Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

GPS ଟ୍ରାକିଂରେ ଧରାପଡିଲା ଚୋରୀ ଟ୍ରକ : ଡ୍ରାଇଭର ଓ ମାଲିକଙ୍କୁ ପଚରାଉଚରା

11/09/2021 at 12:56 PM

ଚଣ୍ଡୀଖୋଲ ୧୧/୦୯: ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଂଚଳରୁ ଏକ ୧୨ ଚକିଆ ଟ୍ରକଟି କିଛି ଦୁର୍ବୃତ୍ତ ଚୋରି କରି ନେଇଯାଇଥିବା ବେଳେ GPS ଟ୍ରାକିଂ କରି ଚଣ୍ଡିଖୋଲ ଫାଣ୍ଡି ପୋଲିସ ଟ୍ରକକୁ ଉଦ୍ଧାର କରିଛି । ଘଟଣା ଅନୁଯାଇ ଚଣ୍ଡିଖୋଲ ଛକ ନିକଟରେ ଏକ ୧୨ ଚକିଆ ଟ୍ରକଟି ଛିଡା ହୋଇଥିବା ବେଳେ ଡ୍ରାଇଭରଟି ବାହାରକୁ ଯାଇଥିବା ସମୟରେ କିଛି ଦୁର୍ବୃତ୍ତ ଗାଡି ନେଇ ଫେରାର ହୋଇଯାଇଥିଲେ ।

ସଂଗେ ସଂଗେ ଡ୍ରାଇଭର ଗାଡିର ମାଲିକଙ୍କୁ ଜଣାଇଥିଲେ ଏ ନେଇ ଗାଡିର ମାଲିକ ମିହିର ସ୍ୱାଇଁ ଗାଡିଟି ଚଣ୍ଡିଖୋଲ- କଳିଙ୍ଗନଗର ଜାତୀୟ ରାଜପଥରେ ଯାଉଥିବାର ଚଣ୍ଡିଖୋଲ ଫାଣ୍ଡି ପୋଲିସକୁ ଖବର ଦେଇଥିଲେ । ଏ ନେଇ ଚଣ୍ଡିଖୋଲ ଫାଣ୍ଡି ପୋଲିସ ଗାଡିକୁ ପିଛା କରି ଧର୍ମଶାଳା ଥାନା ଅଧୀନ ଆରୁହାଠାରେ ଗାଡି କୁ ଉଦ୍ଧାର କରିଥିଲେ। ଗାଡିଟିକୁ ଛାଡି ଦୁର୍ବୃତ୍ତ ଫେରାର ହୋଇଯାଇଥିଲେ । ଧର୍ମଶାଳା ଥାନା ଅଧିକାରୀ ଓ ଚଣ୍ଡିଖୋଲ ଫାଣ୍ଡି ପୋଲିସ ଏ ନେଇ ଗାଡିର ଡ୍ରାଇଭର ଓ ମାଲିକଙ୍କୁ ପଚାରାଉଚରା କରିବା ସହ ଘଟଣାର ତଦନ୍ତ ଜାରି ରଖିଛି।

   Related Posts