Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗ୍ରୋସରୀ ଦୋକାନରୁ ଲୁଟ୍, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି
  • ||
  • ଜଳେଶ୍ୱର : ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍‌, ଗାଡିରେ ଥିଲେ ୫୦ରୁ ଅଧିକ ଲୋକ
  • ||
  • ନୂଆଦିଲ୍ଲୀ : ଦେଶ ପାଳୁଛି ୭୨ତମ ସାଧାରଣତନ୍ତ୍ର ଦିବସ
  • ||
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||

ସ୍କୁଟି ସହିତ ଜୀବନ୍ତ ଜଳିଗଲେ ଯୁବକ, ସାଙ୍ଗଠୁ ମାଗି କି ନେଇଥିଲେ ଗାଡି

19/09/2020 at 4:29 PM

ସିକର ୧୯।୦୯: ରାଜସ୍ଥାନର ସିକର ଜିଲ୍ଲାରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ସିକର ଜିଲ୍ଲାର ପିପରାଲିର ପଲାସିଆ ଗ୍ରାମରେ ଜଣେ ଯୁବକ ସ୍କୁଟି ସହିତ ଜୀବନ୍ତ ଜଳିଯିବା ପରି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି। ଘଟଣା ଶୁକ୍ରବାର ବିଳମ୍ବିତ ରାତ୍ରିରେ ପଲାସିଆ ଷ୍ଟାଣ୍ଡ ନିକଟରେ ଘଟିଛି। ପୋଲିସକୁ ରାତି ପ୍ରାୟ ୧ଟାରେ ଘଟଣା ବିଷୟରେ ସୂଚନା ମିଳିଥିଲା।

ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ବେଳକୁ ଯୁବକ ଓ ସ୍କୁଟି ଉଭୟ ହୁତୁ ହୁତ ହୋଇ ଜଳୁଥିବା ଦେଖିବାକୁ ମିଳିଛି। ପୋଲିସ ନିଆଁକୁ ଆୟତ୍ତ କରିବା ସହିତ ଶବ ଓ ସ୍କୁଟିକୁ ନିଜ କବ୍‌ଜାକୁ ନେଇଛି। ଏହା ପରେ ଶବକୁ ହସ୍ପିଟାଲର ଶବାଗାରରେ ରଖାଯାଇଛି।

ଦାଦିଆ ଥାନା ଏସଆଇ ବୃଜେଶ ସିଂହ କହିଛନ୍ତି ସ୍କୁଟିର ନମ୍ବର ଆଧାରରେ ଯୁବକଙ୍କୁ ଚିହ୍ନଟ କରାଯାଇଛି।  ମୃତକଙ୍କ ନାଁ ଶୁଭକରଣ ସ୍ଵାମୀ। ସେ ବଗଡିର  ବାସିନ୍ଦା। ସେ ଖୁଡି ଗାଁର ନିଜ ସାଙ୍ଗଙ୍କଠୁ ସ୍କୁଟି ମାଗି ନେଇଥିଲେ।

ବର୍ତ୍ତମାନ ପୋଲିସ ମୃତକଙ୍କ ପରିଚୟ ସୁନିଶ୍ଚିତ କରିବାକୁ ପରିବାର ଲୋକଙ୍କ ଅପେକ୍ଷାରେ  ରହିଛି। ଏହା  ସହିତ ତହ୍ୟା ଆଶଙ୍କା କରି ତଦନ୍ତ ଆରମ୍ଭ  ହୋଇ ଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଯୁବକଙ୍କୁ ଯୋଜନାବଦ୍ଧ ହତ୍ୟା କରାଯାଇଥିବା ଜଣା ପଡିଛି।  

   Related Posts