଡିଆ ରାଜ୍ୟକୁ ଫେରି ସାରିଲେଣି। ସେମାନଙ୍କ ଭିତରୁ ଯେଉଁମାନେ ସରକାରଙ୍କ ଦ୍ବାରା ଚିହ୍ନିତ ହୋଇଥିବା ତିନୋଟି ହୋଟେଲର କ୍ବାରାଣ୍ଟାଇନ୍‌ ରହିବାକୁ ଚାହିଁବେ ସେମାନଙ୍କ ପାଇଁ ସମସ୍ତ ପ୍ରକାର ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.