Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ଘାରୁଛି କରୋନା ମୃତ୍ୟୁ, ସେପଟେ ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୯୧୩ ସଂକ୍ରମିତ
  • ||
  • ଚାଷୀଙ୍କୁ କେନ୍ଦ୍ର ସରକାରଙ୍କ ସହାୟତା ନେଇ କେନ୍ଦ୍ରମନ୍ତ୍ରୀଙ୍କ ଟ୍ୱିଟ୍: ଲେଖିଲେ, ଗତ ୬ ବର୍ଷରେ ଓଡ଼ିଶାର ଚାଷୀଙ୍କୁ ୬୦ ହଜାର ୮୩୬ କୋଟି ଟଙ୍କା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ରାଜ୍ୟର ୬ ବିଶ୍ବବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତି: ଜାଣନ୍ତୁ କିଏ, କେଉଁଠି
  • ||
  • ବରଗଡ଼: ‘ନୋ କ୍ଲାସ୍ ନୋ ଫି’ ଦାବିରେ ଜିଲ୍ଲାପାଳଙ୍କୁ ଘେରିଲେ କଲେଜ ଛାତ୍ରଛାତ୍ରୀ
  • ||
  • ନାବାଳିକାକୁ ଦୁଷ୍କର୍ମ ପରେ ବିଷ ଦେଇ ହତ୍ୟା କରିଥିଲା ସଂପର୍କୀୟ କକା: ଏମିତି ଅଭିଯୋଗ ନେଇ ଜିଲ୍ଲାପାଳଙ୍କୁ ଘେରିଲେ ମହିଳା
  • ||
  • ମାଲକାନଗିରି :ପଡିଆ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସରଙ୍କୁ ଗିରଫ କଲା ଭିଜିଲାନ୍ସ
  • ||
  • ମାଲକାନଗିରି : ଜମିବାଡି ବିବାଦରୁ ହତ୍ୟାକାଣ୍ଡ ! ହତ୍ୟା କରି ଫିଙ୍ଗିଦେଲେ ଘର ଆଗରେ
  • ||
  • ଝାରସୁଗୁଡା : ଟେଣ୍ଟ ହାଉସ୍ ଗୋଦାମରେ ଅଗ୍ନିକାଣ୍ଡ, ୫୦ଲକ୍ଷରୁ ଅଧିକ ଟଙ୍କାର ସମ୍ପତ୍ତି ପୋଡି ଭସ୍ମୀଭୂତ
  • ||
  • ଭୁବନେଶ୍ବର : ଓଟିଭିରୁ ଇସ୍ତଫା ଦେଲେ ନିହାର ରଞ୍ଜନ ଭୂୟାଁ
  • ||
  • କଟକ : ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ
  • ||

ସ୍ବାଧୀନ ପ୍ରାର୍ଥୀଙ୍କୁ ନେଇ ରାଜନୈତିକ ମହଲରେ ଉଠୁଛି ଅନେକ ପ୍ରଶ୍ନ: ୩ ଟାଣୁଆ ପ୍ରାର୍ଥୀଙ୍କ ଉପରେ ଭାରି ପଡିବେ କି ବେଣୁଧର…

23/10/2020 at 11:57 AM

ବାଲେଶ୍ବର୨୩/୧୦: ବାଲେଶ୍ବର ଉପ ନିର୍ବାଚନ ମୈଦାନରେ ଘମାଘୋଟ୍ ଲଢ଼େଇ ଆରମ୍ଭ ହୋଇଗଲାଣି। ୩ ପ୍ରମୁଖ ଦଳର ପ୍ରାର୍ଥୀଙ୍କୁ ଟକ୍କର ଦେବାକୁ ଅଣ୍ଟା ଭିଡିଛନ୍ତି ୯୦ ବର୍ଷର ସ୍ବାଧୀନ ପ୍ରାର୍ଥୀ ବେଣୁଧର ବାରିକ୍। ବେଣୁଙ୍କୁ ନେଇ ରାଜନୈତିକ ମହଲରେ ଜୋର ଚର୍ଚ୍ଚା ଲାଗି ରହିଛି। ବେଣୁ ନିଜ ବେଉସା କରି ଗୁଜୁରାଣ ମେଣ୍ଟା ଥାଆନ୍ତି, ହେଲେ ସେ ଉପନିର୍ବାଚନରେ ପ୍ରାର୍ଥୀ ହେବା ଘଟଣାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଏବଂ ସମାଲୋଚନା ଲାଗି ରହିଛି। କିଏ କିଏ କହୁଛନ୍ତି ଯେ, ସେ ସ୍ବାଧୀନ ପ୍ରାର୍ଥୀ ହେବା ପଛରେ କିଛି କାରଣ ରହିଛି।

୩ ଦଳର ୩ ପ୍ରାର୍ଥୀଙ୍କୁ ଭାରି ପଡିବେନି ତ ବେଣୁ ? ଅନ୍ୟପଟେ କେଉଁ ପ୍ରାର୍ଥୀଙ୍କ ଭୋଟ୍ ମାଇନ୍ସ କରିବେ ବେଣୁ, ସେନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ସେ ସ୍ବାଧୀନ ପ୍ରାର୍ଥୀ ହେଲେ, କେଉଁ ଦଳର ପ୍ରାର୍ଥୀଙ୍କୁ ମହଙ୍ଗା ପଡିବ, ତାହାକୁ ନେଇ ମଧ୍ୟ ଭୋଟ ଅଙ୍କକଷା ଆରମ୍ଭ ହୋଇଗଲାଣି। ସ୍ଥାନୀୟ ଅଞ୍ଚଳବାସୀ ବେଣୁଙ୍କୁ ସମସ୍ତେ ସମର୍ଥନ କରୁଥିବାବେଳେ ଅଭିନେତା, ଅଭିନେତ୍ରୀ ଏବଂ ଆଇନ୍‌ଜୀବୀମାନେ ତାଙ୍କ ପାଇଁ ପ୍ରଚାର କରିବେ ବୋଲି ଆଗକୁ ବାହାରିଛନ୍ତି।

ବେଣୁ କହିଛନ୍ତି, ସେ ହାରିଲେ କିମ୍ବା ଜିତିଲେ, ତାଙ୍କୁ କିଛି ଫରକ୍ ପଡିବନି। ହେଲେ ସେ ଯେଉଁ ଭୋଟ୍ ପାଇବେ, ତାହା କେଉଁ ପ୍ରାର୍ଥୀଙ୍କୁ ମହଙ୍ଗା ପଡିବାପରେ ବୋଲି ରାଜନୈତିକ ମହଲରେ ଗୁଞ୍ଜରଣ ଆରମ୍ଭ ହୋଇଗଲାଣି। ଅନ୍ୟପଟେ ଅଭିନେତ୍ରୀ ରାଣୀ ପଣ୍ଡା ଏବଂ ଅଭିନେତା ଦାମ ପଣ୍ଡା ବେଣୁଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ବୋଲି କହିଛନ୍ତି। ସେମାନେ ବିନା ପଇସାରେ ତାଙ୍କ ପାଇଁ ଘର ଘର ବୁଲି ଭୋଟ ଭିକ୍ଷା କରିବେ। ବର୍ତ୍ତମାନ ସବୁଆଡ଼େ ଚର୍ଚ୍ଚା ଯେ, ବେଣୁ କେଉଁ ପ୍ରାର୍ଥୀଙ୍କ ଭୋଟ୍ ବ୍ୟାଙ୍କ୍‌ରୁ ନିଜ ଭୋଟ୍ ହାତେଇବେ।

   Related Posts