ଉଦଳାରେ ଜଣଙ୍କ ଘରୁ ଦୁବୁର୍ତ ଲୁଟିନଲେ ସୁନା ଅଳଙ୍କାର ଏବଂ ଟଙ୍କା

Published By : Prameya-News7 Bureau | January 20, 2019 IST

ମୟୂରଭଞ୍ଜ ୨୦/୧:  ଉଦଳା ଥାନା ଅଂଚଳ ତଥା ଉଦଳା ଏନଏସି ୧୨ ନଂ ଓ୍ବାଡ଼ରେ ଜଣେ ବ୍ୟକ୍ତିଙ୍କ ଘରୁ ନଗଦ ଟଙ୍କା ସହିତ ସୁନାଅଳଙ୍କାର ଲୁଟି ନେଇଛନ୍ତି ଦୁବୁର୍ତ । ଏହି ଘଟଣା ଘଟିଛି ଗତକାଲି ବିଳମ୍ବିତ ରାତିରେ । ଘରେ କେହି ନ ଥିବାବେଳେ କଳାକନା ବୁଲାଇଛନ୍ତି ଦୁବୁର୍ତ । 

{"id":76081}

ମୟୂରଭଞ୍ଜ ଜିଲ୍ଲା ଉଦଳା ଏନଏସି ୧୨ନଂ ଓ୍ବାଡ଼ର ବାସିନ୍ଦା ଜଗତାନନ୍ଦ ଶତପଥୀଙ୍କ ଘରେ କଳାକନା ବୁଲାଇଛନ୍ତି ଦୁବୁର୍ତ । ଗତକାଲି ବିଳମ୍ବିତ ରାତିରେ ଘରେ କେହି ନ ଥିବାର ସୁଯୋଗ ନେଇ ଦୁବୁର୍ତମାନେ ମୁଖ୍ୟ ଫାଟକ ଗ୍ରୀଲ୍ ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲେ । ଯାହାକି ଘରର ଆଲମିରା, ଗଡରେଜ୍ ଭାଙ୍ଗିବା ସହିତ ସେଥତ୍ରେ ଥିବା ନଗଦ ୨ଲକ୍ଷ ୩୦ ହଜାର ଟଙ୍କା ସମେତ ୨୫୦ ଗ୍ରାମର ସୁନା ଅଳଙ୍କାର ଲୁଟି ନେଇଛନ୍ତି । ତେବେ ପରିବାର ଲୋକେ ଆଜି ସକାଳେ ଆସି ଘରେ ପହଂଚିବା ପରେ ଘରୁ ଲୁଟ ହୋଇଥିବା ଜାଣିବାକୁ ପାଇଥିଲେ । ପରେ ଏ ନେଇ ଉଦଳା ପୋଲିସକୁ ଖବର ଦେବା ପରେ ଉଦଳା ପୋଲିସ୍ ସାଇଂଟିଫିକ୍ ଟିମ୍ ଏବଂ ସନ୍ଧାନୀ କୁକୁର ସହାୟତାରେ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ତେବେ ଚାରି ମାସ ପୂର୍ବରୁ ନାଗପାଳ ଅଂଚଳରେ ଦିନ ଦ୍ବିପ୍ରହରରେ ତିନି ଗୋଟି ଘରୁ ସିରିଜ୍ ଲୁଟ ହୋଇଥିବାବେଳେ ପୁଣି ଉଦଳାରେ ମାତିଛନ୍ତି ଲୁଟେରା । 

{"id":76082}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.