ମେଷ, କନ୍ୟା ଓ କୁମ୍ଭ ରାଶିର ବ୍ୟକ୍ତି ଶ୍ରାବଣ ମାସରେ କରନ୍ତୁ ଏହି ସବୁ କାମ, ସାରା ଜୀବନ ରହିବେ ସୁଖରେ..

Published By : Prameya-News7 Bureau | July 16, 2019 IST

ଶ୍ରାବଣ ମାସ ଆରମ୍ଭ ହେଲା ମାତ୍ରକେ ପ୍ରତ୍ୟେକ ବ୍ୟକ୍ତି ପ୍ରଭୁ ଶିବଙ୍କୁ ପୂଜା କରିଥାନ୍ତି। ଶ୍ରାବଣ ମାସରେ ପ୍ରଭୁ ଶିବଙ୍କ ମହିମା ଅନେକ ରହିଛି। ଭକ୍ତମାନେ ଶହ ଶହ କିଲୋମିଟର ପାଦରେ ଚାଲି ଶିବଙ୍କ ଉପରେ ଜଳ ଅର୍ପଣ କରିଥାନ୍ତି। ବିଶ୍ବାସଥାଏ ପ୍ରଭୁ ଶିବଙ୍କ ଉପରେ ଜଳ ଅର୍ପଣ କଲେ ସବୁ ଇଚ୍ଛା ପୂରଣ ହୋଇଥାଏ। ଗ୍ରହନୁସାରେ ଆସନ୍ତା ୧୭ ତାରିଖ ଠାରୁ ଶ୍ରାବଣ ମାସ ଆରମ୍ଭ, ,ଏହି ମାସରେ ମେଷ,କନ୍ୟା ଓ କୁମ୍ଭ ରାଶି ଉପରେ ପ୍ରଭୁ ଶିବଙ୍କ କୃପା ରହିବ। ଏହି ରାଶିର ଜାତକ ଥିବା ବ୍ୟକ୍ତି ଶ୍ରାବଣ ମାସରେ ନିଜର ମଙ୍ଗଳ ପାଇଁ ପ୍ରଭୁ ଶିବଙ୍କ ପାଖରେ ଏହି ସବୁ ପ୍ରତିକାର କରନ୍ତି ତେବେ ନିଶ୍ଚିତଭାବେ ବର୍ଷସାରା ଶିବଙ୍କ ଆର୍ଶୀବାଦ ଆପଣ ଉପରେ ରହିବ।

{"id":134289}

ମେଷ- ମେଷ ରାଶି ଜାତଧାରୀ ବ୍ୟକ୍ତି ଶ୍ରାବଣ ମାସରେ ପ୍ରଭୁ ଶିବଙ୍କ ନାଁରେ ବ୍ରତ ପାଳନ କରନ୍ତୁ ।  ଯଦି ମାସ ସାରା ବ୍ରତ ନ ରଖିପାରିବେ ତେବେ ପ୍ରତ୍ୟେକ ସୋମବାର ଦିନ ବ୍ରତ ପାଳନ କରନ୍ତୁ। ବ୍ରତଦିନ ଫଳ ଆହାର କରିବା ସହ ପ୍ରତ୍ୟେକ ଦିନ ଶିବଙ୍କ ଠାରେ ଲାଗିଥିବା ଜଳରୁ ବୁନ୍ଦାଏ ଆଣି ପାଣି ମିଶାଇ ଜଳ ଅଭିଷେକ କରନ୍ତୁ। ଏହା କରିବା ଦ୍ବାରା ଆପଣଙ୍କ ଜୀବନରେ ସୁଖ, ଶାନ୍ତ ଓ ସମୃଦ୍ଧିରେ ରହିବେ। ଆସୁଥିବା ବିପତ୍ତିରୁ ମଧ୍ୟ ତ୍ରାହି ପାଇବେ। ଯଦି ଗର୍ଭବତୀ ମହିଳା ଓ ଅସୁସ୍ଥ ଲୋକ ଏହି ବ୍ରତ ପାଳନ କରିପାରନ୍ତି ନାହିଁ ତେବେ ପ୍ରଭୁ ଶିବଙ୍କ ରେ ଜଳ ଅଭିଷେକ କରି ପାରିବେ।

{"id":134290}

କନ୍ୟା- ଏହି ରାଶିର ବ୍ୟକ୍ତିମାନେ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ ଶିବ ମନ୍ଦିରରେ ଭୋଗ ଲଗାନ୍ତୁ। ଆପଣ କ୍ଷମତା ଠାରୁ ଅଧିକ ଭୋଗ ସାମଗ୍ରୀ ଆଣି ମନ୍ଦିରରେ ଭୋଗ କରିବେ। ଏହି ଭୋଗର ପରିମାଣ ଅଧିକ ରହିଲେ ଏହି ଭୋଗକୁ ଅଧିକ ଲୋକ ସେବନ କରିପାରିବେ। ମନ୍ଦିରରେ ଥିବା ଭିକାରୀଙ୍କୁ ସ୍ବଚ୍ଛ ମନରେ ଦାନ କରନ୍ତୁ। ଆପଣ ଭୋଗ ଓ ଦାନ ବାବଦରେ ଯେତେ ଟଙ୍କା ଖର୍ଚ୍ଚ ହେଲେ କୌଣସି ଲାଭ ହେବ ନାହିଁ ବରଂ ସ୍ବଚ୍ଛ ମନରେ ଏହି ସବୁ କାର୍ଯ୍ୟ କରିବାକୁ ପଡ଼ିବ। ଏହା କରିବା  ଦ୍ବାରା ବର୍ଷସାରା ଆପଣ ଖୁସିରେ ରହିବେ। ବଡ଼ ବଡ଼ ବିପତ୍ତିରୁ ତ୍ରାହି ପାଇବା ସହ ପାରିବାରିକ ସମସ୍ୟା ମଧ୍ୟ ଦୂର ହୋଇଯିବ।

{"id":134291}

କୁମ୍ଭ- ଏହି ରାଶିର ବ୍ୟକ୍ତିମାନେ ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ ଶିବଙ୍କ ଚାଳିଶା ପାଠ କରନ୍ତୁ। ସ୍ବଚ୍ଛ ମନରେ ଶିବ ଚାଳିଶା ମନ୍ଦିର କିମ୍ବା ଘରେ ପାଠ କରି ପାରିବେ। ପ୍ରତ୍ୟେକ ସୋମବାର ଦିନ ହାତରେ ଦୀପ ରଖି ଶିବଙ୍କୁ ଆଳତୀ କରନ୍ତୁ। ଶିବଙ୍କ ପାଖରେ ଆରତୀ ସରିବା ପରେ ଗାଈକୁ ଘିଅ ଓ ଗୁଡ଼ରେ ତିଆରି ହୋଇଥିବା ପିଠା ଖାଇବାକୁ ଦିଅନ୍ତୁ। ଏହା କରିବା ଦ୍ବାରା ବର୍ଷସାରା ଖୁସିରେ ରହିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.