Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

‘୨୦୨୪ ପୂର୍ବରୁ ୧୦୦୦ ସିଟ୍ ହୋଇପାରେ ଲୋକସଭା, ସେଣ୍ଟ୍ରାଲ ଭିଷ୍ଟାର ଆର୍କିଟେକଚୁଆଲ ପ୍ଲାନ ସଂସଦରେ ଉପସ୍ଥାପନ ହେଉ’

26/07/2021 at 11:13 PM

ନୂଆଦିଲ୍ଲୀ ୨୬।୦୭:  ପ୍ରାୟ ୯୭୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେଉଛି ନୂତନ ସଂସଦ ଭବନ। ଏହାର ନିର୍ମାଣ ୨୦୨୨ ଅକ୍ଟୋବର ସୁଦ୍ଧା ସଂପୂର୍ଣ୍ଣ ହୋଇଯିବ। ଆସନ୍ତା ୨୦୨୪ ସୁଦ୍ଧା ସଂସଦ ଭବନ ପରିସରରେ ସମସ୍ତ ସାଂସଦଙ୍କୁ ୪୦-୪୦ ବର୍ଗମିଟରର ଅଫିସ ଉପଲବ୍ଧ କରାଯିବ। ଏହା ମଧ୍ୟରେ କଂଗ୍ରେସ ନେତା ମନୀଷ ତିଓ୍ଵାରୀ ନୂତନ ସଂସଦ ଭବନର ଆର୍କିଟେକଚୁଆଲ ପ୍ଲାନ ସଂସଦରେ ଉପସ୍ଥାପନ କରିବାକୁ ଦାବି କରିଛନ୍ତି। ଏହା ପଛରେ ଯେଉଁ କାରଣ ମନୀଷ ତିଓ୍ଵାରୀ ଦର୍ଶାଇଛନ୍ତି, ସେଥିରେ ବଡ ପରିବର୍ତ୍ତନ ହୋଇପାରେ।

୨୦୨୪ ପୂର୍ବରୁ ଲୋକସଭା ସଂଖ୍ୟା ୧୦୦୦

କଂଗ୍ରେସ ନେତା ମନୀଷ ତିଓ୍ଵାରୀ କହିଛନ୍ତି, ଯାହା ମୋ ପାଖରେ ସୂଚନା ରହିଛି, ସେହି ହିସାବରେ ୨୦୨୪ ପୂର୍ବରୁ ଲୋକସଭାର ଆସନ ସଂଖ୍ୟା ୧୦୦୦ କିମ୍ବା ସେଥିରୁ ଅଧିକ କରାଯିବା ପ୍ରସ୍ତାବ ଉପରେ ଗମ୍ଭୀରତାର ସହ ଆଲୋଚନା ଜାରି ରହିଛି। ଏଥିପାଇଁ ନୂତନ ସଂସଦ ଭବନର ଆର୍କିଟେକଚୁଆଲ ପ୍ଲାନ ଉପସ୍ଥାପନ କରାଯିବା ଉଚିତ୍। ହେଲେ ଏହି ଦାବିରେ କେତେ ବଳିଷ୍ଠ ରହିଛି ତାର ସୂଚନା ଦେଇ ନାହାନ୍ତି ତିଓ୍ଵାରୀ। କାରଣ ତାଙ୍କୁ ମଧ୍ୟ ଏହା ଜଣା ନାହିଁ ଯେ, ଏହା କେତେ ସତ ଏବଂ କେତେ ମିଛ।

ସେଣ୍ଟ୍ରାଲ ଭିଷ୍ଟାର ଆବଶ୍ୟକତା କଣ ପାଇଁ ?

୨୦୨୧ ଫେବୃଆରୀ ୧୧ର ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ ସିଂହ ପୁରୀ ନୂତନ ସେଣ୍ଟ୍ରାଲ ଭିଷ୍ଟାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସେ କହିଛନ୍ତି, ସଂସଦ ଭବନକୁ ୧୦୦ ବର୍ଷ ବିତି ସାରିଛି। ୨୦୨୬ ପରେ ଲୋକସଭାର ଆସନ ସଂଖ୍ୟା ବଢିବ। ଏଥିପାଇଁ ନୂତନ ସଂସଦ ଭବନର ନିର୍ମାଣ କରାଯାଉଛି। କେନ୍ଦ୍ର ମନ୍ତ୍ରୀଙ୍କ ଅନୁଯାୟୀ, ନୂଆଦିଲ୍ଲୀରେ ସେଣ୍ଟ୍ରାଲ ଭିଷ୍ଟାର ମୁଖ୍ୟ ସ୍ଥାନ ରାଷ୍ଟ୍ରପତି ଭବନରୁ ଇଣ୍ଡିଆ ଗେଟ୍ ପର୍ଯ୍ୟନ୍ତ ବ୍ୟାପ୍ତ।  ମାତ୍ର ପରିବର୍ତ୍ତିତ ସମୟ ସହିତ ଏହାକୁ ବିଶ୍ଵସ୍ତରୀୟ କରାଯିବାର ଆବଶ୍ୟକତା ରହିଛି। କାରଣ ପୁରୁଣା ସଂସଦରେ ସାର୍ବଜନୀନ ସେବା, ସୁବିଧା ଓ ପାର୍କିଂର ଅଭାବ ରହିଛି। ନୂତନ ସଂସଦ ଭବନ ନିର୍ମାଣର ମୁଖ୍ୟ ଲକ୍ଷ୍ୟ ଗୃହରେ ସଦସ୍ୟଙ୍କ ବସିବା କ୍ଷମତା ବୃଦ୍ଧି କରିବା ରହିଛି।

ଲୋକସଭା ଆସନ

ନୂତନ ସଂସଦ ଭବନରେ ୮୮୮ ସାଂସଦଙ୍କ ବସିବାର  ବ୍ୟବସ୍ଥା ରହିବ। ବର୍ତ୍ତମାନ ଲୋକସଭାରେ ସର୍ବାଧିକ ୫୫୨ ସାଂସଦଙ୍କ ବସିବାର ବ୍ୟବସ୍ଥା ରହିଛି। ତେଣୁ ଆଗାମୀ ସମୟରେ ଯେବେ ବି ସାଂସଦଙ୍କ ସଂଖ୍ୟା ବୃଦ୍ଧି ଘଟିବ ତେବେ ବସିବାରେ କୌଣସି ସମସ୍ୟା ହେବ ନାହିଁ। ନୂତନ ଲୋକସଭା ବର୍ତ୍ତମାନର ଲୋକସଭାଠୁ ତିନି ଗୁଣ ବଡ ହେବ।

ରାଜ୍ୟସଭାରେ ବଢିବ ସିଟ୍ ସଂଖ୍ୟା

ନୂତନ ସଂସଦ ଭବନର ରାଜ୍ୟସଭାର ଆକାର ପୂର୍ବାପେକ୍ଷା ବଡ ରହିବ। ବର୍ତ୍ତମାନ ରାଜ୍ୟସଭାରେ ବସିବାର କ୍ଷମତା ୨୪୫ ରହିଛି। ନୂତନ ରାଜ୍ୟସଭାରେ ୩୮୪ ଆସନ ବସିବାର ବ୍ୟବସ୍ଥା ରହିବ। ଏହି ପରି ଭବିଷ୍ୟତରେ ରାଜ୍ୟସଭା ସାଂସଦଙ୍କ ସଂଖ୍ୟା ବଢିବା ପରେ ମଧ୍ୟ ସ୍ଥାନର ଅଭାବ ରହିବ ନାହିଁ।

   Related Posts