ନିଜାମୁଦ୍ଦିନ ଫେରନ୍ତାଙ୍କ ପାଇଁ ସଂକ୍ରମଣର ଆଶଙ୍କା ରହିଛି- ଡିଏମ୍ଇଟି ସିବିକେ ମହାନ୍ତି

Published By : Prameya-News7 Bureau | April 02, 2020 IST

ନୂଆଦିଲ୍ଲୀ୨/୪: ନିଜମୁଦ୍ଦିନ ଘଟଣାକୁ ନେଇ ସାରା ଦେଶରେ ତନାଘନା ଚାଲିଥିବା ବେଳେ ଓଡ଼ିଶା ପାଇଁ ମଧ୍ୟ ଏହାକୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି।  ବର୍ତ୍ତମାନ ସୁଦ୍ଧା ନିଜାମୁଦ୍ଦିନ ଫେରନ୍ତା ୨୨ ଜଣଙ୍କୁ ଚିହ୍ନଟ କରାଯାଇଛି। ତେବେ ଅନ୍ୟ କେଉଁମାନେ ଯାଇଥିଲେ ସେମାନେ ନିଜ ଆଡୁ ପ୍ରଶାସନକୁ ଜଣାଇବା ଲାଗି ରାଜ୍ୟ ସରକାର ଅପିଲ କରିଛନ୍ତି।

{"id":248144,"sizeSlug":"large"}

ଯିଏ ଯାଇଥିଲେ ସେମାନେ ଲୁଚନ୍ତୁ ନାହିଁ। ନିଜ ପରିବାର ପାଇଁ ନିଜ ଅଞ୍ଚଳ ପାଇଁ ପୂରା ଓଡ଼ିଶା ପାଇଁ ସେମାନେ ସାମ୍ନାକୁ ଆସନ୍ତୁ। ଏମିତି କିଛି ଅପିଲ କରିଛନ୍ତି ରାଜ୍ୟ ସରକାର। ନିଜାମୁଦ୍ଦିନ ଲିଙ୍କରେ ପୂରା ଦେଶରେ ଏବେ ସୁଦ୍ଧା ପ୍ରାୟ ୪ଶହ ଆକ୍ରାନ୍ତ ହୋଇଥିବା ନେଇ ସ୍ପଷ୍ଟ ହୋଇଥିବା ବେଳେ ଏନେଇ ଓଡ଼ିଶାରେ ମଧ୍ୟ ଚିନ୍ତା ବଢ଼ିବାରେ ଲାଗିଛି। ନିଜାମୁଦ୍ଦିନ ଫେରନ୍ତାଙ୍କ ପାଇଁ ସଂକ୍ରମଣର ଆଶଙ୍କା ରହିଛି ବୋଲି ଏକଥା ମାନିଛନ୍ତି ଖୋଦ୍‌ ଡିଏମଟି ସିବିକେ ମହାନ୍ତି। ସେଥିପାଇଁ ସରକାର ସେମାନଙ୍କୁ ଠାବ କରିବାକୁ ସମସ୍ତ ଉଦ୍ୟମ ଜାରି ରଖିଛନ୍ତି ହେଲେ ସେମାନେ ବି ନିଜ ଆଡୁ ସୂଚନା ଦେବା ଲାଗି ଅନୁରୋଧ କରିଛନ୍ତି।

{"id":248145,"sizeSlug":"large"}

ସେପଟେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଜାମୁଦ୍ଦିନ ଫେରନ୍ତାଙ୍କୁ ଠାବ କରିବା ଲାଗି ତନାଘନା ଜୋର ଧରିଛି। ଯାଜପୁରରେ ଆଜି ୨ ଜଣଙ୍କୁ ଠାବ କରି ସେମାନଙ୍କ ସାମ୍ପଲ ପରୀକ୍ଷା ପାଇଁ ପଠାଯାଇଛି। ସେପଟେ ଖୋର୍ଦ୍ଧା ଜିଲ୍ଲାରୁ ୧୬ ଜଣ ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ବ୍ୟକ୍ତି ଏବେବି ଦିଲ୍ଲୀରେ ଅଛନ୍ତି ଓ କିଛିଙ୍କ ସହିତ ଯୋଗାଯୋଗ ହୋଇପାରୁନାହିଁ।

{"id":248146,"sizeSlug":"large"}

ଗତକାଲି ସୁଦ୍ଧା ୨୨ ଜଣ ନିଜାମୁଦ୍ଦିନ ଫେରନ୍ତାଙ୍କୁ  ଚିହ୍ନଟ କରାଯାଇଥିବା ବେଳେ ଆଶ୍ବସ୍ତିର ବିଷୟ ହେଉଛି ଯେ ସେମାନଙ୍କ ମଧ୍ୟରୁ ୧୫ଜଣଙ୍କ ରିପୋର୍ଟ ନେଗେଟିଭ୍‌ ଆସିଛି। ତେବେ ସେମାନଙ୍କ ମଧ୍ୟରୁ ୬ ଜଣ ବିଦେଶୀ ଥିବା ବେଳେ ସେମାନଙ୍କୁ ନେଇ ମଧ୍ୟ ତନାଘନା ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.