Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ନିର୍ଭୟା ଦୋଷୀଙ୍କ ପରିବାରକୁ ଚିଠି ପଠାଇଛି ଜେଲ୍ ପ୍ରଶାସନ, କିନ୍ତୁ ଆସି ନାହିଁ ଉତ୍ତର

24/01/2020 at 3:33 PM

ନୂଆଦିଲ୍ଲୀ୨୪/୧: ଫେବୃଆରୀ ୧ ତାରିଖରେ ଫାଶୀ ଖୁଣ୍ଟରେ ଝୁଲିବେ ନିର୍ଭୟା ଦୋଷୀ। ଆଉ ମାତ୍ର ଅଳ୍ପ ଦିନ ରହିଲା। ହେଲେ ପରିବାର ଲୋକ କେବେ ଦୋଷୀଙ୍କୁ ଶେଷଥର ପାଇଁ ଦେଖା କରିବା ତାହାର ତାରିଖ ନିର୍ଦ୍ଧାରଣ ହୋଇନାହିଁ। ଅଦାଲତ ଡେଥ୍ ଓ୍ବାରେଣ୍ଟ ଜାରି କରିବା ପରେ ଜେଲ୍ ପ୍ରଶାସନ ଚିଠି ମାଧ୍ୟମରେ ଦୋଷୀଙ୍କ ପରିବାର ଲୋକଙ୍କୁ ଜଣାଇଛନ୍ତି। ଦୋଷୀମାନେ କେଉଁ ଦିନ ନିଜ ପରିବାର ଲୋକଙ୍କୁ ଶେ​‌ଷ ଦେଖା କରିବେ ତାହା ସ୍ଥିର ହୋଇ ନାହିଁ।

ଡେଥ୍ ଓ୍ବାରେଣ୍ଟ ଜାରି ହେବା ପରେ ଜେଲ୍‌ ପ୍ରଶାସନ ପକ୍ଷରୁ ସବୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଡେଥ୍ ଓ୍ବାରେଣ୍ଟ ଜାରି ହେବା ମାତ୍ରେ ଜେଲ୍‌ ପ୍ରଶାସନ ଦୋଷୀଙ୍କ ପରିବାର ଲୋକଙ୍କୁ ଚିଠି ଲେଖିଥିଲେ। ଚିଠିରେ ଉଲ୍ଲେଖ ରହିଥିଲା ଯେ ଫେବୃଆରୀ ୧ ତାରିଖ ସକାଳ ୬ଟାରେ ଦୋଷୀଙ୍କୁ ଫାଶୀ ଦିଆଯିବ।ଦୋଷୀଙ୍କ ବିରୋଧରେ ଅଦାଲତ ଡେଥ୍ ଓ୍ବାରେଣ୍ଟ ଜାରି କରିଛନ୍ତି। ଯଦି ପରିବାର ଲୋକ ଚାହିଁବେ ଶେ​‌ଷଥର ପାଇଁ ଦୋଷୀଙ୍କୁ ଦେଖା କରି ପାରିବେ ବୋଲି ଚିଠିରେ ଲେଖା ହୋଇଥିଲା। କିନ୍ତୁ ଏପର୍ଯ୍ୟନ୍ତ ଦୋଷୀଙ୍କ ପରିବାର ଲୋକଙ୍କୁ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନାହିଁ।

ଜେଲ୍‌ ମାନୁଆଲ ଅନୁସାରେ ଗୋଟିଏ ସପ୍ତାହରେ ୨  ଦିନ ଦୋଷୀଙ୍କୁ ସାକ୍ଷାତ କରି ପାରିବେ। ଏହି ମାନୁଆଲ ଅନୁସାରେ ପରିବାର ଲୋକ ଦୋଷୀଙ୍କୁ ସାକ୍ଷାତ କରୁଛନ୍ତି। ହେଲେ ଜେଲ୍ ପ୍ରଶାସନ ପକ୍ଷରୁ ପଠାଯାଇଥିବା ଚିଠିର ଉତ୍ତର ଦୋଷୀଙ୍କ ପରିବାର ଲୋକ ଦେଇ ନାହାନ୍ତି।

   Related Posts