Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଜେଟ୍ ଅଧିବେଶନ: ଜାନୁଆରୀ ୩୧ରେ ରାଷ୍ଟ୍ରପତିଙ୍କ ଅଭିଭାଷଣ, ଫେବୃଆରୀ ୧ରେ ଉପସ୍ଥାପନ ହେବ ବଜେଟ୍
  • ||
  • IPL 2022: ନିଜ ଟିମ୍‌ର ନାମ ଘୋଷଣା କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି, ରଖିଲା ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୩୦୯ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୧୧୫ଜଣ ଡିସଚାର୍ଜ
  • ||
  • ରବିଚନ୍ଦ୍ରନ ଅଶ୍ବିନ ନିରାଶ, ଏହି ଖେଳାଳି ହେଲେ ‘ଟେଷ୍ଟ କ୍ରିକେଟର୍ ଅଫ୍‌ ଦି ଇୟର’
  • ||
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ଉପରେ ଲକ୍ ଡାଉନ କଟକଣା ନାହିଁ: ଡିଜିପି ଜାରି କଲେ ସ୍ବତନ୍ତ୍ର ବିଜ୍ଞପ୍ତି

24/03/2020 at 8:00 PM

ଭୁବନେଶ୍ବର୨୪/୩: କରୋନା ଜନିତ ଲକ ଡାଉନ ବେଳେ ଡାକ୍ତର, ନର୍ସ ଏବଂ ସ୍ବାସ୍ଥ୍ୟସେବା ସହ ଜଡିତ ବ୍ୟକ୍ତି ବିଶେଷ ଏବଂ କର୍ମଚାରୀଙ୍କ ଚଳପ୍ରଚଳ ଅବାଧ ବା ସମ୍ପୂର୍ଣ୍ଣ କଟକଣା ମୁକ୍ତ ରହିବ। ସେମାନଙ୍କୁ ସୁରକ୍ଷା ଆଳରେ ପୋଲିସ୍ କର୍ମଚାରୀମାନେ ଅଟକାଇବେ ନାହିଁ କିମ୍ବା ଯାଞ୍ଚ କରିବେ ନାହିଁ। ଏହି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶ ଅଭୟ। ଏହି କ୍ରମରେ ଡିଜିପି ଅଭୟଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଏହି ବିଜ୍ଞପ୍ତିରେ ରାଜ୍ୟର ସମସ୍ତ ଜିଲ୍ଲାର ଏସ୍‌ପିଙ୍କ ସହ ଡିଏସପି .ଏବହ ଡିଆଇଜି ତଥା ବରିଷ୍ଠ ପଦାଧିକାରୀମାନଙ୍କୁ ଏନେଇ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଏହି ଅନୁଯାୟୀ ଲକ ଡାଉନ ସତ୍ତ୍ବେ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ ଏବଂ କର୍ମଚାରୀମାନଙ୍କୁ  ପୋଲିସ୍ ଅଟକାଇବେ ନାହିଁ। ସେହିପରି ସମାଜର ହିତରେ କାର୍ଯ୍ୟରତ ଏହି ବ୍ୟକ୍ତିଙ୍କୁ ପୋଲିସ୍‌ ଅଟକାଇବେ ନାହିଁ ବୋଲି ପୋଲିସ୍‌ ମହାନିର୍ଦ୍ଦେଶକଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି।

କେବଳ ସରକାରୀ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାର ନୁହେଁ ବରଂ ଘରୋଇ ହସ୍ପିଟାଲରେ କାର୍ଯ୍ୟରତ କର୍ମଚାରୀମାନେ ମଧ୍ୟ ପରିଚୟ ପତ୍ର ଦେଖା ନିଜ କାର୍ଯ୍ୟସ୍ଥଳକୁ ଯାଇପାରିବେ। ତେବେ ସେମାନଙ୍କୁ ସେମାନଙ୍କ ବିଭାଗ ବା ହସ୍ପିଟାଲ ପ୍ରଦତ୍ତ ପରିଚୟ ପତ୍ର ରଖିବା ଆବଶ୍ୟକ। ଏହି ଅନୁଯାୟୀ ସ୍ବାସ୍ଥ୍ୟସେବା ବା ହସ୍ପିଟାଲ କର୍ମଚାରୀମାନେ ମାର୍ଚ୍ଚ ୨୭ ତାରିଖ ପର୍ଯ୍ୟନ୍ତ ନିଜର ପରିଚୟ ପତ୍ର ଦେଖାଇ ଅବାଧରେ କାର୍ଯ୍ୟସ୍ଥଳକୁ ଯାତାୟତ କରି ପାରିବେ।

   Related Posts