Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ପ୍ଲାଜମା ଥେରାପିରେ ରିସ୍କ ଅଛି : ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଆଶ୍ବସ୍ତି, କହିଲେ ସେପ୍ଟେମ୍ବର ସୁଦ୍ଧା ଆସିଯାଇପାରେ ଭ୍ୟାକସିନ୍‌

28/04/2020 at 7:40 PM

ନୂଆଦିଲ୍ଲୀ ୨୮/୦୪ : କରୋନା ରୋଗୀ ଚିକିତ୍ସାରେ ପ୍ଲାଜମା ଥେରାପି ନେଇ ଏକ ବଡ଼ ଆଶା ରଖାଯାଉଥିବା ବେଳେ ଏଥିରେ ମଧ୍ୟ ରିସ୍କ ରହିଥିବା ସ୍ବାସ୍ଥ୍ୟମନ୍ତ୍ରଣାଳୟ କହିଛି। ସେପଟେ ମେ ମାସ ସୁଦ୍ଧା କରୋନା ଟେଷ୍ଟ କିଟ୍‌ ଉତ୍ପାଦନରେ ଭାରତ ସ୍ବାବଲମ୍ବୀ ହେବା ନେଇ ଆଶା ପ୍ରକାଶ କରିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ। ଆଉ ଏସବୁ ଭିତରେ କରୋନାର ଭାକ୍ସିନ ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହେବା ନେଇ ଆକଳନ କରାଯାଉଛି।

ପ୍ଲାଜମା ଥେରାପି କରୋନା ରୋଗୀର ବିଶଲ୍ୟକରଣୀ ନୁହେଁ। ଏଥିରେ ବି ରହିଛି ବିପଦ।  ପ୍ଲାଜମା ଥେରାପି ଦ୍ବାରା କରୋନା ରୋଗୀ ସଂପୂର୍ଣ୍ଣ ସୁସ୍ଥ ହେଉଥିବା ନେଇ ମତ ପ୍ରକାଶ ପାଉଥିବା ବେଳେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏହା ଉପରେ ମଧ୍ୟ ବଡ଼ ଆଶା ସୃଷ୍ଟି କରିଥିଲେ। ଏପର୍ଯ୍ୟନ୍ତ ୪ ଜଣ ଏହି ଥେରାପିରେ ସୁସ୍ଥ ହୋଇଥିବା ମଧ୍ୟ ସୂଚନା ଦିଆଯାଇଥିଲା. ତେବେ ସ୍ବାସ୍ଥ୍ୟମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁସାରେ ପ୍ଲାଜମା ଥେରାପିରେ ଅନେକ କିଛି ବିପଦ ଆଶଙ୍କା ମଧ୍ୟ ରହିଛି। ଏପରିକି ଆଇସିଏମଆର ମଧ୍ୟ ପ୍ଲାଜମା ଥେରାପି ଉପରେ ଅଧିକ ଅନୁସଂଧାନ ଜାରି ରଖିଛନ୍ତି। ତେଣୁ ବିନା ଅନୁମୋଦନରେ ପ୍ଲାଜ୍‌ମା ଥେରାପି ବ୍ୟବହାର ନ କରିବା ଲାଗି ପରାମର୍ଶ ଦିଆଯାଇଛି.

ସେପଟେ ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ମେ ସୁଦ୍ଧା ଦେଶ କରୋନା କିଟ୍‌ ଉତ୍ପାଦନରେ ସ୍ବାବଲମ୍ବୀ ହୋଇପାରିବ। ଆଜି ଦେଶର ଟପ୍‌ ଟେନ ମେଡ଼ିକାଲ ପ୍ରତିଷ୍ଠାନ ସହିତ ସେ ଭିଡିଓ କନଫରେନ୍‌ସିଂ ସହିତ ଆଲୋଚନା କରିଛନ୍ତି। ସେହିପରି ଭୁବନେଶ୍ବର ସମେତ ଦେଶର ବିଭିନ୍ନ ଏମସ ସହିତ ମଧ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଦେଶରେ କରୋନା କିଟ୍‌କୁ ନେଇ ଏକ ପ୍ରକାରର ବିବାଦ ଦେଖାଦେଇଥିବା ବେଳେ ଏବେ ସ୍ବଦେଶୀ କିଟ୍‌ କରୋନା ମୁକାବିଲାର ବଡ଼ ସାଧନ ହୋଇପାରିବ ବୋଲି ସେ କିହିଛନ୍ତି।

କରୋନା ସଂପର୍କିତ ଗୋଟିଏ ଖବର ଉପରେ  ସାରା ବିଶ୍ବ ଏବେ ନଜର ରଖିଛି। ତାହା ହେଉଛି ଏହି ମହାମାରୀର କେବେ ଆସିବ ଟୀକା। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟରେ ପ୍ରସ୍ତୁତି ଚାଲିଥିବା ଭ୍ୟାକସିନ୍ ଏ କ୍ଷେତ୍ରରେ ସବୁଠୁ ଆଗରେ ରହିଛି। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ସହିତ ଭାରତର ପୁନେ ସ୍ଥିତ ସିରମ୍  ଇନଷ୍ଟିଚ୍ୟୁଟ୍  ଅଫ୍  ଇଣ୍ଡିଆ ଏହି ଟୀକାର ଗବେଷଣା କରୁଛି। ମେ’ ମାସ ଶେଷ ସୁଦ୍ଧା ଟୀକା ଉତ୍ପାଦନ କାମ ଆରମ୍ଭ ହୋଇଯିବ । ସେପଟେମ୍ବର କିମ୍ବା ଅକ୍ଟୋବର ସୁଦ୍ଧା ଏହାର ଟ୍ରାଏଲ ଶେଷ ହେଲେ ଏହି ଭ୍ୟାକସିନ୍  ଭାରତ ସମେତ ସାରା ବିଶ୍ବରେ ଉପଲବ୍ଧ ହୋଇପାରିବ । ଏହି ଭ୍ୟାକସିନ୍ ର ମୂଲ୍ୟ ପ୍ରାୟ ହଜାରେ ଟଙ୍କା ରହିବ ।

ବିଶ୍ବରରେ ଏବେ ୭ଟି କରୋନା ଭାକ୍ସିନ ମାନବୀୟ ପରୀକ୍ଷଣ ପର୍ଯ୍ୟାୟରେ ରହିଛି। ଭାରତରେ ୬ଟି ଫାର୍ମ ଭାକ୍ସନ ପରୀକ୍ଷଣ ପ୍ରି କ୍ଲିନିକାଲ ପର୍ଯ୍ୟାୟରେ ରହିଛନ୍ତି।

   Related Posts