Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ଚୋରି କରିବା ପାଇଁ କିଣିଲେ ୯୦ ଲକ୍ଷର ଘର, ୨୦ ଫୁଟ୍‌ର ସୁଡ଼ଙ୍ଗ ଖୋଳି ଲୁଟିନେଲେ ୪୦୦ କେଜି ରୁପା

27/02/2021 at 8:53 AM

ଜୟପୁର, ୨୭/୦୨: ରାଜସ୍ଥାନର ରାଜଧାନୀ ଜୟପୁରର ବୈଶାଳୀ ନଗର ଥାନା ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟ ଜନକ ଚୋରୀ ସାମ୍ନାକୁ ଆସିଛି । ଚୋରମାନେ ୨୦ ଫୁଟ୍‌ ଲମ୍ୱର ସୁଡ଼ଙ୍ଗ ଖୋଳି ସହରର ପ୍ରସିଦ୍ଧ ହେୟାରପ୍ଲାଣ୍ଟ ବିଶେଷଜ୍ଞ ଡକ୍ଟର ସୁନୀତ୍‌ ସୋନୀଙ୍କ ଘରୁ ଚୋରି କରିଛନ୍ତି । ସୋମାନେ ତିନୋଟି ବଡ଼ ବାକ୍ସରେ ଲୁଚାଇ ରଖାଯାଇଥିବା କୋଟି କୋଟି ଟଙ୍କାର ରୁପାକୁ ଚୋରି କିରିନେଇଥିବା ଜଣାପଡ଼ିଛି ।

ଘଟଣା ଅନୁସାରେ, ଚୋରମାନେ ପ୍ରଥମେ ଏହି ଡାକ୍ତରଙ୍କ ଘର ପଛପଟେ ଏକ ଘର କିଣିଥିଲେ । ସେ ପୁଣି ୯୦ ଲକ୍ଷ ଟଙ୍କା ଦେଇ । ସେହି ଘରର କାନ୍ଥକୁ ଖୋଳି ରୁପା ରଖାଯାଇଥିବା ସ୍ଥାନ ପାଖକୁ ଏକ ସୁଡ଼ଙ୍ଗ ଖୋଳିଥିଲେ । ଏହାପରେ ସେମାନେ ଡାକ୍ତରଙ୍କ ଘରର ବେସ୍‌ମେଟ୍‌ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ ଏବଂ ରୁପା ବାକ୍ସ ଚୋରି କରିନେଇଥିଲେ । ତେବେ ଚୋରୀ ହେବାର ଦୁଇଦିନ ପରେ ଡାକ୍ତର ଏହା ଜାଣିପାରିଥିଲେ । ଏନେଇ ସେ ଶୁକ୍ରବାର ଥାନାରେ ଏଫ୍‌ଆଇଆର୍‌ ଦାଏର୍‌ କରିଥିଲେ ।

ତେବେ ପୋଲିସ୍‌ ଏନେଇ କହିଛି ଯେ, ଡାକ୍ତର ସୋନୀ ତିନିମାସ ପୂର୍ବରୁ ତିନୋଟି ବାକ୍ସରେ ରୁପା ଭର୍ତ୍ତି କରି ତାଙ୍କ ଘରର ବେସ୍‌ମେଟ୍‌ରେ ମାଟି ଖୋଳି ପୋତି ଦେଇଥିଲେ । ଏହା ଉପରେ ଏକ କଂକ୍ରିଟ୍‌ର ଢଳେଇ କରିଦେଇଥିଲେ । ଯାହାର ଖବର ଚୋରଙ୍କୁ ମିଳିଯାଇଥିଲା । ସେଥିପାଇଁ ସେମାନେ ଯୋଜନା କରି ଡାକ୍ତରଙ୍କ ଘର ପଛରେ ଏକ ଘର କିଣି ତାର କାନ୍ଥରୁ ଏକ ସୁଡ଼ଙ୍ଗ ଖୋଳିଥିଲେ ଏବଂ ୪୦୦ କେଜିର ରୁପା ଚୋରି କରି ନେଇଥିଲେ ।

   Related Posts