Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ଚୋରି ଉଦ୍ୟମ ବେଳେ ଧରାପଡିଲା ଚୋର : ଗଛରେ ବାନ୍ଧି ନିର୍ଦ୍ଧୁମ ଛେଚିଲେ ଗ୍ରାମବାସୀ

27/05/2019 at 11:26 AM

ଗତକାଲି ବିଳମ୍ବିତ ରାତିରେ ପାଚେରୀ ଡେଇଁ ଚୋରି କରିବାକୁ ଉଦ୍ୟମ କରୁଥିବା ବେଳେ ଚୋରଙ୍କୁ ମାଡିବସିଲେ ଗାଁ ଲୋକେ । ଘଟଣା ଘଟିଛି କଟକ ଜିଲା ସାଲେପୁର ଥାନା ଅଢ଼ଙ୍ଗା ଗାଁରେ । ଧରାପଡିଥିବା ଚୋର ତିନି ଜଣ ହେଲେ ସେହି ଗାଁର ବୀରକିଶୋର ସାହୁ ଓ ଲଷ୍ମୀଧର ସାହୁ ଏବଂ ସୁନାଖଣ୍ଡି କାଶୀପୁର ଗାଁର ଗଣେଶ୍ବର କାଣ୍ଡି । ଏମାନେ ଗତକାଲି ବିଳମ୍ବିତ ରାତିରେ ଅଢଙ୍ଗ ଗାଁର ଅବଦୁଲ ମଲ୍ଲିକ ଖାନଙ୍କ ଘରେ ପାଚେରୀ ଡେଇଁ ଚୋରିକରିବାକୁ ଉଦ୍ୟମ କରୁଥିବାବେଳେ ଚୋରମାନଙ୍କୁ ଦେଖି ଅବଦୁଲଙ୍କ ପରିବାର ଲୋକେ ସଜାଗ ହୋଇଯାଇଥିଲେ ଏବଂ ଅତି ଚତୁରତାର ସହ ପାଖ ପଡୋଶୀଙ୍କ ସହାୟତା ନେଇ ସମସ୍ତ ତିନିଜଣ ଚୋରଙ୍କୁ କାବୁକରି ନଡ଼ିଆ ଗଛରେ ବାନ୍ଧି ପକାଇଥିଲେ । ପରେ ସକାଳୁ ସକାଳୁ ସାଲେପୁର ପୋଲିସକୁ ଜିମାଦେଇଥିଲେ ।

   Related Posts