ସାର୍ବଜନୀନ ଶୌଚାଳୟରେ ରହିଛି କରୋନା ସଂକ୍ରମଣର ଭୟ, ଫ୍ଲସ୍‌ରେ ଦୂର ହୁଏ ନାହିଁ କଣିକା: ରିପୋର୍ଟ

Published By : Prameya-News7 Bureau | August 22, 2020 IST

ନୂଆଦିଲ୍ଲୀ ୨୨।୦୮: ଶୌଚାଳୟରେ ଫ୍ଲସ କରିବା ପରେ ବି  ଭୂତାଣୁ ଜମି ରହିଥାନ୍ତି। ଯାହା ନିଃଶ୍ଵାସ ଜରିଆରେ ଆପଣଙ୍କ ଶରୀରରେ ପ୍ରବେଶ କରିପାରେ। ଅଧ୍ୟୟନ ଅନୁଯାୟୀ କୋଭିଡ୍-୧୯ ପ୍ରକୋପ ସମୟରେ ସାର୍ବଜନୀନ ଶୌଚାଳୟରେ ମଧ୍ୟ ମାସ୍କ ପିନ୍ଧିବା ଲୋକଙ୍କ ପାଇଁ ଜରୁରୀ। ଫିଜିକ୍ସ ଅଫ ଫ୍ଲୁଇଡିସ୍‌ରେ ପ୍ରକାଶିତ ଅଧ୍ୟୟନର ରିପୋର୍ଟରେ କୁହାଯାଇଛି ୟୁରିନାଲରେ ଫ୍ଲସ ପରେ ବି ଭୂତାଣୁର କଣିକା ସେଠାରେ ଲାଗି ରହିଥାଏ।

ଅଧ୍ୟୟନରୁ ଜଣା ପଡିଛି ଶୌଚାଳୟରେ ମଳ ମୂତ୍ରରୁ କୋଭିଡ-୧୯ ସଂକ୍ରମଣ ସମ୍ଭବ। ଏଥିପାଇଁ ଚୀନର ୟଙ୍ଗଜୋ  ବିଶ୍ଵ ବିଦ୍ୟାଳୟର ବୈଜ୍ଞାନିକଙ୍କ ସହିତ ଅନ୍ୟ ବୈଜ୍ଞାନିକ କହିଛନ୍ତି ମହାମାରୀ ସମୟରେ ସାର୍ବଜନୀନ ଶୌଚାଳୟରେ ସମୟରେ ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ରହିଥାଏ।

ୟଙ୍ଗଜହ ବିଶ୍ଵ ବିଦ୍ୟାଳୟର ସହ ଲେଖକ ଜିୟାଙ୍ଗଡୋଙ୍ଗ ଲିୟୁ କହିଛନ୍ତି ଫ୍ଲସିଂ ସମୟରେ ଘଟୁଥିବା କଣିକାର ବିଘଟନର ମୋଡେଲ୍ ପ୍ରସ୍ତୁତ ଲାଗି କମ୍ପ୍ୟୁଟେସନାଲ ପ୍ରକ୍ରିୟାର ଉପଯୋଗ କରାଯାଇଛି। ଗବେଷକଙ୍କ ଅନୁଯାୟୀ ମୁତ୍ରକୁ ଫ୍ଲସ୍ କରିବା ଦ୍ଵାରା ଗ୍ୟାସ୍ ଓ ତରଳ ଇଣ୍ଟରଫେସ୍ର ମିଶ୍ରଣ ଘଟି ଏରୋସେଲ କଣିକାକୁ ପ୍ରସାର କରିଥାଏ, ଯାହା ସଂକ୍ରମଣକୁ  ବୃଦ୍ଧି କରିଥାଏ।

ବୈଜ୍ଞାନିକଙ୍କ ଦ୍ଵାରା କରାଯାଇଥିବା ଅଧ୍ୟୟନରୁ ଏହା ମଧ୍ୟ ଜଣା ପଡିଛି ଯେବେ ପୁରୁଷ ସାଧାରଣ ଶୌଚାଳୟ ବ୍ୟବହାର କରନ୍ତି ତେବେ ୫ ସେକେଣ୍ଡ ଭିତରେ ଛୋଟ କଣିକା ଜଙ୍ଘ ପର୍ଯ୍ୟନ୍ତ ପହଞ୍ଚିପାରେ।  ସାଧାରଣ ଶୌଚାଳୟରେ ସଂକ୍ରମଣର ଆଶଙ୍କା ଅଧିକ ଥାଏ। ବିଶେଷ କରି ଜନବହୁଳ ଅଞ୍ଚଳରେ ଥିବା ଶୌଚାଳୟରେ ସଂକ୍ରମଣର ଆଶଙ୍କା ଅଧିକ ଥାଏ। କାରଣ ସେଠାରେ ଅଧିକ ସଂଖ୍ୟାରେ ଲୋକ ଶୌଚାଳୟ ବ୍ୟବହାର କରନ୍ତି। ସେଠାରେ ସାନିଟାଇଜ୍ ମଧ୍ୟ କରାଯାଏ ନାହିଁ। କେବଳ ଫ୍ଲସ୍‌ରେ କଣିକା ଧୋଇ ହୁଏ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.