Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ମମତାଙ୍କୁ ଭେଟିଲେ ଶରଦ ପାଓ୍ଵାର, କହିଲେ- ଦେଶରେ ୟୁପିଏ ହିଁ ନାହିଁ, ବଢିଲା କଂଗ୍ରେସର ଚିନ୍ତା

1/12/2021 at 6:46 PM

ମୁମ୍ଵାଇ ୦୧।୧୨: ଦେଶରେ କଂଗ୍ରେସ ମୁକ୍ତ ବିରୋଧୀ ଗଠନ କରିବାକୁ ଉଦ୍ୟମ ଚଳାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବୁଧବାର ମମତାଙ୍କ ସହ ଭେଟ ପରେ ଏନସିପି ମୁଖ୍ୟ ଶରଦ ପାଓ୍ଵାରଙ୍କ ଆଭିମୁଖ୍ୟରେ ମଧ୍ୟ ପରିବର୍ତ୍ତନର ଆଭାସ୍ ମିଳିଛି। ମମତା ଶରଦଙ୍କୁ ଭେଟିବା ପରେ କହିଛନ୍ତି, ଦେଶରେ ୟୁପିଏ ହିଁ ନାହିଁ। ଦେଶକୁ ଏକ ମଜବୁତ ବିକଳ୍ପ ଦିଆଯିବାର ଆବଶ୍ୟକତା ରହିଛି। କାରଣ ବର୍ତ୍ତମାନ ଚାଲିଥିବା ଫାଶୀବାଦ ସହ ଲଢିବାକୁ କେହି ପ୍ରସ୍ତୁତ ନାହାନ୍ତି। ଶରଦ ବହୁତ ବରିଷ୍ଠ ନେତା ଏବଂ ମୁଁ ତାଙ୍କ ସହ ରାଜନୈତିକ ବିଷୟରେ ଆଲୋଚନା ପାଇଁ ଆସିଛି। ଦେଶରେ ୟୁପିଏ ହିଁ ନାହିଁ, ଶରଦଙ୍କ ଏହି କଥାରେ ମୁଁ ମଧ୍ୟ ସହମତ  ବୋଲି ମମତା କହିଛନ୍ତି। ଉଲ୍ଲେଖନୀୟ ମହାରାଷ୍ଟ୍ରରେ ଶିବସେନା, ଏନସିପି ଏବଂ କଂଗ୍ରେସ ମେଣ୍ଟ ସରକାର ଚାଲିଛି।

ମମତା ବାନାର୍ଜୀଙ୍କ ସହ ସାକ୍ଷାତ ପରେ ଶରଦ କହିଛନ୍ତି, ଆମକୁ ନେତୃତ୍ଵ ପାଇଁ ମଜବୁତ ବିକଳ୍ପ ଦେବାକୁ ପଡିବ। ଆମର ବିଚାରଧାରା କେବଳ ଆଜି ପାଇଁ ନୁହେଁ ବରଂ ନିର୍ବାଚନକୁ ନେଇ ରହିଛି। ଦେଶରେ ଏମିତି ବିକଳ୍ପ ରହିବା ଉଚିତ୍ ଯାହା ବିଷୟରେ ଆଲୋଚନା କରିବାକୁ ମମତା ମୋତେ ଭେଟିବାକୁ ଆସିଥିଲେ। ସମସ୍ତ ପ୍ରସଙ୍ଗ ଉପରେ ତାଙ୍କ ସହ ସକରାତ୍ମକ ଆଲୋଚନା ହୋଇଛି। ମମତା ସଞ୍ଜୟ ରାଉତ ଏବଂ ଆଦିତ୍ୟ ଠାକରେଙ୍କ ସହ ମଧ୍ୟ ସାକ୍ଷାତ କରିଛନ୍ତି। ବୁଧବାର ମୁଁ ଏବଂ ସାଥୀ ମମତାଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଛନ୍ତି। ସାଂପ୍ରତିକ ସ୍ଥିତିରେ ଜାତୀୟ ସ୍ତରରେ ତାଙ୍କୁ ଏକ ମଜବୁତ ବିକଳ୍ପ ଦେବା ଉଚିତ୍ ବୋଲି ଶରଦ କହିଛନ୍ତି।

ମୁମ୍ବାଇ ଗସ୍ତରେ ଟିଏମସି ମୁଖ୍ୟ ମମତା ବାନାର୍ଜୀ ସିଭିଲ ସୋସାଇଟିର ଲୋକଙ୍କୁ ଭେଟିବା ସହ ସେମାନଙ୍କୁ ସମ୍ଵୋଧିତ କରିଛନ୍ତି। ମମତା କହିଛନ୍ତି, ଯଦି କଂଗ୍ରେସ ପଶ୍ଚିମବଙ୍ଗରେ ନିର୍ବାଚନ ଲଢି ପାରୁଛି ତେବେ ଟିଏମସି ଗୋଆରେ କାହିଁକି ନିର୍ବାଚନ ଲଢି ପାରିବ ନାହିଁ। ଏଥିସହ ମମତା ବାନାର୍ଜୀ ସ୍ପଷ୍ଟ ସଙ୍କେତ ଦେଇଛନ୍ତି ଯେ, ସେ କଂଗ୍ରେସକୁ  ଜମାରୁ ଛାଡିବେ ନାହିଁ ଏବଂ ଆଗକୁ ମଧ୍ୟ ଏହି ଦଳକୁ ହଇରାଣରେ ପକାଇବେ।

   Related Posts