Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୪ କୋଭିଡ୍ ପଜିଟିଭ୍, ୩୩୭୬୭୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବୌଦ୍ଧ : ବାପାଙ୍କ ଅନ୍ତିମ ସଂସ୍କାର ସାରି ଫେରୁଥିବା ବେଳେ ଅଧାବାଟରେ ଚାଲିଗଲା ପୁଅର ଜୀବନ
  • ||
  • ସୋର : ପୋଡିହୋଇ ମହିଳାଙ୍କ ମୁତ୍ୟୁ, ଘରଠାରୁ ୧୦୦ମି. ଦୂର କୁକୁଡା ଫାର୍ମ ପଛପଟୁ ଉଦ୍ଧାର ହେଲା ମୃତଦେହ
  • ||
  • ଲମତାପୁଟ : ନିଜକୁ ଗୁଳି କରି ବିଏସ୍‌ଏଫ୍‌ ଯବାନଙ୍କ ଆତ୍ମହତ୍ୟା !
  • ||
  • ଖଲ୍ଲିକୋଟ : ଧାନ କିଣା ଯାଉନଥିବା ପ୍ରତିବାଦରେ ରାସ୍ତାରୋକ କଲେ ଚାଷୀ, ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ
  • ||
  • ପୁର : ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା, ମହାପ୍ରଭୁଙ୍କର ହେଲା ମହାସ୍ନାନ
  • ||
  • ଆଜିଠୁ ପୁରୀରେ ‘ମୋ ଧାମ ମୋ ଗର୍ବ’ କାର୍ଯ୍ୟକ୍ରମ, ପ୍ରତି ଶନିବାର ଚାଲିବ ବଡଦାଣ୍ଡ ସେବା
  • ||
  • ଧର୍ମଗଡ଼ : ବିବାହିତ ମହିଳାଙ୍କୁ ମାରି ପୋଡିଦେଲେ ! ଜଙ୍ଗଲରୁ ମିଳିଲା ଅର୍ଦ୍ଧଦଗ୍ଧ ମୃତଦେହ
  • ||
  • ଜଳେଶ୍ୱର : ପୂଜା ଭୋଜି ଓ ଭୋଗ ଖାଇ ୧୫୦ ଅସୁସ୍ଥ, ବିଭିନ୍ନ ମେଡିକାଲରେ ଚିକିତ୍ସା ଜାରି
  • ||
  • ଶେରଗଡ : ଭୟାବହ ଅଗ୍ନିକାଣ୍ଡ, ୯୦ ଛେଳି ଜୀଅନ୍ତା ଜଳିଗଲେ
  • ||

ରାଜ୍ୟରେ ଆଉ ୫ କୋଭିଡ୍‌-୧୯ ପଜିଟିଭ୍ ଚିହ୍ନଟ: ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୯୯ କୁ ଛୁଇଁଲା

25/04/2020 at 9:55 PM

ଭୁବନେଶ୍ବର୨୫/୪: ରାଜ୍ୟରେ ପୁଣି ଆଉ ୫ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ। ଏହି ପାଞ୍ଚଜଣ ଯାଜପୁର ଦଶରଥପୁର ଅଞ୍ଚଳର ବୋଲି ଜଣାପଡିଛି। ଏହି  ୫ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୯ ରେ ପହଞ୍ଚିଛି।  ଏହି ସଂପର୍କରେ ଯାଜପୁର ଜିଲ୍ଲା ଲୋକ ସଂପର୍କ ଅଧିକାରୀ ସୂଚନା ଦେଇଛନ୍ତି।

ଅନ୍ୟପଟେ ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ରାଜ୍ୟରେ ମୋଟ୍ ୩୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁସ୍ଥ ବ୍ୟକ୍ତି ଜଣଙ୍କ ସୁନ୍ଦରଗଡର ଅଞ୍ଚଳର। ଏଥିସହ ବର୍ତ୍ତମାନ ୬୩ ଜଣ କରୋନା ସଂକ୍ରମିତ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପଟେ ରାଜ୍ୟରେ ୧୦ଟି ଜିଲ୍ଲାରୁ ୫ଟି ଜିଲ୍ଲା କଳାହାଣ୍ଡି, ସୁନ୍ଦରଗଡ଼, ପୁରୀ, କଟକ ଏବଂ ପୁରୀ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇଛି।

ଏହି ସଂପର୍କରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ବିଟ କରି ସୂଚନା ଦେଇଛନ୍ତି। ସୂଚନାଥାଉକି, ରାଜ୍ୟରେ ମୋଟ୍ ୯୯ କରୋନା ସଂକ୍ରମିତଙ୍କ ମଧ୍ୟରୁ ଜଣେ କରୋନାଜନିତ ସଂକ୍ରମଣରେ ମୃତ୍ୟୁ କରିଥିବା ବେଳେ ଅନ୍ୟ ଜଣେ କର୍କଟ ରୋଗରେ ମୃତ୍ୟୁ କରିଛନ୍ତି।  

   Related Posts