ପୋଲିସ ପୋଷାକ ପିନ୍ଧି ଡକାୟତି ଉଦ୍ୟମ କରୁଥିବା ୮ଜଣଙ୍କୁ ଗରଫ କଲା ଜୟପୁର ପୋଲିସ

Published By : Prameya-News7 Bureau | December 08, 2018 IST

ଜୟପୁର ୮|୧୨: ନକଲି ପୋଲିସକୁ ମାଡି ବସିଲା ଅସଲି ପୋଲିସ। ପୋଲିସବେଶରେ ଡକାୟତି ଉଦ୍ୟମ କରୁଥିବା ୮ ଆନ୍ତଃରାଜ୍ୟ ଡକାୟତକୁ କାବୁ କଲା ଜୟପୁର ଟାଉନ ପୋଲିସ।ଏମାନଙ୍କଠାରୁ ନଗଦ ୫୬୩୦ ଟଙ୍କା, ଗୋଟିଏ କାର୍, ୧୨ଟି ମୋବାଇଲ, ପୋଲିସ ପୋଷାକ ଓ ଅନେକ ମାରଣାସ୍ତ୍ରଜଵତ କରିଛି ପୋଲିସ। ଗତକାଲି ବିଳମ୍ବିତ ରାତ୍ରରେ ଜୟପୁର ପାୱାର ହାଉସ ଛକ ନିକଟରେ ଏମାନେ ଡ଼କାୟତିପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏମାନଙ୍କୁ କାବୁ କରା ଯାଇଥିବା ଏକ ସାମ୍ବାଦିକ ସମ୍ମିଳନୀରେକହିଛନ୍ତି ଜୟପୁର ଟାଉନ ଥାନା ଅଧିକାରୀ। ଏମାନେ ପୋଲିସ ପୋଷାକ ପିନ୍ଧି ଲୋକଙ୍କୁ ଭୟଭୀତ କରିସେମାନଙ୍କୁ ଲୁଟ୍ କରୁଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.