ମନ୍ଦିରରେ ନାହିଁ ଦାନ ବାକ୍ସ : କ୍ରେଡିଟ୍ କାର୍ଡ ଏବଂ ଡେବିଟ୍ କାର୍ଡରେ ଦାନ ଦିଅନ୍ତି ଭକ୍ତ
27/03/2020 at 8:35 PM

ଭରୁଚ୨୭/୦୩: ମଣିଷ ସବୁ ଚିନ୍ତାରୁ ମୁକ୍ତି ଏବଂ ସୁଖ,ଶାନ୍ତି ପାଇଁ ଈଶ୍ବରଙ୍କ ପାଖକୁ ଯାଇଥାଏ। ଠାକୁରଙ୍କୁ ଭୋଗ, ନୈବେଦ୍ୟା ସହ ଦାନ, ଦକ୍ଷିଣ ଦେଲେ ପୂଣ୍ୟ ଅର୍ଜନ ହୁଏ ମଧ୍ୟ ଆମେ ବିଶ୍ବାସ କରୁ। ସେଥିଲାଗି ଆମେ ସମସ୍ତେ ମନ୍ଦିର ଗଲେ ଠାକୁରଙ୍କ ହୁଣ୍ଡିରେ କିଛି ନା କିଛି ଅର୍ପଣ କରିଥାଉ | କିନ୍ତୁ ବର୍ତ୍ତମାନ ଆପଣ ଖାଲି ହାତରେ ମଧ୍ୟ ମନ୍ଦିର ଯାଇପାରିବେ | ବାସ୍ତବିକ, ଏମିତି ଏକ ମନ୍ଦିର ରହିଛି ଯେଉଁଠାରେ ନଗଦ ଟଙ୍କା ଅର୍ପଣ କରାଯାଏ ନାହିଁ | ସେଠାରେ ଡେବିଟ କାର୍ଡ ବା କ୍ରେଡିଟ କାର୍ଡ ଜରିଆରେ ଦାନ ଓ ମାନସିକ ଅର୍ଥ ଅର୍ପଣ କରାଯାଇଥାଏ | ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହା ସତ |
ଏହି ଅନନ୍ୟ ମନ୍ଦିରଟି ଗୁଜୁରାଟର ଭରୁଚ ସହର ସ୍ଥିତ ନର୍ମଦା ଭ୍ୟାଲି ଫର୍ଟିଲାଇଜର୍ ଏବଂ କେମିକାଲ୍ସ ଲିମିଟେଡ୍ (GNFC) ଟାଉନ୍ସିପ୍ ରେ ରହିଛି | ମନ୍ଦିରର ନାମ ଜନ ବିକାଶ ମନ୍ଦିର ଏବଂ ଏହା କମ୍ୟୁନିଟି ଡେଭଲପମେଣ୍ଟ ଚାରିଟି ଟ୍ରଷ୍ଟ ଦ୍ବାରା ପରିଚାଳିତ | ଜିଏନଏଫସିର ଅତିରିକ୍ତ ଜେନେରାଲ ମ୍ୟାନେଜର ଆରସି ଯୋଶୀ କହିଛନ୍ତି ଯେ ପ୍ରାୟ ବର୍ଷେ ପୂର୍ବରୁ ଏହି ମନ୍ଦିରକୁ ନଗଦ ବିହୀନ କରାଯାଇଥିଲା ।
ଜିଏନଏଫସିର ସମଗ୍ର ଟାଉନସିପ୍ ନଗଦବିହୀନ | ସେ କହିଛନ୍ତି ଯେ ଯଦି ଏଠାକୁ ଆସୁଥିବା ଭକ୍ତ ଏବଂ ଭକ୍ତମାନେ ଉପହାର ଦେବାକୁ ଚାହାଁନ୍ତି, ତେବେ ପୁରୋହିତଙ୍କ ସହ ଉପସ୍ଥିତ ଥିବା ପିଏସଓ ମେସିନ୍ ସାହାଯ୍ୟରେ ସେମାନେ ଉପହାରର ପରିମାଣକୁ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ଦ୍ବାରା ମନ୍ଦିରର ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଦାଖଲ କରିଥାଆନ୍ତି। ଏହି ପଦ୍ଧତିକୁ ମଧ୍ୟ ଭକ୍ତମାନେ ଗ୍ରହଣ କରି ନେଇଛନ୍ତି। ସେମାନେ ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡରେ ମନ୍ଦିରକୁ ଦାନ ଦେଉଥିବା ବେଳେ ଏହା ବେଶ ସ୍ବଚ୍ଛ ଏବଂ ଦୁର୍ନୀତି ମୁକ୍ତ ବୋଲି କହିଛନ୍ତି।