ପୁରୀ ବ୍ୟତୀତ ଆଉ କୌଣସି ସ୍ଥାନରେ ହେବନି ରଥଯାତ୍ରା, ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଉଠିଲା ବିରୋଧର ସ୍ଵର

Published By : Prameya-News7 Bureau | June 19, 2021 IST

ଭୁବନେଶ୍ଵର ୧୯।୦୬:  କେବଳ ପୁରୀ ଛଡା ଆଉ କୌଣସି ସ୍ଥାନରେ ହେବନି ରଥଯାତ୍ରା । ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ବିଭିନ୍ନ ସ୍ଥାନରୁ ଉଠିଲାଣି ବିରୋଧର ସ୍ଵର । ଦ୍ବିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ରଥଯାତ୍ରା କରିବା ଦାବିରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି ସେବାୟତ ଓ ଭକ୍ତ । ଶଙ୍ଖ ଫୁଙ୍କି ଘଣ୍ଟ ବଜାଇବା ସହ ହାତରେ ପ୍ଲା କାର୍ଡ ଧରି ବିଶାଳ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଶୋଭାଯାତ୍ରାରେ ଶହ ଶହ ଲୋକ ସାମିଲ ହୋଇ ରଥଯାତ୍ରା କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସେହିପରି ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ଜୋର ଧରିଛି ରଥଯାତ୍ରା ଆୟୋଜନ ଦାବି। ମନ୍ଦିର ଆଗରେ ଦୀପ ଜଳାଇ ପ୍ରତିବାଦ କରିବା ସହ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ଦେଇଛନ୍ତି ମନ୍ଦିର ପୂଜକ ଓ ଅ଼ଞ୍ଚଳବାସୀ । ସେହିପରି କେନ୍ଦ୍ରାପଡାରେ ପ୍ରତିବାଦ ତୀବ୍ର ହୋଇଛି । ବଳଦେବଜୀଉଙ୍କ ରଥ ଯାତ୍ରା ନେଇ ସରକାର ପୁଣି ଥରେ ବିଚାର କରନ୍ତୁ ବୋଲି ଦାବି କରିଛନ୍ତି ସାଧୁସନ୍ଥ । ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ପ୍ରତିବାଦ ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଜୟ ମହାପାତ୍ର କଂକ୍ରେସ ବିଧାୟକ ସୁର ରାଉତରାୟ ଓ ବିଜେଡିର ନେତ୍ରୀ ପ୍ରମିଳା ମଲ୍ଲିକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.