Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଭାରତୀୟ ସେନାରେ ୮ ଜଣ କରୋନା ସଂକ୍ରମିତ, ସୁସ୍ଥ ହୋଇ ଡ୍ୟୁଟିରେ ଯୋଗ ଦେଲେ ଜଣେ

17/04/2020 at 5:28 PM

ଶ୍ରୀନଗର ୧୭।୦୪: କରୋନା ଦେଶର ସବୁ ଅଞ୍ଚଳରେ ନିଜର କାୟା ମେଲାଇଛି। ଭାରତୀୟ ସେନା ମଧ୍ୟ ଏହି ବିପଦଜ୍ଜନକ ଭାଇରସ୍‌ରୁ ବର୍ତ୍ତି ପାରି ନାହିଁ। ସେନାଧ୍ୟକ୍ଷ ଜେନେରାଲ ମନୋଜ ମୁକୁନ୍ଦ ନରଓ୍ଵାଣେଙ୍କ ଅନୁଯାୟୀ, ଅଦ୍ୟାବଧି ସେନାର ମୋଟ୍ ୮ ଜଣ କରୋନା ସଂକ୍ରମିତ ହୋଇଛନ୍ତି। ଭଲ ଖବର ଏହା ଯେ, ଜଣେ ସୁସ୍ଥ ହୋଇ ଡ୍ୟୁଟିକୁ ଫେରି ସାରିଛନ୍ତି ଏବଂ ଅନ୍ୟ ଚାରି ଜଣ ଧିରେ ଧିରେ ସୁସ୍ଥ ହେଉଛନ୍ତି।

ଶୁକ୍ରବାର କାଶ୍ମୀର ଗସ୍ତରେ ପହଞ୍ଚିଥିବା ସେନାଧ୍ୟକ୍ଷ ଜେନେରାଲ ନରଓ୍ଵାଣେ  କହିଛନ୍ତି, ଏ ପର୍ଯ୍ୟନ୍ତ ପୂରା ଭାରତୀୟ ସେନାରେ କରୋନାରେ ମୋଟ୍ ୮ ଜଣ ସଂକ୍ରମିତ ହୋଇଛନ୍ତି। ଏଥିରେ ୨ ଜଣ ଡାକ୍ତର ଓ ଜଣେ ନର୍ସିଂ ଆସିଷ୍ଟାଣ୍ଡ ଅଛନ୍ତି। ଅନ୍ୟ ଚାରି ରୋଗୀ ସୁସ୍ଥ ହେଉଛନ୍ତି। ଲଦାଖର ଜଣେ ସଂପୂର୍ଣ୍ଣ ସୁସ୍ଥ ହୋଇ ଡ୍ୟୁଟିରେ ଯୋଗ ଦେଇ ସାରିଛନ୍ତି।

ଶୁକ୍ରବାର ସେନା ପ୍ରମୁଖ କୁପଓ୍ଵାଡାରେ କହିଛନ୍ତି ଯେ, ସମଗ୍ର ଦୁନିଆରେ କରୋନାର ଲଢେଇ ମଧ୍ୟରେ ଭାରତ କେବଳ ନିଜ ପାଇଁ ନୁହଁ ବରଂ ଅନ୍ୟ ଦେଶର ଲୋକଙ୍କୁ ମଧ୍ୟ ସାହାଯ୍ୟ କରୁଛି।  ଦୁନିଆରେ ଔଷଧ ଅଭାବ ଓ ଚିକିତ୍ସା ସେବାର ସଙ୍କଟ ମଧ୍ୟରେ ଭାରତ ଯେଉଁଠି ସବୁ ଦେଶକୁ କରୋନା ଲଢେଇରେ ସହାୟତା କରୁଛି ସେହି ସମୟରେ ପାକିସ୍ତାନ ଆତଙ୍କୀ ଷଡଯନ୍ତ୍ର ରଚି କାଶ୍ମୀରରେ ଅଶାନ୍ତ କରିବାକୁ ପ୍ରୟାସ ଚଳାଇଛି।

ପାକିସ୍ତାନ ସେନା ଅନୁପ୍ରବେଶ ଉଦ୍ୟମ ବ୍ୟତୀତ ଅନେକ ଦିନରୁ ଜାମ୍ମୁ ଓ କାଶ୍ମୀର ସଂଲଗ୍ନ  ନିୟନ୍ତ୍ରଣ ରେଖାରେ ମଧ୍ୟ ପ୍ରବଳ ଗୁଳି ବର୍ଷଣ କରି ସୀମାରେ ଅଶାନ୍ତ ମାହୋଲ ସୃଷ୍ଟି କରିବାକୁ ଉଦ୍ୟମ ଚଳାଇଛି। ପାକିସ୍ତାନ ପକ୍ଷରୁ ଉତ୍ତର କାଶ୍ମୀର ସମେତ ରାଜୌରୀ, ପୁଞ୍ଛ ଓ କଠୁଆର କିଛି ଅଞ୍ଚଳରେ ହୋଇଥିବା ଗୁଳିମାଡ କାରଣରୁ ଅନେକ ସ୍ଥାନୀୟ ନାଗରିକଙ୍କ ପ୍ରାଣହାନୀ ମଧ୍ୟ ଘଟିଛି।

   Related Posts