Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||

ଦାନୀ ଡକାୟତ : ଚୋରି କରୁଥିଲା, ଚୋରା ଜିନିଷ ବିକ୍ରି କରି ଗରିବ ଲୋକଙ୍କୁ ଦାନ ଦେଉଥିଲା, ଧରାପଡିବା ପରେ ହେଲା ଖୁଲାସା

10/01/2021 at 3:41 PM

ନୂଆଦିଲ୍ଲୀ ୧୦/୦୧ : ଅନେକ ସମୟରେ ଆମେ ଦେଖିବାକୁ ପାଇଥାଉ ଚୋରିର ନୂଆ ନୂଆ ଫଣ୍ଡା । ସୋସିଆଲ ମିଡିଆରେ ବ୍ୟାପକ ପ୍ରଚାର ପ୍ରସାର ଫଳରେ ଡକାୟତମାନଙ୍କର ଚୋରି କରୁଥିବାର ଭିଡିଓ ବିଭିନ୍ନ ସମୟରେ ଭାଇରାଲ ହୋଇଥାଏ । ତେବେ ଦିଲ୍ଲୀ ପୋଲିସ ଏଭଳି ଜଣେ ଚୋରକୁ ଧରିଛି ଯାହା ବିଷୟରେ ପଢିଲେ ଆପଣ ଚକିତ ହୋଇଯିବେ ।

ପ୍ରଥମେ ଚୋରି କରୁଥିଲା ପରେ ଚୋରି ଜିନିଷକୁ ବିକି ଦାନ ଦେଉଥିଲା । କେବଳ ସେତିକି ନୁହେଁ ଚୋରି ଜିନିଷ ବିକି ସଞ୍ଚୟ କରୁଥିବା ଟଙ୍କାକୁ ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର କରି ଗରିବ ଲୋକମାନଙ୍କର ଚିକିତ୍ସା କରୁଥିଲା । ଏଭଳି ଖବର ଆମେ କେବଳ କୌଣସି ଫିଲ୍ମ ସିନ୍‌ରେ ଦେଖିବାକୁ ମିଳେ । କିନ୍ତୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ ।

ଦିଲ୍ଲୀ ପୋଲିସର କ୍ରାଇମ ବ୍ରାଞ୍ଚ୍‌ ମହମ୍ମଦ ଇରଫାନ୍‌ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି ଯିଏକି ନିଜର ଏକ ଚୋରି ଗ୍ୟାଙ୍ଗ୍ ଚଳାଇଥିଲା । ବିଭିନ୍ନ ସମୟରେ ସେ ଅନ୍ୟ କିଛି ସାଥୀମାନଙ୍କ ସହ ମିଶି ଦିଲ୍ଲୀ, ପଞ୍ଜାବ ଭଳି ଦେଶର ଅନ୍ୟ ସ୍ଥାନମାନଙ୍କରେ ଚୋରି କରୁଥିଲା । ମୂଲ୍ୟବାନ ଜିନିଷ ଚୋରି କରିବା ପରେ ସେସବୁକୁ ବିକ୍ରିକରି ଦାମୀ ଗାଡି ଏବଂ ପୋଷାକ କିଣୁଥିଲା ।

ତେବେ ସୂଚନା ମିଳିଛି ଯେ, ନିଜର ପୈତୃକ ଗାଁ ବିହାରର ସୀତାମଢୀରେ ଜିଲ୍ଲା ପରିଷଦ ନିର୍ବାଚନ ଲଢିବାକୁ ଘୋଷଣା କରିଥିଲା । ଚୋରି ଟଙ୍କାରେ ସେଠାରେ ସେ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରୁଥିଲା ଏବଂ ଗରିବ ଲୋକମାନଙ୍କୁ ଟଙ୍କା ମଧ୍ୟ ଦାନ କରୁଥିଲା ।  

କ୍ରାଇମ ବ୍ରାଞ୍ଚ୍ ଡିସିପି ମୋନିକା ଭରଦ୍ବାଜ କହିଛନ୍ତି, ଏକ ଚୋରି ମାମଲାର ତଦନ୍ତ ବେଳେ ଜାନୁୟାରୀ ୭ ତାରିଖରେ ଇରଫାନ ଓରଫ୍ ରବିନହୁଡ୍‌କୁ ଗିରଫ କରାଯାଇଥିଲା । ଏହା ସହ ତା ଠାରୁ ଜାଗୁଆର ଏବଂ ନିଶାନ୍‌ ଭଳି ୨ଟି ଦାମୀ କାର ମଧ୍ୟ ଜବତ କରାଯାଇଛି । କ୍ରାଇମ ବ୍ରାଞ୍ଚ୍‌ କହିଛି ଅଭିଯୁକ୍ତ, ଚୋରି ଧନୀଲୋକମାନଙ୍କ ଘରେ କଳାକନା ବୁଲାଇବା ପରେ ସେଠାରୁ ଅନ୍ୟ ରାଜ୍ୟକୁ ଫେରାର ହୋଇଯାଉଥିଲା । ପରେ ସେହି ଜିନିଷଗୁଡିକୁ ବିକ୍ରି କରି ସମାଜ ସେବାରେ ଲଗାଉଥିଲା । ଗରିବ ଲୋକମାନଙ୍କୁ ଟଙ୍କା ଏବଂ ବସ୍ତ୍ର ଦାନ କରୁଥିଲା । ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜନ କରୁଥିଲା । ପୋଲିସ ଆହୁରିମ ମଧ୍ୟ ଖୁଲାସା କରିଛି ଯେ, ଅଭିଯୁକ୍ତଜଣକ ଆସନ୍ତା ନିର୍ବାଚନରେ ଲଢିବା ପାଇଁ ଏସବୁ କରୁଥିଲା ।

ଏହି ଚୋରି ଗ୍ୟାଙ୍ଗ୍‌ର ଚେର ଦେଶରେ ବିଭିନ୍ନ ସ୍ଥାନକୁ ଲମ୍ବିଛି । ମହମ୍ମଦ ଇରଫାନ ନାମକ ଏହି ବ୍ୟକ୍ତିଠାରୁ ଦାମୀ ଗାଡି ଜବତ କରାଯାଇଛି । ଏହା ସହ ସେ ଦେଇଥିବା ବୟାନ ଆଧାରରେ ଦେଶର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି ଦିଲ୍ଲୀ କ୍ରାଇମ ବ୍ରାଞ୍ଚ୍‌ ଡିସିପି ମୋନିକା ଭରଦ୍ବାଜ କହିଛନ୍ତି ।

   Related Posts