ଲକଡାଉନ୍‌ରେ ବାଇକ୍‌ରେ ବସାଇ ସ୍ତ୍ରୀକୁ ଡାକ୍ତରଙ୍କ ପାଖକୁ ନେଉଥିଲେ ଯୁବକ: ଓଢଣା ଉଠାଇ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ...

Published By : Prameya-News7 Bureau | April 12, 2020 IST

ମିର୍ଜାପୁର୧୨/୪: କରୋନା ଭାଇରସ ସଂକ୍ରମଣ ରୋକିବା ପାଇଁ ସରକାର ଦେଶରେ ଲକଡାଉନ ଜାରି କରିଛନ୍ତି | ଲକଡାଉନ ନିୟମ ଉଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି | ତେବେ ଲକଡାଉନ ନିୟମ ଉଲଙ୍ଘନକାରୀ ନିଜ ସ୍ୱାସ୍ଥ୍ୟ ଚିନ୍ତା ଛାଡି ରାସ୍ତାରେ ବୁଲୁଛନ୍ତି | ପୋଲିସର କଡା ତାଗିଦ ପରେ ମଧ୍ୟ ଶୁଣୁନାହାନ୍ତି | ପୋଲିସ ଆଖିରେ ଧୂଳି ଦେଇ ଖସି ଯିବା ପାଇଁ ନୂଆ ନୂଆ ତରିକା ଆପଣାଉଛନ୍ତି | ଏହିପରି ଏକ ଘଟଣା ଶନିବାର ଦିନ ଉତ୍ତର ପ୍ରଦେଶ ମିର୍ଜାପୁର ଅନ୍ତର୍ଗତ କାଛୁଆ ଅଞ୍ଚଳରେ ଘଟିଥିଲା | ଏଠାରେ ଜଣେ ଯୁବକ ନିଜ ସାଙ୍ଗକୁ ଶାଢ଼ୀ ପିନ୍ଧାଇ ବଜାରକୁ ନେଇଯାଉଥିଲା | ଏତିକି ବେଳେ ସେ ପୋଲିସ ହାବୁଡ଼ରେ ପଡିଯାଇଥିଲେ |

ଯୁବକକୁ ପୋଲିସ ଅଟକାଇ ପଚାରିଥିଲେ କୁଆଡେ ଯାଉଛ | ଯୁବକ ପୋଲିସକର୍ମୀଙ୍କ ପାଖରେ ନେହୁରା ହୋଇ କହିଥିଲା ତାଙ୍କ ପତ୍ନୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ ଏବଂ ସେ ତାଙ୍କୁ ନେଇ ଡାକ୍ତରଙ୍କ ପାଖକୁ ଯାଉଛନ୍ତି | କିନ୍ତୁ ଯୁବକଙ୍କ କଥାରେ ପୋଲିସକୁ ଭରସା ହେଲାନାହିଁ | ସେ ମହିଳାଙ୍କୁ ଓଢଣା କାଢ଼ିବାକୁ କହିଥିଲେ | ଏତିକିବେଳେ ଯୁବକ ଜଣକ ଡରି ଯାଇଥିଲେ | ସେ ଅସ୍ତବ୍ୟସ୍ତ ହୋଇପଡିଲେ | ଯୁବକର ଭାବଭଙ୍ଗୀ ଦେଖି ପୋଲିସର ସନ୍ଦେହ ସ୍ପଷ୍ଟ ହୋଇଯାଇଥିଲା | ଏହାପରେ ବାଇକ ପଛପଟେ ବସିଥିବା ଯୁବକ ଜଣକ ଓଢଣା କଢ଼ାଇଥିଲେ | ଏହା ଦେଖି ସେଠାରେ ଉପସ୍ଥିତ ପୋଲିସକର୍ମୀଙ୍କ ସହ ଅନ୍ୟାନ୍ୟ ଲୋକ ମଧ୍ୟ ହସି ହସି ଗଡିଗଲେ |

କାଛୁଆ ଥାନା ଅଧିକାରୀ ମନୋଜ ସିଂହ କହିଛନ୍ତି ଯେ, ପୋଲିସକୁ ଚକମା ଦେଇ ବୁଲିବାକୁ ଯାଉଥିବା ବାଇକ ଆରୋହୀଙ୍କୁ ଚେତାବନୀ ଦେଇ ଛାଡି ଦିଆଯାଇଛି | ପୋଲିସ ତାଙ୍କ ବାଇକର ଚାଲାଣ କଟିଛି | ସେ କହିଛନ୍ତି ଲକଡାଉନ ଯୋଗୁଁ ଲୋକେ ଘରେ ବନ୍ଦ ଥିବାବେଳେ କିଛି ଲୋକେ ନାନା ବାହାନା କରି ବାହାରେ ବୁଲିବାକୁ ଯାଉଛନ୍ତି | ପୋଲିସ ଯେତେ ବାଡେ଼ଇଲେ, ଯେତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ମଧ୍ୟ କିଛି ଲୋକ ସୁଧୁରୁନାହାନ୍ତି

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.