ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହିସବୁ ରାଜ୍ୟରେ ହେବ ପ୍ରବଳ ବର୍ଷା : ଜାଣନ୍ତୁ ଓଡ଼ିଶାରେ ଏହାର ପ୍ରଭାବ

Published By : Prameya-News7 Bureau | October 12, 2019 IST

ନୂଆଦିଲ୍ଲୀ ୧୨/୧୦: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ କେତେକ ରାଜ୍ୟରେ ପ୍ରବଳ ମାତ୍ରାରେ ବର୍ଷା ହୋଇଛି,ଯାହାର ପ୍ରଭାବ ଖରିଫ ଫସଲ ଉପରେ ପଡ଼ିଛି। ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଆଗାମୀ ୨୪ଘଣ୍ଟା ମଧ୍ୟରେ ମହାରାଷ୍ଟ୍ର,କୋଙ୍କଣ ଏବଂ ଗୋଆ,କର୍ଣ୍ଣାଟକ,ତେଲେଙ୍ଗାନାର କିଛି ଭାଗ,ତାମିଲନାଡ଼ୁ ଏବଂ ପୁଡୁଚେରୀରେ କେଉଁଠି ମଧ୍ୟମ ତ କେଉଁଠି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ପାଣିପାଗ ବିଭାଗ ଅନୁସାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁର ପ୍ରଭାବ ପଞ୍ଜାବର ଅଧିକାଂଶ ଅଞ୍ଚଳ ସମେତ ହରିୟାଣା,ଚଣ୍ଡିଗଡ଼,ଦିଲ୍ଲୀରେ ଆଉ ନାହିଁ। ଏହା ସହିତ ଉତ୍ତରପ୍ରଦେଶର କିଛି ସ୍ଥାନରେ  ଏବଂ ପଶ୍ଚିମ ମଧ୍ୟପ୍ରଦେଶ ଏବଂ ପୂର୍ବ ରାଜସ୍ଥାନ ଏବଂ ପଶ୍ଚିମ ରାଜସ୍ଥାନର ଅଧିକାଂଶ ସ୍ଥାନରେ ଆଉ ଦକ୍ଷିଣ ପଶ୍ଚିମ ମୌସୁମୀବାୟୁର ଆଉ ପ୍ରଭାବ ନାହିଁ। ଉତ୍ତର-ପଶ୍ଚିମ ଭାରତର କିଛି ସ୍ଥାନ,ପୂର୍ବ ଭାରତର କିଛି ସ୍ଥାନ ଏବଂ ମଧ୍ୟ ଭାରତର କେତେକ ଅଞ୍ଚଳରେ ଆସନ୍ତା ଦୁଇ ଦିନ ମଧ୍ୟରେ ମୌସୁମୀ ବିଦାୟ ନେବ।

ସୂଚନା ଅନୁଯାୟୀ ଆସନ୍ତା ୨୪ଘଣ୍ଟା ମଧ୍ୟରେ କୋଙ୍କଣ,ଗୋଆ,ମଧ୍ୟ ମହାରାଷ୍ଟ୍ର,କେରଳ,କର୍ଣ୍ଣାଟକ,ତେଲେଙ୍ଗାନାର କିଛି ସ୍ଥାନ,ଆନ୍ଧ୍ର ପ୍ରଦେଶ,ଓଡ଼ିଶା,ପଶ୍ଚିମ ବଙ୍ଗ,ମଣିପୁର,ମିଜୋରାମ ଏବଂ ତ୍ରିପୁରାରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.