Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଓଡ଼ିଶାରେ କମ୍ୟୁନିଟି ଟ୍ରାନ୍ସଫରର ଭୟ ନାହିଁ- ମୁଖ୍ୟ ସଚିବ ଅସୀତ ତ୍ରିପାଠୀ

5/04/2020 at 2:41 PM

ଭୁବନେଶ୍ବର୫/୪: ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟ ସଚିବ ଅସୀତ ତ୍ରିପାଠୀ ଦିନ ୧୨ଟା ୩୦ ମିନିଟ୍‌ରେ ପ୍ରେସମିଟ୍ କରିଛନ୍ତି।  ରାଜ୍ୟ  ସରକାରଙ୍କ ସମେତ ପୋଲିସ୍‌ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟ ଶାସନ। ପ୍ରେସମିଟରେ ଅସୀତ ତ୍ରିପାଠୀ କହିଛନ୍ତି, ରାଜ୍ୟରେ ସଟଡାଉନ୍ ସଠିକ୍ ରୂପେ ପାଳନ ହୋଇଛି।  ୧୪ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ ନିୟମ ପାଳନ କରାଯିବ।

ଏପରି କି ଓଡିଶାରେ କୌଣସି ସ୍ଥାନରେ ହଟସ୍ପଟ ସୃଷ୍ଟି ହୋଇନାହିଁ। ତାସହ ଓଡିଶାରେ କମ୍ୟୁନିଟି ଟ୍ରାନ୍ସଫରର ଭୟ ନାହିଁ। କିନ୍ତୁ ରାତି ୮ଟା ପରେ ସଟଡାଉନ୍ କଟକଣା ଉଠିବା ପରେ ବଜାର-ଘାଟରେ ଭିଡ଼ ଜାମାନ୍ତୁ ନାହିଁ ବୋଲି ଜନସାଧାରଣଙ୍କୁ ଚେତାବନୀ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। 

ରବିବାର ରାତି ୮ଟା ପରେ ଅର୍ଥାତ ସଟଡାଉନ ନିୟମ ଉଠିବା ପରେ ବଜାରରେ ଭିଡ୍ କରନ୍ତୁ ନାହିଁ। ଗ୍ଲୋସରୀ କିମ୍ବା ଅତ୍ୟାବଶ୍ୟକୀୟ ଜିନିଷପତ୍ର କିଣିବା ପାଇଁ  ଭିଡ କରିନ୍ତୁ ନାହିଁ। ସାମାଜିକ ଦୂରତା ସହ ବଜାରରେ କିଭଳି ଭିଡ ନ ହେବେ ସେଥିପ୍ରତି ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ସେଥିଲାଗି ସବୁ ଜିଲ୍ଲାର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମୁଖ୍ୟ ଶାସନ ସଚିବ ଅସୀତ ତ୍ରିପାଠୀ ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି।

   Related Posts