ବଡ଼ ଭଉଣୀର ଶାଶୂଘରେ ସାନ ଭଉଣୀର ଆତଙ୍କରାଜ, ଗୁଣ୍ଡାଙ୍କୁ ଆଣି ଗାଁ ଲୋକଙ୍କୁ ଡରାଉଛି, ପୋଲିସ୍ରେ ମାମଲା
29/06/2020 at 4:48 PM

ଭଦ୍ରକ୨୯/୬: ଭଦ୍ରକ ଜିଲ୍ଲାର ଧୁଷୁରୀ ଥାନା ଅନ୍ତର୍ଗତ ସଇଲୋ ଗ୍ରାମରେ ଯାଜପୁର ଜିଲ୍ଲାର ଖୋସଲାପୁର ଅଞ୍ଚଳରୁ ଜଣେ ମହିଳା ଓ କିଛି ଗୁଣ୍ଡା ଆସି ଗତ କିଛି ଦିନ ହେବ ସେଠାରେ ଭୟର ବାତାବରଣ ସୃଷ୍ଟି କରୁଥିବା ଅଭିଯୋଗ। ଏହି ଗ୍ରାମର ବାସୁଦେବ ଲେଙ୍କାଙ୍କ ପରିବାର ଉପରେ ତାଙ୍କ ବୋହୂଙ୍କ ଭଉଣୀ ଏବଂ ଯାଜପୁର ଅଞ୍ଚଳର କିଛି ଗୁଣ୍ଡା ଶ୍ରେଣୀର ଯୁବକ ଆସି ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ଏହି ଘଟଣାରେ ଗ୍ରାମବାସୀମାନେ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ମାଡ ମାରିଥିଲେ ବୋଲି କହିଛନ୍ତି କେତେକ ଗ୍ରାମବାସୀ। ଏ ସମ୍ପର୍କରେ ଧୂଷୁରି ଥାନାରେ ମାମଲା ରୁଜୁ ହୋଇଛି। ତେଣୁ ଏଥିରେ ଉତ୍କ୍ଷିପ୍ତ ହୋଇ କେତେକ ଯୁବକ ଗ୍ରାମର ଲୋକଙ୍କୁ ଭୟଭୀତ କରାଉଛନ୍ତି । ଏପରି କି ବୋମା ପକାଇ ମାରି ଦେବାକୁ ଧମକ ଦେଉଛନ୍ତି। ତେଣୁ ସେମାନଙ୍କୁ ଗିରଫ ପାଇଁ ଗ୍ରାମବସୀମାନେ ଦାବି କରିଛନ୍ତି । ଅନ୍ୟପଟେ ଧୂଷୁରି ପୋଲିସ୍ ଉଭୟ ପକ୍ଷର ଏତଲା ଆଧାରରେ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।