Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲିଫ୍ଟ ମାଗି ଯାଉଥିଲେ ଘରକୁ, ଦୁର୍ଘଟଣାରେ ମା’ପୁଅ ସମେତ ୪ ଜଣଙ୍କ ମୃତ୍ୟୁ
  • ||
  • ଦେଶରେ ତଳମୁହାଁ କରୋନା ଗ୍ରାଫ୍: ଓଡ଼ିଶାରେ ମଧ୍ୟ ହ୍ରାସ ପାଇଛି ସଂକ୍ରମଣ
  • ||
  • ସ୍କୁଲ ଫି’ ଛାଡ଼ ମାମଲା: ସପ୍ତାହେ ଭିତରେ ରିପୋର୍ଟ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||
  • ଦୁର୍ବଳ ହେଉଛି ଭାରତୀୟ ଆଖି
  • ||
  • ପୁରୀ : ସ୍ବର୍ଗଦ୍ବାରରୁ ହଟିଲା କଟକଣା, ଏଣିକି ଅନ୍ୟ ଜିଲ୍ଲାର ଶବ ହେବ ସତ୍କାର
  • ||
  • ଲଦାଖ: ଡେମଚୋକ୍‌ରେ ଭାରତୀୟ ସେନା ହାତରେ ଧରାପଡିଲେ ଚୀନ ସୈନିକ, ମିଳିଛି ଗୁରୁତ୍ଵପୂର୍ଣ୍ଣ ଦସ୍ତାବିଜ
  • ||
  • ଘରୋଇ କର୍ମଚାରୀଙ୍କ ପାଇଁ ବଡ ଖବର : ଦୀପାବଳି ପୂର୍ବରୁ ନୂଆ ପ୍ୟାକେଜ୍ ଘୋଷଣା କରିପାରନ୍ତି ସରକାର
  • ||
  • ଲୋକ ଭବନ ସମ୍ମୁଖରେ ଦୁଇ ଶିଶୁ ସହ ପତି-ପତ୍ନୀଙ୍କ ଆତ୍ମଦାହ ଉଦ୍ୟମ, ଉଦ୍ଧାର କଲା ପୋଲିସ
  • ||
  • ପୁଅ ଆସି ପଡୋଶୀଙ୍କୁ କହିଲା-ବାପା ଉଠୁନାହାନ୍ତି, ଦେଖିଲା ବେଳକୁ ଘରେ ପଡିଥିଲା ଦୁଇଟି ମୃତଦେହ
  • ||
  • ଗେହଲଟ୍ ସରକାରଙ୍କ ନିଷ୍ପତ୍ତି: ୧୩ ଅନ୍ତରାଷ୍ଟ୍ରୀୟ ଖେଳାଳିଙ୍କୁ ୨୫-୨୫ ଏକର ଜମି ଆବଣ୍ଟନ କରିବାକୁ ଘୋଷଣା
  • ||

କୋଭିଡ୍-୧୯ ବାୟୁ ସଂକ୍ରମଣ ହେବାର କୌଣସି ପ୍ରମାଣ ନାହିଁ: ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ

