ଧୋନୀଙ୍କ ବିକଳ୍ପ ଆଜି ଯାଏଁ ମିଳିପାରି ନାହାଁନ୍ତି- ଏମଏସକେ ପ୍ରସାଦ

Published By : Prameya-News7 Bureau | March 07, 2020 IST

ନୂଆଦିଲ୍ଲୀ ୦୭|୦୩:  ଭାରତୀୟ ଦଳର ପୂର୍ବତନ ସିଲେକ୍ଟର ଏମଏସକେ ପ୍ରସାଦଙ୍କ ପରେ ଭାରତୀୟ ଦଳର ପୂର୍ବତନ ସ୍ପିନର ସୁନୀଲ ଜୋଷୀଙ୍କୁ ଏହି ଦାୟିତ୍ୱ ଦିଆଯାଇଛି।  ପ୍ରସାଦ ୨୦୧୫ରୁ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ୱ ତୁଲାଇ ଆସୁଥିଲେ। ନିଜ ୫ ବର୍ଷର କାର୍ଯ୍ୟକାଳର ସେ ଅନେକ କଠିନ ନିଷ୍ପତ୍ତି ନେଇଛନ୍ତି କିନ୍ତୁ ମହେନ୍ଦ୍ର ସିଂ ଧୋନୀଙ୍କ ବିକଳ୍ପ ଖୋଜିବା ସବୁଠାରୁ କଷ୍ଟକର ଥିଲା ଯାହା ସେ କରିପାରି ନଥିଲେ ବୋଲି କହିଛନ୍ତି।

{"id":234381,"width":751,"height":422,"sizeSlug":"large"}

ଏମଏସକେ ପ୍ରସାଦ କହିଛନ୍ତି ଯେ, ଧୋନୀ ଓ ୟୁବରାଜ ସିଂ ଉଭୟ ଭାରତୀୟ ଦଳର ମହତ୍ୱପୂର୍ଣ୍ଣ ଖେଳାଳି ରହିଥିଲେ। ସେମାନଙ୍କ ବିକଳ୍ପ ଖୋଜିବା କିମ୍ବା ପ୍ରସ୍ତୁତ କରିବା ସବୁଠାରୁ କଷ୍ଟକର ଥିଲା। ସେମାନଙ୍କ ସ୍ଥାନ ସହଜରେ କେହିହେଲେ ନେଇପାରିବେ ନାହିଁ। ସୀମିତ ଓଭର କ୍ରିକେଟରେ ରବୀନ୍ଦ୍ର ଜାଡେଜା ଓ ଆର ଅଶ୍ୱୀନଙ୍କୁ ଦଳରେ ସାମିଲ କରିବା ସବୁଠାରୁ କଠିନ ନିଷ୍ପତ୍ତି ଥିବା ସେ କହିଛନ୍ତି।

{"id":234382,"width":758,"height":505,"sizeSlug":"large"}

ସେ ଆହୁରି କହିଛନ୍ତି ଯେ, ଅନ୍ତରାଷ୍ଟ୍ରୀୟ ମ୍ୟାଚ କମ ଖେଳିବା ଅଭିଯୋଗର ସେ ସାମ୍ନା କରିଛନ୍ତି। ଏହାକୁ ନେଇ ତାଙ୍କ ଉପରେ ପ୍ରଶ୍ନ ମଧ୍ୟ ଉଠିଛି। ତେବେ ଭାରତୀୟ ଦଳ ସହଜରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରୁ ବିରାଟ କୋହଲିଙ୍କ ନେତୃତକ ପରିବର୍ତ୍ତନ ହେବାର ଶ୍ରେୟ ତାଙ୍କୁ ମିଳିଛି ବୋଲି ସେ କହିଛନ୍ତି। ଧୋନୀଙ୍କ ପରେ କୋହଲି ଦାୟିତ୍ୱ ନେବା ପରେ ଦଳ ସମସ୍ତ ଫର୍ମାଟରେ ନମ୍ବର ୧ ହୋଇଥିଲା। ଏହି ସଫଳତାକୁ ନେଇ ସେ ଖୁସିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.