କରୋନା ଭାଇରସ୍ ଗୋଟିଏ ନୁହେଁ ତିନି ପ୍ରକାରର, ଜାଣନ୍ତୁ କେଉଁଟି ସବୁଠାରୁ ମାରାତ୍ମକ

Published By : Prameya-News7 Bureau | April 13, 2020 IST

ଲଣ୍ଡନ ୧୩।୪: ସମଗ୍ର ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍ କୁ ନେଇ ଏକ ନୂଆ ସୂଚନା ମିଳିଛି । ବୈଜ୍ଞାନିକମାନଙ୍କ ଦ୍ବାରା କରାଯାଇଥିବା ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, କରୋନା ଭାଇରସ୍ ଗୋଟିଏ ପ୍ରକାରର ନୁହେଁ, ଏହା ତିନି ପ୍ରକାରର । ଏହି ତିନି ପ୍ରକାରର କରୋନା ଭାଇରସ୍ ଟାଇପ୍-ଏ, ଟାଇପ୍-ବି ଏବଂ ଟାଇପ୍-ସି ବର୍ଗରେ ରଖାଯାଇଛି ।

{"id":253351,"sizeSlug":"large"}

ଏକ ରିପୋର୍ଟ ଅନୁସାରେ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟର ଅନୁସନ୍ଧାନକାରୀମାନେ ଗତ ବର୍ଷ ଡିସେମ୍ବର ମାସରୁ ଚଳିତ ବର୍ଷ ମାର୍ଚ୍ଚ ମାସ ଶେଷ ପର୍ଯ୍ୟନ୍ତ ଏହି ସଂକ୍ରମଣର ଜେନେଟିକ ହିଷ୍ଟ୍ରିର ଅନୁସନ୍ଧାନ କରିଛନ୍ତି ଯେଉଁଥିରେ ତିନୋଟି ଭିନ୍ନ ପ୍ରକାର ମିଳିଛି ।

{"id":253161,"sizeSlug":"large"}

ଅନୁସନ୍ଧାନକାରୀମାନେ ସେମାନଙ୍କ ରିପୋର୍ଟରେ ଦାବି କରିଛନ୍ତି ଯେ ଏହି ଟାଇପ୍-ଏ ଭାଇରସ୍ ମଧ୍ୟରୁ ଗୋଟିଏ ପ୍ରଥମେ ବଜ୍ରକାପ୍ତା ଭଳି ପ୍ରାଣୀର ଶରୀରରୁ ବାଦୁଡି ଶରୀରକୁ ବ୍ୟାପିଥିଲା । ଏହାପରେ ଚୀନର ଉହାନର ମାଂସ ବଜାରରେ ପ୍ରବେଶ କରିଥିଲା । ମାଂସ ବଜାରର ସାରା ଉହାନ ସହରରେ ବ୍ୟାପିଥିଲା ଏବଂ ମନୁଷ୍ୟମାନଙ୍କୁ ସଂକ୍ରମିତ କରିଥିଲା ​​। ଚୀନର ଲୋକଙ୍କୁ ସଂକ୍ରମିତ କରିବା ପରେ ଏହି ଭାଇରସ୍ ଦେଶର ସୀମା ବାହାରେ ବ୍ୟାପିଲା । ଜାନୁଆରୀ ସୁଦ୍ଧା ଏହି ଭାଇରସ୍ ଜାପାନ, ଅଷ୍ଟ୍ରେଲିଆ ଏବଂ ଆମେରିକାରେ ଲୋକଙ୍କୁ ସଂକ୍ରମିତ କରିଥିଲା ।

{"id":253054,"sizeSlug":"large"}

ବର୍ତ୍ତମାନ ଆମେରିକା ଏବଂ ଅଷ୍ଟ୍ରେଲିଆ ଟାଇପ୍-ଏ ଭାଇରସ୍ ଦ୍ବାରା ସଂକ୍ରମିତ ହେଉଛନ୍ତି । ଉଭୟ ଦେଶରେ ୪,୦୦,୦୦୦ରୁ ଅଧିକ ଲୋକ ସଂକ୍ରମିତ ହୋଇସାରିଲେଣି । କେବଳ ଆମେରିକାରେ ଦୁଇ-ତୃତୀୟାଂଶ ଲୋକ ଟାଇପ୍-ଏ ଭାଇରସ୍ ସଂସ୍ପର୍ଶରେ ଆସିଛନ୍ତି । ଅନୁସନ୍ଧାନକାରୀମାନେ ବିଶ୍ବାସ କରୁଛନ୍ତି ଯେ, ଭାଇରସ୍ ସବୁଠାରୁ ବିପଜ୍ଜନକ ପ୍ରକାର । ଏହି ପ୍ରକାର ଭାଇରସ୍ ବିଶ୍ବରେ ମହାମାରୀ ପାଇଁ ଦାୟୀ ।

{"id":252815,"sizeSlug":"large"}

ବ୍ରିଟିଶ ଡାକ୍ତର ପିଟର ଫୋଷ୍ଟରଙ୍କ ଟିମ୍ ଅନୁଯାୟୀ ଟାଇପ୍-ବି ଭାଇରସ୍ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି । ଚୀନରେ ହଜାର ହଜାର ଲୋକଙ୍କ ଜୀବନ ନେବା ପରେ ଏହି ଟାଇପ୍-ବି ଭାଇରସ୍ ୟୁରୋପ, ଦକ୍ଷିଣ ଆମେରିକା ଏବଂ କାନାଡାରେ ବିସ୍ତାର କରିଥିଲା । ଏହାପରେ ଫିନଲ୍ୟାଣ୍ଡ, ଜର୍ମାନୀ, ଫ୍ରାନ୍ସ, ବେଲଜିୟମ, ଡେନମାର୍କ, ବ୍ରିଟେନ ଏବଂ ଜାପାନର ଲୋକଙ୍କୁ ସଂକ୍ରମିତ କରିବା ସହ ହଜାର ହଜାର ଲୋକଙ୍କ ଜୀବନ ନେଇଥିଲା । ସାରା ବିଶ୍ବରେ କରୋନା ଭାଇରସ୍ ଟାଇପ୍-ବି ଦ୍ବାରା ସଂକ୍ରମିତ ଲୋକଙ୍କ ସଂଖ୍ୟା ସର୍ବାଧିକ । ଏହା ମଧ୍ୟ ଚୀନ୍ ବାହାରେ ଦ୍ରୁତ ଗତିରେ ବିସ୍ତାର କରୁଛି ।

{"id":252783,"sizeSlug":"large"}

ତୃତୀୟ ପ୍ରକାରର ଭାଇରସ୍ ହେଉଛି ଟାଇପ୍-ସି ଭାଇରସ୍ । ଏହା ଟାଇପ୍-ବି ର ସମ୍ପୂର୍ଣ୍ଣ ବିପରୀତ । ଟାଇପ୍-ସି ସଂକ୍ରମିତ ଏପର୍ଯ୍ୟନ୍ତ କେବଳ ୟୁରୋପ ଏବଂ ସିଙ୍ଗାପୁରରେ ଦେଖିବାକୁ ମିଳିଛନ୍ତି ।

{"id":253346,"sizeSlug":"large"}

ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ବିଶ୍ବରେ ୧୮.୫ ଲକ୍ଷରୁ ଅଧିକ କରୋନା ଭାଇରସ୍ ଦ୍ବାରା ସଂକ୍ରମିତ ହୋଇଛନ୍ତି । ୧ ଲକ୍ଷରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.