ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରାବାସରୁ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ସାମଗ୍ରୀ ଚୋରି, ଥାନାରେ ଅଭିଯୋଗ

Published By : Prameya-News7 Bureau | June 06, 2021 IST

ପାଟଣା, ୦୬/୦୬: କେନ୍ଦୁଝର ଜିଲ୍ଲା ସାହରାପଡା ବ୍ଲକ ଗୋରାଣ୍ଡିଯୋଡି ମାଟିଆ ସାହି   ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ନିର୍ମାଣଧୀନ ଛାତ୍ରାବାସରୁ ଲକ୍ଷାଧିକ ଟଙ୍କାର ବିଦ୍ୟୁତ ସରଞ୍ଜାମ ଚୋରି ହୋଇଛି । ଏନେଇ ସାହାରପଡା ଫାଣ୍ଡିରେ ଠିକାଦାର ବିଶ୍ୱରଞ୍ଜନ ମହାରଣା ଅଭିଯୋଗ କରିଥିବା ଜଣାପଡ଼ିଛି । 

ଆଦର୍ଶ ବିଦ୍ୟାଳୟ କବାଟ ଭାଙ୍ଗି ଛାତ୍ରାବାସ ଭିତରୁ ୪୫ଟି ସିଲିଂ ଫ୍ୟାନ ଗୋଟିଏ ଜେନେରେଟର, ଏକଜିଷ୍ଟ ଫ୍ୟାନ ଓ ଷ୍ଟ୍ରିଟ୍ ଲାଇଟ ଆଦି ବିଦ୍ୟୁତ ଉପକରଣ କେହି ଦୁର୍ବୁତ୍ତ ଚୋରି କରି ନେଇଥିବା ଠିକାଦାର ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଥିବା ଫାଣ୍ଡି ଅଧିକାରୀ ଶିବ ପ୍ରସାଦ ଆଇଚ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.