ନିଆରା ସଂଘର୍ଷ : ଏଠାରେ ପ୍ରେମିକାଙ୍କୁ ପାଇବା ପାଇଁ ଯୁବକଙ୍କୁ କରିବାକୁ ପଡ଼ିଥାଏ ଯୁଦ୍ଧ, ହେବାକୁ ପଡିଥାଏ ରକ୍ତାକ୍ତ

Published By : Prameya-News7 Bureau | December 31, 2018 IST

ଟେଙ୍ଗାନନ ୩୧/୧୨: ପ୍ରେମ ଅନ୍ଧ ହୋଇଥାଏ। ପ୍ରେମ ପାଇଁ ଲୋକମାନେ ସବୁ କିଛି କରି ବସନ୍ତି। ଲୋକମାନେ ନିଜ ପ୍ରେମକୁ ପାଇବା ପାଇଁ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ଏତେ ସହଜ ହୋଇନଥାଏ ନିଜ ପ୍ରେମକୁ ପାଇବା। ଆମେ ଆଜି ଏପରି ଏକ ସ୍ଥାନ ବିଷୟରେ ଜାଣିବା ଯେଉଁଠାରେ ପ୍ରେମକୁ ପାଇବା ପାଇଁ ଯୁଦ୍ଧ କରିବାକୁ ପଡ଼ିଥାଏ।

wp:gallery {"ids":[69079]} /wp:gallery

ଇଣ୍ଡୋନେସିଆର ଟେଙ୍ଗାନନ ଗ୍ରାମରେ ଏକ ପରମ୍ପରା ପାଳନ କରାଯାଇଥାଏ ଯେଉଁଥିରେ ଯୁବକମାନଙ୍କୁ ନିଜ ପ୍ରେମକୁ ପାଇବା ପାଇଁ ରକ୍ତାକ୍ତ ହେବାକୁ ପଡ଼ିଥାଏ। ଏହି ଗାଁରେ ପ୍ରତି ବର୍ଷ ଏହି ଖାସ୍ ଧରଣର ପର୍ବ ପାଳନ କରାଯାଇଥାଏ। ଏହାକୁ ଉସାବା ସାମ୍ବା କୁହାଯାଇଥାଏ। ଏହା ପ୍ରତି ବର୍ଷ ମଇ ମାସରେ ପାଳନ କରାଯାଇଥାଏ। ଏହି ପର୍ବରେ କିଛି ଏପରି କରିବାକୁ ପଡ଼ିଥାଏ ଯାହା ଦ୍ବାରା ପ୍ରେମିକକୁ ତାର ପ୍ରେମିକା ମିଳିଯାଏ।

wp:gallery {"ids":[69080]} /wp:gallery

ଏହି ପର୍ବରେ ଅବିବାହିତ ଯୁବକଙ୍କୁ ନିଜ ପସନ୍ଦର ଯୁବତୀଙ୍କୁ ପ୍ରପୋଜ କରିବାକୁ ସୁଯୋଗ ଦିଆଯାଇଥାଏ। କିନ୍ତୁ ଏହା ପୂର୍ବରୁ ଏହି ଯୁବକଙ୍କୁ ଅନ୍ୟ ଯୁବକଙ୍କ ସହ ହାତରେ ପଣ୍ଡାନସ୍ ଗଛର କଟାଯାଇଥିବା ଡାଳ ଧରି ଲଢ଼େଇ କରିବାକୁ ପଡ଼ିଥାଏ। ଏହି ଲଢ଼େଇରେ ଯଦି ଯୁବକ ଜିତିଯାଆନ୍ତି ତେବେ ତାଙ୍କ ପ୍ରେମ ତାଙ୍କୁ ମିଳିଯାଇଥାଏ।

wp:gallery {"ids":[69081]} /wp:gallery

କେବଳ ଏତିକି ନୁହେଁ,ଲଢ଼େଇ ସମୟରେ ଯୁବତୀଙ୍କୁ ସଜାଇ କାଠଦୋଳିରେ ବସାଯାଇଥାଏ। ଲଢ଼େଇ ନ ସରିବା ଯାଏଁ ଯୁବତୀମାନେ ବସିରହନ୍ତି। ଏହି ଲଢ଼େଇରେ ଯୁବକମାନେ ପୂରା ଦମ୍ ସହ ଲଢ଼େଇ କରନ୍ତି। ଏହି ଲଢ଼େଇରେ ବେଳେବେଳେ ତାଙ୍କୁ ଗଭୀର ଆଘାତ ମଧ୍ୟ ଲାଗିଥାଏ। ଏଥିରେ ଯୁବକଙ୍କ ଶରୀରରୁ ରକ୍ତ ମଧ୍ୟ ବୋହିଥାଏ।

wp:gallery {"ids":[69082]} /wp:gallery

   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.