ସରଚାର୍ଜରୁ ରିହାତି ଦେବେନି ସରକାର, ପ୍ରଭାବିତ ହେବେ ମ୍ୟୁଚୁଆଲ ଫଣ୍ଡ ଜମାକାରୀ, କ୍ଷୁଦ୍ର ନିବେଶକ ବାଜରରୁ ଦୂରେଇ ରହିବା ଭଲ

ନୂଆଦିଲ୍ଲୀ : ସରକାର ଫରେନ ପୋର୍ଟଫୋଲିଓ ଇନଭେଷ୍ଟର ଅର୍ଥାତ ଏଫପିଓ ନିବେଶକଙ୍କ ଲାଗି ସରଚାର୍ଜ କୋହଳ କରିବେ ନାହିଁ। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରାଳୟ ସଂଶୋଧିତ ଫାଇନାନ୍ସ ବିଲ ଉପସ୍ଥାପିତ କରିଥିବା ବେଳେ ଏଥିରେ ସରଚାର୍ଜ ନିୟମ ପରିବର୍ତ୍ତିନ ନିମନ୍ତେ କୌଣସି ପ୍ରସ୍ତାବ ରଖି ନାହାନ୍ତି। ଏଣୁ ଭାରତରେ ବିଦେଶୀ ନିବେଶକଙ୍କ ନିବେଶ ହ୍ରାସ ହେବାର ସମ୍ଭାବନା ଦେଖା ଦେଇଥିବା ବେଳେ କ୍ଷତି ଯୋଗୁ ବଜାରରେ ସେୟାରର ବ୍ୟାପକ କିଣାବିକା ହେବ। ଯାହା ସେୟାର ବଜାର ସୂଚକାଙ୍କକୁ ଅସନ୍ତୁଳିତ କରିବା ସହ ୟୁନିଟ୍ ଲିଙ୍କ ସ୍କିମରେ ନିବେଶ କରିଥିବା ମ୍ୟୁଚୁଆଲ ଫଣ୍ଡ ଜମାକାରୀଙ୍କ ସ୍ୱାର୍ଥକୁ ଗୁରୁତର ପ୍ରଭାବିତ କରିବ ବୋଲି ଆଶଙ୍କା କରାଗଲାଣି। ଏଣୁ କ୍ଷୁଦ୍ର ନିବେଶକଙ୍କୁ ଏବେ ସେୟାର ବଜାରରେ ନିବେଶ ନ କରିବା ଲାଗି ଏକ୍ସପର୍ଟମାନେ ପରାମର୍ଶ ଦେଇଛନ୍ତି।

ତେବେ ଏଥିରେ ଏସାଆଇପି ନିବେଶକଙ୍କ ନିମନ୍ତେ ସେଭଳି କିଛି ବିପଦର ଆଶଙ୍କା କରାଯାଉନି। ଜୁଲାଇ ୫ ତାରିଖରେ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱିତୀୟପାଳି ସରକାରର ପ୍ରଥମ ବଜେଟ୍ ଉପସ୍ଥାପିତ ହେବା ପରେ ସେୟାର ବଜାରରେ ଏହାର ପ୍ରଭାବ ଦେଖାଦେଇଥିଲା। ସରକାରଙ୍କ ସରଚାର୍ଜ ନୀତି ଯୋଗୁ ବିଦେଶୀ ନିବେଶକ ବଜାରରୁ ହଟି ଯାଉଥିବା ବେଳେ ଇତିମଧ୍ୟରେ ୪ହଜାର ୧୨୦ କୋଟି ଟଙ୍କାର ନିବେଶ ବଜାରରୁ ହଟି ସାରିଲାଣି। ଆଶା କରାଯାଉଥିଲା ସରଚାର୍ଜରୁ ପିଏଫଆଇ ନିବେଶକଙ୍କୁ ରିହାତି ମିଳିବ। ହେଲେ ସଂଶୋଧନ ବିଧେୟକରେ ଏ ନେଇ କୌଣସି ପ୍ରସ୍ତାବ ଦିଆ ନଯିବା ଏବେ ବିଦେଶୀ ନିବେଶକୁ ପ୍ରଭାବିତ କରିଛି।

ତେବେ ସମ୍ବିଧାନର ଆର୍ଟିକିଲ ୧୧୦ ଅନ୍ତର୍ଗତ ଫାଇନାନ୍ସ ବିଲରେ ଏ ନେଇ ସଂଶୋଧନ ପ୍ରସ୍ତାବ ଆଗତ ହୋଇପାରେ ବୋଲି ଆଶା କରାଯାଉଥିବା ବେଳେ ସରକାର ଟ୍ୟାକ୍ସେସନରେ ସେଭଳି କୌଣସି ପରିବର୍ତ୍ତନର ପ୍ରସ୍ତାବ ନ ଦେବା ନିବେଶକଙ୍କୁ ନିରାଶ କରିଛି। ସରଚାର୍ଜ ବୃଦ୍ଧି ଯୋଗୁ ୨ରୁ ୫କୋଟି ଟଙ୍କା ବାର୍ଷିକ ଆୟକାରୀଙ୍କ ଲାଗି ୩୯ ଓ ୫କୋଟିରୁ ଅଧିକ ଆୟକାରୀ ବର୍ଗଙ୍କ ନିମନ୍ତେ ୪୨.୭ ପ୍ରତିଶତ ସରଚାର୍ଜ ଲାଗୁ କରିଛନ୍ତି। ଏଣୁ ଏଫପିଓ ନିବେଶକ ହିଁ ଏହି ଆୟକାରୀ ବର୍ଗରେ ଆସୁଥିବାରୁ ସେମାନଙ୍କୁ ସବୁଠୁ ଅଧିକ କର ଦେବାକୁପଡିବ।
358 Views