ପୁଣି ଜାଗି ଉଠିଲା ସିଦ୍ଧୁଙ୍କ ପାକିସ୍ତାନ ପ୍ରେମ, କହିଲେ- ଭାରତ ଓ ପାକିସ୍ତାନ ମଧ୍ୟରେ କାରବାର ଆରମ୍ଭ ହେବା ଉଚିତ୍

Published By : Prameya-News7 Bureau | December 04, 2021 IST

ଚଣ୍ଡିଗଡ ୦୪।୧୨: ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ନବଜୋତ ସିଂହ ସିଦ୍ଧୁଙ୍କ ପାକିସ୍ତାନ ପ୍ରେମ ପୁଣି ଥରେ ଜାଗି ଉଠିଛି। ଶନିବାର ନବଜୋତ ସିଂହ ସିଦ୍ଧୁ କହିଛନ୍ତି, ଭାରତ-ପାକିସ୍ତାନ ମଧ୍ୟରେ କାରବାର ଆରମ୍ଭ ହେବା ଉଚିତ୍। ଅମୃତସରରେ ସିଦ୍ଧୁ କହିଛନ୍ତି, ମୁଁ ପ୍ରଥମରୁ କହି ଆସିଛି ଏବଂ ପୁଣି ଥରେ କହୁଛି ଯେ, ଦୁଇ ଦେଶ ମଧ୍ୟରେ କାରବାର ଆରମ୍ଭ ହେବା ଉଚିତ୍। ଏହା ଆମ ସମସ୍ତଙ୍କ ପାଇଁ ଫଳପ୍ରଦ ହେବ।

ନବଜୋତ ସିଂହ ସିଦ୍ଧୁ କହିଛନ୍ତି, ପାକିସ୍ତାନ ବର୍ଡର ବନ୍ଦ ହେବା କାରଣରୁ କ୍ଷତି ଘଟୁଛି। ଯଦି ବର୍ଡର ଖୋଲିଯାଏ ତେବେ କାରବାର ପାଇଁ ପାଗ ଅନୁକୂଳ ହେବ। ସୀମା ଖୋଲିଲେ ଅନେକ ଦେଶର କାରବାର ରାସ୍ତା ଖୋଲିଯିବ। ସେ କହିଛନ୍ତି,  ଭାରତ-ପାକ୍ ମଧ୍ୟରେ କାରବାର ୩୭ ବିଲିୟନ ଆମେରିକୀୟ ଡଲାରର। ବର୍ଡର ଜରିଆରେ ୩୪ ଦେଶ କାରବାର ବନ୍ଦ ଥିବାରୁ ଆମେ କେବଳ ୩ ବିଲିୟନ ଡଲାରର ବ୍ୟବସାୟ କରିପାରୁଛୁ।

ସିଦ୍ଧୁ କହିଛନ୍ତି, ଭାରତ-ପାକ୍ ବର୍ଡର ବନ୍ଦ ଥିବାରୁ ପଞ୍ଜାବର ବହୁତ କ୍ଷତି ଘଟୁଛି। ଏଥିରେ ପଞ୍ଜାବକୁ ପ୍ରାୟ ୪ ହଜାର କୋଟି ଟଙ୍କା କ୍ଷତି ଘଟୁଛି। ଏହି ନିର୍ବାଚନରେ ରୋଜଗାର ସବୁଠୁ ବଡ ପ୍ରସଙ୍ଗ ହେବାକୁ ଯାଉଛି।  ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଯେ, କିଛି ସମୟ ଭିତରେ ଆମେ ଆପଣଙ୍କୁ ଭିଜନ ଦେବୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.