Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ରାଜ୍ୟରେ ଖୋଲିଲା ୧୭ଟି ସ୍ବତନ୍ତ୍ର ଫିଭର୍ କ୍ଲିନିକ୍: ଥଣ୍ଡା ଓ ଜ୍ବର ହେଲେ ମାଗଣାରେ କରିପାରିବେ ପରୀକ୍ଷା…

9/04/2020 at 7:33 PM

ଭୁବନେଶ୍ବର୯/୪: ସମସ୍ତଙ୍କୁ କରୋନା ଭୟ ଘାରିଛି। ଏବେ ଥଣ୍ଡା ଜ୍ବର ହେଲେ ବି ଲୋକେ ଡାକ୍ତରଙ୍କ ପାଖକୁ ଯିବା ଲାଗି ଡରୁଛନ୍ତି ।  ତେବେ ଯେଉଁମାନଙ୍କୁ ସାଧାରଣ ଥଣ୍ଡା ଜ୍ବରର ଲକ୍ଷଣ ଦେଖାଦେଉଛି, ସେମାନଙ୍କ ପାଇଁ ଭୁବନେଶ୍ବରରେ ୧୭ଟି ଏବଂ ଅନ୍ୟାନ୍ୟ ସ୍ଥାନର ଜେନେରାଲ ହସ୍ପିଟାଲରେ ଫିଭର୍ କ୍ଲିନିକ୍ ବ୍ୟବସ୍ଥା କରାଯାଇଛି । ସେଠାରେ ମାଗଣାରେ ଯାଇ ପରୀକ୍ଷା କରି ପାରିବେ।

ଭୁବନେଶ୍ବରରେ ଯେଉଁ ୧୭ଟି ହସ୍ପିଟାଲରେ ଫିଭର୍ କ୍ଲିନିକ୍  ଖୋଲାଯାଇଛି। ସେ ମଧ୍ୟରେ ଅଛି ଆମ୍ରି , କଳିଙ୍ଗ, ନିଳାଚଳ, ସନସାଇନ୍, ସ୍ପର୍ଶ, ବ୍ଲୁହ୍ବିଲ୍, କେୟାର, ଅଶ୍ବିନୀ ଆଦିତ୍ୟ, ବି.ଏମ୍.ଆର୍.ଆଇ, ପଦ୍ମା, ବିବେକାନନ୍ଦ, ଉସ୍ଥି, ଭୁବନେଶ୍ବର ହସ୍ପିଟାଲ୍, ପଣ୍ଡା ନର୍ସିଂହୋମ୍, ମାଶକ୍ତି, ଗ୍ୟାଷ୍ଟ୍ରୋ କିଡନି କେୟାର ହସ୍ପିଟାଲ।  ଏହାବ୍ୟତୀତ କ୍ୟାପିଟାଲ୍ ହସ୍ପିଟାଲ୍ ଭୁବନଶ୍ବର , ଆଇ.ଜି.ଏଚ୍ ରାଉରକେଲା ଓ ଜିଲ୍ଲା ହେଡ୍ କ୍ବାର୍ଟର ହସ୍ପିଟାଲ ଯେଉଁଠି ସ୍ବତନ୍ତ୍ର ଫିଭର୍ କ୍ଲିନିକ୍ ଖୋଲାଯାଇଥିବ ସେଠାକୁ ଯାଇପାରିବେ । ଏହା ଦ୍ବାରା କ୍ରସ୍ ଇନଫେକ୍ସନ୍ ରୋକାଯାଇପାରିବ ।

   Related Posts