5/04/2020 at 5:56 PM

ନୂଆଦିଲ୍ଲୀ ୦୫।୦୪: ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଘଟି ୩୩୭୪ରେ ପହଞ୍ଚିଛି। ଏଥିରୁ ୭୯ ଜଣଙ୍କ ଏହି ମହାମାରୀ ଭାଇରସରେ ମୃତ୍ୟୁ ଘଟିଛି। ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ କହିଛନ୍ତି ଯେ, କୋଭିଡ୍-୧୯ର ବାୟୁ ସଂକ୍ରମଣ ହେବାର କୌଣସି ପ୍ରମାଣ ମିଳିନାହିଁ। ଆଇସିଏମଆରର ଜଣେ ଅଧିକାରୀ କହିଛନ୍ତି ଯେ, ଯଦି ଏହା ଏକ  ବାୟୁ ସଂକ୍ରମଣ, ତେବେ ସଂକ୍ରମଣ ମାମଲା କେବେ ବି କମିବ ନାହିଁ। ଏମିତି ହେଲେ ପରିବାରର ସମସ୍ତ ବ୍ୟକ୍ତି ସଂକ୍ରମିତ ହୋଇଥାନ୍ତେ।  ହସ୍ପିଟାଲରେ ମଧ୍ୟ ଜଣେ ରୋଗୀଙ୍କଠୁ ଅନ୍ୟ ରୋଗୀଙ୍କୁ ଏହା ବ୍ୟାପିଥାନ୍ତା। କିନ୍ତୁ ଏହା ବାୟୁ ସଂକ୍ରମଣ ହେବାର କୌଣସି ପ୍ରମାଣ ନାହିଁ। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ଵାଲ ନିଜର ଦୈନିକ ପ୍ରେସ ବିଜ୍ଞପ୍ତିରେ ରବିବାର କହିଛନ୍ତି ଯେ, କାଲିଠୁ ଅଦ୍ୟାବଧି ଦେଶରେ ୪୭୨ଟି ନୂତନ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ଘଟିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ, ପ୍ରତିଭା ଦେବୀ ସିଂହ ପାଟିଲ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଦେବେଗୌଡା ଏବଂ ବିରୋଧୀ ନେତା ସୋନିଆ ଗାନ୍ଧୀ, ମମତା ବାନାର୍ଜୀ, ଅଖିଳେଶ ଯାଦବ, ନବୀନ ପଟ୍ଟନାୟକଙ୍କ ସହ କୋଭିଡ୍-୧୯ର ସ୍ଥିତି ଉପରେ ଆଲୋଚନା କରିଛନ୍ତି। ଯୁଗ୍ମ ସଚିବ କହିଛନ୍ତି ଯେ,  ଗୁଜରାତଟ, ମହାରାଷ୍ଟ୍ର ଓ ତାମିଲନାଡୁରୁ ଆଜି ମୃତକଙ୍କ ସୂଚନା ମିଳିଛି।

ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଆଜି ରାତି ୯ଟାରେ ୯ ମିନିଟ୍ ପାଇଁ  ମହମବତୀ ଓ ଦୀପ ଜଳାଇ କିମ୍ବା ମୋବାଇଲ ଫୋନର ଫ୍ଲାସ୍ ଲାଇଟ୍ ଅନ୍ କରିବାକୁ ଅପିଲ୍ କରିଛନ୍ତି। ଆମେ ଯେଉଁ ଉଦ୍ଦେଶ୍ୟରେ ଆଜି ଲଢେଇ କରୁଛନ୍ତି, ତାକୁ ଆଲୋକିତ କରନ୍ତୁ। ଦୀପରୁ ପ୍ରକାଶ ଦେଖାଯିବ ଯେ ଆମେ ଏହି ଲଢେଇରେ ଏକ ସାଙ୍ଗରେ ଅଛନ୍ତି ବୋଲି ଲଭ୍ ଅଗ୍ରଓ୍ଵାଲ କହିଛନ୍ତି।

ସେ କହିଛନ୍ତି ଯେ, ଲକଡାଉନର ଆଜି ହେଉଛି ୧୧ତମ ଦିନ। ଏପ୍ରିଲ ୧୪ରେ ୨୧ ଦିନର ଅବଧି ଶେଷ ହେବା ପରେ କେନ୍ଦ୍ର ମନ୍ତ୍ରିମଣ୍ଡଳକୁ ନେଇ ଗଠିତ ଏକ ଗ୍ରୁପ ସ୍ଥିତିର ସମୀକ୍ଷା କରିବା ପରେ ଯାଇ ଲକଡାଉନର ଅବଧି ବଢିବ ନା ନାହିଁ ଏହା ଉପରେ ବିଚାର କରି  ପରବର୍ତ୍ତୀ ପଦକ୍ଷେପ ନେବେ। ଏହି ଗ୍ରୁପର ଅଧ୍ୟକ୍ଷତା କରୁଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ। ସେ ଏପ୍ରିଲ ୧୦ ଭିତରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଏବଂ ନୂତନ ରୋଗୀଙ୍କ ହାର ଦେଖିବା ପରେ ଯାଇ ଆଗାମୀ ପଦକ୍ଷେପ ନେବେ ବୋଲି ଅଗ୍ରଓ୍ଵାଲ କହିଛନ୍ତି।

   Related Posts