Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି୨୦ ବିଶ୍ୱକପ୍ : ଖେଳସୂଚୀ ଜାରି କଲା ଆଇସିସି, ଏହି ତାରିଖରେ ଭାରତ-ପାକିସ୍ତାନ ମହା ମୁକାବିଲା
  • ||
  • ଦ୍ୱିତୀୟ ଦିନିକିଆରେ କମ୍ ବ୍ୟାକ୍ କରିବ ଟିମ୍ ଇଣ୍ଡିଆ ! ଦକ୍ଷିଣ ଆଫ୍ରିକା ବିପକ୍ଷରେ ସିରିଜ୍ ବରାବର ଲକ୍ଷ୍ୟ
  • ||

୩୦ ଜିଲ୍ଲାରେ ୨୦ କୋଭିଡ୍ ହସ୍ପିଟାଲ: କରୋନା ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର

15/04/2020 at 9:42 PM

ଭୁବନେଶ୍ବର୧୫/୪: କରୋନା ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟ ସରକାର । ୩୦ଟି ଜିଲ୍ଲାରେ ୩୩ କୋଭିଡ୍‌ ହସ୍ପିଟାଲ ନିର୍ମାଣ ପାଇଁ ଯୋଜନା କରାଯାଇଥିବା ବେଳେ ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ସ୍ଥାନରେ ୨୦ଟି କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଆଜି ରାଜ୍ୟ ସରକାରଙ୍କ 5-T ସଚିବ କଳାହାଣ୍ଡି  ସମ୍ବଲପୁର ଗସ୍ତ କରି କୋଭିଡ୍‌ ହସ୍ପିଟାଲ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେପଟେ ସୁବର୍ଣ୍ଣପୁରରେ ୨ଶହ ଶଯ୍ୟା ବିଶିଷ୍ଟ ଓ ପୁରୀରେ ୧୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛନ୍ତି  । ସେହିଭଳି ସମ୍‌ ହସ୍ପିଟାଲ ତରଫରୁ କେନ୍ଦ୍ରାପଡ଼ାରେ ୧୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ନିର୍ମାଣ କରିଥିବାରୁ କରୋନା ଲଢ଼େଇରେ ସରକାରଙ୍କୁ ସମର ସହଯୋଗ ପାଇଁ ଟ୍ବିଟ୍‌ କରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ।

୩୦ଜିଲ୍ଲାରେ ୩୩ କୋଭିଡ୍‌ ହସ୍ପିଟାଲ କରିବାକୁ ଲକ୍ଷ୍ୟ । ଏବେ ସୁଦ୍ଧା କାର୍ଯ୍ୟକ୍ଷମ ହୋଇଛି ୨୦ଟି କୋଭିଡ୍‌ ହସ୍ପିଟାଲ । ପୁରୀରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ଲୋକାର୍ପିତ ହୋଇଥିବା ବେଳେ ଏବଂ ସୁବର୍ଣ୍ଣପୁରରେ କାର୍ଯ୍ୟକ୍ଷମ ହୋଇଛି ୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ । ଏଠାରେ କରୋନା ସଂକ୍ରମିତଙ୍କୁ ଉନ୍ନତମାନର ଚିକିତ୍ସା ସେବା ଯୋଗାଇଦେବାକୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ।

ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ୬୦ ଏବଂ ଜିଲ୍ଲା ଯକ୍ଷ୍ମା ଓ ସଂକ୍ରାମକ ଚିକିତ୍ସାଳୟରେ ୪୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ନିର୍ମାଣ କରାଯାଇଛି । ସେହିଭଳି ରାଜ୍ୟ ସରକାରଙ୍କ ଘୋଷଣା ମୁତାବକ ଶ୍ରୀଜଗନ୍ନାଥ ମେଡିକାଲ କଲେଜରେ ୧୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ୟୁନିଟ୍‌ ପ୍ରସ୍ତୁତ କରାଯାଇଛି । ଏଠାରେ ସଂଗିଗ୍ଧ ରୋଗୀଙ୍କୁ ଆଇସୋଲେସନରେ ରଖାଯିବ । ରିପୋର୍ଟ ପଜିଟିଭ୍‌ ଆସିଲେ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ଏହି କୋଭିଡ୍‌ ହସ୍ପିଟାଲ ଏବଂ କୋଭିଡ୍‌ କେୟାର ୟୁନିଟ୍‌ରେ ୪୫ଜଣ ଡାକ୍ତର ଏବଂ ୩୦୦ରୁ ଅଧିକ ପାରାମେଡିକାଲ ଷ୍ଟାଫ୍‌ ନିୟୋଜିତ ହୋଇଛନ୍ତି । 

ସେପଟେ  ଆଜି କଳାହାଣ୍ଡି ଓ ସମ୍ବଲପୁର ଯାଇ ସେଠାରେ ନିର୍ମାଣ କରାଯାଇଥିବା କୋଭିଡ୍‌ ହସ୍ପିଟାଲ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ରାଜ୍ୟ ସରକାରଙ୍କ 5_T ସଚିବ ଭି.କେ.ପାଣ୍ଡିଆନ୍‌ । କଳାହାଣ୍ଡିରେ ୬ଟି ଆଇସିୟୁ ଥିବା ୨୦୦ଶଯ୍ୟା ବିଶିଷ୍ଟ ଏବଂ ସମ୍ବଲପୁରରେ ୨୦ଟି ଆଇସିୟୁ ଥିବା ୨୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ ପ୍ରସ୍ତୁତ ହୋଇଛି ।

ସେହିଭଳି କେନ୍ଦ୍ରାପଡ଼ାରେ ସମ୍‌ ହସ୍ପିଟାଲ ତରଫରୁ ପ୍ରସ୍ତୁତ କରାଯାଇଥିା ୧୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହେବା ପରେ ଏହାକୁ ନେଇ ରାଜ୍ୟ ସରକାରଙ୍କ କରୋନା ଲଢ଼େଇରେ ସମ୍‌ର ସହଯୋଗକୁ ଟ୍ବିଟ୍‌ କରି ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ନିକଟକରେ କେନ୍ଦ୍ରାପଡ଼ା ଗସ୍ତ କରି ସମ୍‌ ତରଫରୁ କରାଯାଇଥିବା ଏହି କୋଭିଡ୍‌ ହସ୍ପିଟାଲ କାର୍ଯ୍ୟର ସମୀକ୍ଷା କରିଥିଲେ ରାଜ୍ୟ ସରକାରଙ୍କ 5-T ସଚିବ ଭି.କେ.ପାଣ୍ଡିଆନ୍‌ ।

ଆଜି ସୁଦ୍ଧା ରାଜ୍ୟରେ ୨୦ଟି କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ରାଉରକେଲା, ଦେଓଗଡ଼, ଢ଼େଙ୍କାନାଳ, ବଲାଙ୍ଗିର, କଳାହାଣ୍ଡି, ରାୟଗଡ଼ା, ଜୟପୁର, ମାଲକାନଗିରି, ଗଜପତି, ବ୍ରହ୍ମପୁର, ଭୁବନେଶ୍ବର, ପୁରୀ, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ବର ଓ ଯୋଡ଼ାରେ ନିର୍ମାଣ ହୋଇଥିବା କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ ହୋଇଛି । ରାଜ୍ୟର  ୩୦ଜିଲ୍ଲାରେ ୩୩ କୋଭିଡ୍‌ ହସ୍ପିଟାଲ ନିର୍ମାଣ କରିବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର ।

   Related Posts