Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ଓଏସଏପି ଯବାନଙ୍କ ଆତ୍ମହତ୍ୟା, ଗଛରେ ଝୁଲୁଛି ମୃତଦେହ
  • ||
  • କ୍ଲାସରୁମ୍ ଭିତରକୁ ପଶିଆସିଲା ବାଘ, ଛାତ୍ରଛାତ୍ରୀଙ୍କୁ ଗୋଡାଇ ଗୋଡାଇ କଲା ଘାଇଲା
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୫୨ କରୋନା ସଂକ୍ରମିତ, ୧୦୪୯୫୯୭ରେ ପହଞ୍ଚିଲା ସଂଖ୍ୟା
  • ||
  • ମାର୍ଗଶିର ଗୁରୁବାରରେ ଲକ୍ଷ୍ମୀ ମନ୍ଦିରରୁ ଚୋରି, ନେଇଗଲେ ହୁଣ୍ଡି ଓ ସୁନା ଗହଣା
  • ||
  • ଗୁଜୁରାଟ ଦଙ୍ଗା ବେଳେ କେଉଁ ସରକାର ଥିଲା ? ସିବିଏସଇର ପ୍ରଶ୍ନକୁ ନେଇ ବିବାଦ ଜୋର
  • ||

ଦୁଇରୁ ଅଧିକ ପିଲା ଥିଲେ ସରକାରୀ ଯୋଜନାରେ ଲାଭ ମିଳିବ ନାହିଁ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମାଙ୍କ ଘୋଷଣା

19/06/2021 at 6:34 PM

ଗୌହାଟି ୧୯।୦୬: ଏବେ ଦୁଇରୁ ଅଧିକ ଛୁଆ ହେଲେ ମିଳିବନି ସରକାରୀ ଯୋଜନାର ଲାଭ। ଏହି  ଘୋଷଣା କରିଛନ୍ତି ଆସାମ ସରକାର। ଆସାମରେ ଦୁଇରୁ ଅଧିକ ପିଲାଙ୍କ ବାପା-ମାଙ୍କୁ ସରକାରୀ ଯୋଜନାର ଲାଭ ମିଳିବ ନାହିଁ। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ଶନିବାର ଘୋଷଣା କରି କହିଛନ୍ତି, ଆସାମ ସରକାର ରାଜ୍ୟରେ ଯୋଜନାର ଫାଇଦା ଉଠାଇବା ପାଇଁ ପର୍ଯ୍ୟାୟକ୍ରମେ ‘ଦୁଇ ପିଲା ନୀତି’ ଲାଗୁ  କରିବେ। କେନ୍ଦ୍ର ସରକାରଙ୍କ ଯୋଜନାରେ ବର୍ତ୍ତମାନ ଏହି ନୀତି ଲାଗୁ କରିବା ସମ୍ଭବ ନୁହେଁ। କିନ୍ତୁ ରାଜ୍ୟ ସରକାରଙ୍କ ଯୋଜନାରେ ଏହାକୁ ଲାଗୁ କରାଯିବ।

ବିଶ୍ଵ ଶର୍ମା ଶନିବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପ୍ରସ୍ତାବିତ ‘ଜନସଂଖ୍ୟା ନିୟନ୍ତ୍ରଣ ନୀତି’ ଆସାମରେ ସମସ୍ତ ଯୋଜନାରେ ଲାଗୁ କରାଯାଇ ପାରିବ ନାହିଁ। କାରଣ ଅନେକ ଯୋଜନା କେନ୍ଦ୍ର ସରକାରଙ୍କ ଦ୍ଵାରା ସଞ୍ଚାଳିତ। କିଛି ଏମିତି ମଧ୍ୟ ଯୋଜନା ରହିଛି, ଯେଉଁଥିରେ  ଦୁଇ ଶିଶୁ ନୀତି ଲାଗୁ କରାଯାଇ ପାରିବ ନାହିଁ,  ଯେପରିକି ସ୍କୁଲ ଓ କଲେଜରେ ମାଗଣା ଶିକ୍ଷା କିମ୍ବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା। କିନ୍ତୁ ରାଜ୍ୟ ସରକାର ଆବାସ ଯୋଜନାରେ ଦୁଇ ପିଲା ନିୟମ ଲାଗୁ କରାଯିବ। ଧୀରେ ଧୀରେ ରାଜ୍ୟ ସରକାରଙ୍କ ପ୍ରତ୍ୟେକ ଯୋଜନାରେ ଏହି ନୀତି ଲାଗୁ କରାଯିବ।

କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପରିବାର ଆକାରକୁ ନେଇ  ବିରୋଧୀ ଟାର୍ଗେଟ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ତାଙ୍କ ବାପା-ମାଙ୍କ ପରିବାରର ଆକାରକୁ ନେଇ ତାଙ୍କୁ ସମାଲୋଚନା କରୁଥିବା ବିରୋଧୀଙ୍କୁ ଜବାବ ଦେଇଛନ୍ତି। ସେ କହିଛନ୍ତି, ୧୯୭୦ ଦଶନ୍ଧିର ସାମାଜିକ ଚାଲିଚଳନକୁ ନେଇ ବିରୋଧୀ ଏବେ ଅଜବ ବୟାନବାଜି କରୁଛନ୍ତି। ସେମାନେ ବର୍ତ୍ତମାନ ସ୍ଥିତିକୁ ୧୯୭୦ ସହ ତୂଳନା କରୁଛନ୍ତି। ଗତ ମାସରେ ମୁଖ୍ୟମନ୍ତ୍ରୀ ପଦର ଶପଥ ନେଇଥିବା ଶର୍ମା ସରକାରୀ ଯୋଜନା ଅନ୍ତର୍ଗତ ମିଳୁଥିବା ଯୋଜନାର ଲାଭ ଉଠାଇବା ପାଇଁ ଦୁଇ ପିଲା ନୀତି ଉପରେ ଯୁକ୍ତି ବାଢି ଆସିଛନ୍ତି।

   Related Posts