ଏମିତି ଏକ ଦେଶ ଅଛି, ଯେଉଁଠି ଜଣେ ବି ନାହାଁନ୍ତି ଅପରାଧି , ବନ୍ଦ ହୋଇଯିବ ସାରାଦେଶରେ ଜେଲ୍

Published By : Prameya-News7 Bureau | March 05, 2019 IST

ଆପଣ ଜାଣି ନଥିବେ ..ଏମିତି ବି ଏକ ଦେଶ ଅଛି, ଯେଉଁଠି ଜଣେ ବି ନାହାଁନ୍ତି ଅପରାଧି ।

ଏବେ ସେ ଦେଶରେ ବନ୍ଦ ହୋଇଯିବ ଜେଲ.. ଚାବିପଡ଼ିଯିବ ଜେଲଖାନା । ସେହି ଦେଶର  ସରକାର ଚିନ୍ତା କରୁଛନ୍ତି ଜେଲ କର୍ମଚାରୀଙ୍କୁ କିପରି କରିବେ ଥଇଥାନ ।

ୟୁରୋପର ଏକ ଦେଶ ନେଦରଲାଣ୍ଡ ଯେଉଁଠି  ଜଣେ ବି ନାହାଁନ୍ତି ଅପରାଧି। ୨୦୧୩ ମସିହାରେ  ମାତ୍ର ଥିଲେ ୧୯ଜଣ ଅପରାଧି । ୨୦୧୮ ମସିହାରେ କେହି ବି ଜଣେ ନ ଥିଲେ । ଟେଲିଗ୍ରାଫ ପ୍ରକାଶ କରିଥିବା ଖବର ଅନୁସାରେ ନେଦରଲାଣ୍ଡରେ ଜେଲରେ ଚାକିରି କରିଥିବା ୨୦୦୦ର କର୍ମଚାରୀଙ୍କର ଅନ୍ୟସ୍ଥାନକୁ ବଦଳି କରିବା ପାଇଁ ଖୋଜୁଛି କର୍ମସଂସ୍ଥାନ । ଏହି ୨ହଜାର ମଧ୍ୟରୁ ୭୦୦ଲୋକଙ୍କୁ ନେଦରଲାଣ୍ଡ ସରକାର ଯୋଗାଇସାରିଛି କର୍ମସଂସ୍ଥାନ ।

{"id":90932,"width":582,"height":323}

ନେଦରଲାଣ୍ଡର ଇଲେକଟ୍ରୋନିକ ଏଙ୍କଲ ମନିଟରିଂଙ୍ଗ ସିସଟମ୍ ମାଧ୍ୟମରେ ଅପରାଧିଙ୍କୁ ଟ୍ରାକ କରାଯାଇଥାଏ । ଯଦି ଏହି ବ୍ୟବସ୍ଥାରୁ କେହି ଅପବ୍ୟବହାର କରେ ତାହେଲେ ସେ ଧରାପଡ଼ିଯିବାର ଆଶଙ୍ଗା ଶତ ପ୍ରତିଶତ ଥାଏ । କାରଣ ଏହି ବ୍ୟବସ୍ଥାରେ ରେଡ଼ିଓ ଫ୍ରିକ୍ଵେନ୍ସି ମାଧ୍ୟମରେ ପୋଲିସକୁ ଖବର ସୂଚନା ଦେବାର ବ୍ୟବସ୍ଥା ରହିଛି । ଫଳରେ କୌଣସି ଅପରାଧି ସହଜରେ ଖସିଯିବା ସମ୍ଭବ ହୋଇପାରିନାହିଁ ।

ନେଦରଲାଣ୍ଡରେ ଆଜିକାଦିନରେ କେହି ବି ଜଣେ ଅପରାଧ କରିଥିବା ଲୋକ ନାହାଁନ୍ତି କିମ୍ବା ସେମାନଙ୍କ ପାଇଁ କୌଣସି ସରକାର ବ୍ୟବସ୍ଥା ଦଣ୍ଡ ଦେବାପାଇଁ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.