ଲକ୍ ଡାଉନ୍‌ରେ ବୋର୍ ହେଉଛନ୍ତି କି, ତେବେ ହ୍ବାଟସଆପ୍‌ରେ ଖେଳନ୍ତୁ ଏହି ୫ଟି ମଜାଦାର ଗେମ୍

Published By : Prameya-News7 Bureau | April 06, 2020 IST

ଭୁବନେଶ୍ୱର ୬।୪: ଲକ୍ ଡାଉନ୍ ରେ ଯଦି ଆପଣ ହ୍ବାଟସଆପ୍ ରେ ମେସେଜ, ଚାଟିଂ ଏବଂ ଭିଡିଓ କଲ୍ କରି କରି ବୋର୍ ହୋଇଗଲେଣି ତେବେ ସାଙ୍ଗମାନଙ୍କ ସହ ସମ୍ପର୍କ ରଖିବା ପାଇଁ ଏକ ଉତ୍ତମ ଉପାୟ ହୋଇପାରେ ହ୍ବାଟସଆପ୍ ଗେମ୍ । ସମସ୍ତେ ମୋବାଇଲରେ PUBG ଏବଂ ଅନ୍ୟାନ୍ୟ ଗେମ୍ ଖେଳନ୍ତି ନାହିଁ । ହ୍ବାଟସଆପ୍ ଏବଂ ଫେସବୁକ୍ ଗ୍ରୁରରେ ଗେମ୍ ଖେଳିବା ଏକ ଭଲ ବିକଳ୍ପ ହୋଇପାରେ । ଏପରି ୫ଟି ଗେମ୍ ବିଷୟରେ ଜାଣନ୍ତୁ ଯାହା ଆପଣଙ୍କୁ ବୋର୍ ହେବାରୁ ମୁକ୍ତି ଦେବ ।

ଅନ୍ତାକ୍ଷରୀ :

ଅନ୍ତାକ୍ଷରୀ ଆମ ଦେଶରେ ପୂର୍ବରୁ ବହୁତ ଲୋକପ୍ରିୟ । ହ୍ବାଟସଆପ୍ ଗ୍ରୁପ୍ ରେ, ଆପଣ ସାଙ୍ଗମାନଙ୍କୁ ଗୀତର ଲିରିକ୍ସ ଲେଖି ଦେଇପାରିବେ କିମ୍ବା ସେମାନଙ୍କୁ ଗୀତ ଗାଇବାକୁ କହିପାରିବେ । ଏଥିପାଇଁ ଆପଣ ଭଏସ୍ ନୋଟ୍ ମଧ୍ୟ ବ୍ୟବହାର କରିପାରିବେ । କିନ୍ତୁ ଟେକ୍ସଟ କରିବାରେ ଅଧିକ ମଜା ଆସିବ ।

ଓ୍ବାନ୍ସ ଅପନ୍ ଏ ଟାଇମ୍ :

ଏହି ଗେମ୍ ବହୁତ ଆକର୍ଷଣୀୟ ଅଟେ । ଏଥିରେ ଗ୍ରୁପର ଯେକୌସି ସଦସ୍ୟ ଗ୍ରୁପରେ ଲେଖିବେ ଓ୍ବାନ୍ସ ଅପନ୍ ଏ ଟାଇମ୍ । ଏହାପରେ ଗ୍ରୁପର ଅନ୍ୟ ସଦସ୍ୟମାନେ ୧୫ ସେକେଣ୍ଡରେ ଯେକୌଣସି କାହାଣୀ ଯୋଡିବେ । ଯଦି ଆପଣ ସ୍କୁଲ କିମ୍ବା କଲେଜ ସାଙ୍ଗମାନଙ୍କ ସହିତ ଏହି ଗେମ୍ ଖେଳିବେ ଯେଉଁମାନଙ୍କୁ ଆପଣଙ୍କ ସିକ୍ରେଟ୍ ଜଣାଥିବ ତେବେ ଏହି ଗେମ୍ ଆହୁରି ମଜାଦାର ହୋଇପାରିବ ।

ତୁମ ମନକୁ ଆସୁଥିବା ପ୍ରଥମ କଥା :

ଏହି ଗେମ୍ ବହୁତ ସହଜ ଅଟେ । ଯଦି ଆପଣ ଏହାକୁ ପର୍ସନାଲ ଚାଟରେ ଖେଳନ୍ତି ତେବେ ଏହା ଅଧିକ ମଜାଦାର ହେବ । ଏହି ଗେମ୍ ରେ ଜଣେ ଏକ ଶବ୍ଦ ଲେଖିବେ, ଯାହା ପରେ ଗ୍ରୁପର ଅନ୍ୟ ସଦସ୍ୟମାନେ ଏହାର ଉତ୍ତର ଦେବେ । ସେହି ଶବ୍ଦକୁ ପଢିବା ପରେ, ଆପଣଙ୍କ ମନରେ ଯାହା ଆସୁଛି ତାହା ପ୍ରଥମେ ଲେଖିବେ ।

ଶବ୍ଦ ଅନୁମାନ କରନ୍ତୁ :

ଏହି ଗେମ୍ ମଧ୍ୟ ବହୁତ ଲୋକପ୍ରିୟ । ଏଥିରେ ଗ୍ରୁପର ଯେକୌଣସି ସଦସ୍ୟ ଏକ ସୂଚନା ସହିତ ଏକ ଶବ୍ଦ ଲେଖିବେ । ଏହା ପରେ ଗ୍ରୁପର ଅନ୍ୟ ସଦସ୍ୟମାନଙ୍କୁ ସଠିକ୍ ଶବ୍ଦ ଖୋଜିବାକୁ ପଡିବ ।

୨୦ଟି ପ୍ରଶ୍ନ :

ଯଦି ଆପଣଙ୍କ ଜନ୍ମ ୯୦ ଦଶକରେ ହୋଇଥାଏ, ତେବେ ଆପଣ ନିଶ୍ଚିତ ଭାବରେ ଏହି ଖେଳ ବିଷୟରେ ଶୁଣିଥିବେ । ଏଥିରେ ଗ୍ରୁପର ଜଣେ ସଦସ୍ୟ ଏକ ପ୍ରଶ୍ନ ପଚାରିବେ ଯେଉଁଥିରେ ଗ୍ରୁପର ଅନ୍ୟ ସଦସ୍ୟମାନଙ୍କୁ ହଁ କିମ୍ବା ନା ଉତ୍ତର ଦେବାକୁ ପଡିବ । ଗ୍ରୁପରେ ଏହିପରି ୨୦ଟି ପ୍ରଶ୍ନ ପଚରାଯିବ। ଯିଏ ସମସ୍ତ ସଠିକ୍ ଉତ୍ତର ଦେବ ସେ ବିଜେତା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.