Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଣତନ୍ତ୍ର ଦିବସ ପୂର୍ବରୁ ଦିଲ୍ଲୀ ପୋଲିସକୁ ବଡ ଧରଣର ସଫଳତା, ଅବୈଧ ଅସ୍ତ୍ରଶସ୍ତ୍ର ସହ ୨ଜଣ ଗିରଫ
  • ||
  • ଗଣତନ୍ତ୍ର ଦିବସରେ ୩୮୪ଜଣଙ୍କୁ ମିଳିବ ବୀରତା ପୁରସ୍କାର, ଘୋଷଣା କଲେ ରାଷ୍ଟ୍ରପତି
  • ||
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||

୩ ଦିନ ପାଇଁ ସତର୍କତା : କେତେକ ରାଜ୍ୟରେ ବଜ୍ରପାତ ସହ ପ୍ରବଳ ବର୍ଷା ସମ୍ଭାବନା

26/04/2020 at 11:02 AM

ନୂଆଦିଲ୍ଲୀ ୨୬।୪: ଗ୍ରୀଷ୍ମ ଋତୁରେ ମଧ୍ୟ ବର୍ଷା ଜାରି ରହିଛି । ଗତ ୨୪ଘଣ୍ଟା ମଧ୍ୟରେ ଅନେକ ରାଜ୍ୟରେ ପ୍ରବଳ ବର୍ଷା, ବଜ୍ରପାତ ଏବଂ କୁଆପଥର ବର୍ଷା ହୋଇଛି । ପାଣିପାଗ ପୂର୍ବାନୁମାନ କହିଛି ଯେ ଅପ୍ରେଲ ୨୬ ତାରିଥରେ ଦେଶର ଅନେକ ରାଜ୍ୟରେ ପ୍ରବଳ ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ରହିଛି । ଏହା ପରେ ୨୮ଏବଂ ୨୯ ଅପ୍ରେଲରେ ଉତ୍ତର ପୂର୍ବରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି ।

ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପୂର୍ବ ଭାରତ, ଉପ-ହିମାଳୟ ପଶ୍ଚିମବଙ୍ଗ, ସିକ୍କିମ, ଝାଡଖଣ୍ଡ, ଆଭ୍ୟନ୍ତରୀଣ ତାମିଲନାଡୁ, କେରଳ, ଦକ୍ଷିଣ କର୍ଣ୍ଣାଟକ, ଉପକୂଳ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତରାଖଣ୍ଡ ଏବଂ ଉତ୍ତରପ୍ରଦେଶର କେତେକ ସ୍ଥାନରେ ମୌସୁମୀ ପୂର୍ବ ବର୍ଷା ହୋଇପାରେ ।

ସ୍କାଏମେଟର ପାଣିପାଗ ଅନୁଯାୟୀ, ଓଡିଶାରେ ବର୍ତ୍ତମାନ ବହୁତ ଖରାପ ପାଗ ରହିଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି । ଏହାପରେ ଅପ୍ରେଲ ୨୮ କିମ୍ବା ୨୯ ପର୍ଯ୍ୟନ୍ତ ବର୍ଷାର ପରିମାଣ ବଡିପାରେ ଏବଂ ପ୍ରବଳ ବର୍ଷା ହେବାର ଅନୁମାନ କରାଯାଉଛି ।

ଆସନ୍ତା ୨୪ଘଣ୍ଟା ମଧ୍ୟରେ ଉତ୍ତର ଏବଂ ଉପକୂଳ ଓଡିଶା, ଗାଙ୍ଗେଟିକ୍ ପଶ୍ଚିମବଙ୍ଗ, ମଣିପୁର, ମିଜୋରାମ ଏବଂ ତ୍ରିପୁରାର କିଛି ଅଞ୍ଚଳରେ ମଧ୍ୟମରୁ ପ୍ରବଳ ବର୍ଷା ଜାରି ରହିବ ବୋଲି ଆକଳନ କରାଯାଉଛି । ହରିୟାଣା ଏବଂ ଦିଲ୍ଲୀର କେତେକ ସ୍ଥାନରେ ବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଉତ୍ତର ଏବଂ ପୂର୍ବ ରାଜସ୍ଥାନର କେତେକ ସ୍ଥାନରେ ଧୂଳିଝଡ ସହ ବଜ୍ରପାତ ଏବଂ ବର୍ଷା ସମ୍ଭବନା ରହିଛି ।

ପଞ୍ଜାବରେ ବଜ୍ରପାତ ଏବଂ ପ୍ରବଳ ପବନ ସହିତ ବର୍ଷା ହୋଇପାରେ । ଅମୃତସର, ବାର୍ନାଲା, ଫତେହଗଡ ସାହେବ, ଫିରୋଜପୁର, ଗୁରୁଦାସପୁର, ହୋଶିଆରପୁର, ଜଲନ୍ଦର, କାପୁରଥାଲା, କାଥୁଆ, ଲୁଧିଆନା, ମୋଗା, ପଠାନକୋଟ, ପଟିଆଲା, ରୂପନଗର, ସାହିବଜଡା ଅଜିତ ସିଂ ନାଗର, ସାଙ୍ଗରଗଣ, ଶାହରୁଜ, ସିଂହଗର ବର୍ଷା ହେବାର ଆଶଙ୍କା କରାଯାଉଛି ।

   Related Posts