Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସଚିନ୍ ପାଇଲଟ୍‌ଙ୍କ ଫୁସଫୁସରେ ସଂକ୍ରମଣ, ଆଜି ଆସିବ ଟେଷ୍ଟ ରିପୋର୍ଟ
  • ||
  • ବରିଷ୍ଠ ବିଜେପି ନେତାଙ୍କ ବିବାଦୀୟ ବୟାନ୍-‘ମୁସଲମାନ୍ ପ୍ରାର୍ଥୀଙ୍କୁ କେବେ ବି ଦେବୁନି ଟିକେଟ୍’
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଯୁବକଙ୍କୁ ପିଟି ପିଟି ହତ୍ୟା: ତାତିଲେ ଗାଁ ଲୋକ, ହତ୍ୟାକାରୀଙ୍କ ଗିରଫ ଦାବିରେ କଲେ ରାସ୍ତା ଅବରୋଧ

15/06/2020 at 4:58 PM

ଢ଼େଙ୍କାନାଳ୧୫/୬: ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ କଳା ପାଣି ନିକଟସ୍ଥ ରାଇପୁରଠାରେ ଜଣେ ଯୁବକକୁ ସଂଘବଦ୍ଧ ଭାବେ ପିଟି ପିଟି ହତ୍ୟା କରାଯାଇଛି । କଟକ ମେଡିକାଲରେ ଗୁରୁତର ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବେଳେ ମୃତ ଯୁବକଙ୍କ ନିଜ ଗାଁରେ ଉତ୍ତେଜନା ଲାଗି ରହଛି। ଏପରି କି ଶବ ବ୍ୟବଚ୍ଛେଦ ପରେ ଆଜି ଅପରାହ୍ନରେ  ଯୁବକଙ୍କ ମୃତଦେହ ଢେଙ୍କାନାଳ ଆସିବ ପରେ ମୃତ ଯୁବକଙ୍କ ଗ୍ରାମ ତରଭା ଗ୍ରାମବାସୀ କଳା ପାଣି ଛକଠାରେ ରାସ୍ତାରେ ମୃତଦେହ ରଖି ଅବରୋଧ କରିଛନ୍ତି ।

ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ ଦାବିରେ ଆଜି ରାସ୍ତାରେ ରୋକ କରିଛନ୍ତି ଗ୍ରାମବାସୀ। ଘଟଣା ସ୍ଥଳରେ ସଦର ଥାନା ପୁଲିସ ଓ ଏସଡ଼ିପିଓ ପୁଲିସ ଫୋର୍ସ ସହ ପହଁଞ୍ଚି ବୁଝାସୁଝା ଜାରି ରଖିଛନ୍ତି । ମିଳିଥିବା ସୂଚନା ମୁତାବକ, ମୃତ ଯୁବକ ତରଭା ଗ୍ରାମର ଚିକୁନ ବିଶ୍ବାଳ ବୋଲି ଜଣାପଡିଛି । ଗତ କାଲି ସଦର ଥାନା ଅନ୍ତର୍ଗତ କାଙ୍କଡ଼ପାଳର କିଛି ଯୁବକଙ୍କ ବଚସା ହୋଇଥିଲା । ଫଳରେ କାଙ୍କଡ଼ପାଳର କିଛି ଯୁବକ ଢେଙ୍କାନାଳ ସହର ବାଜିଚୌକର କିଛି ଯୁବକ ମିଶି ଚିକୁନକୁ ଜବରଦସ୍ତ ବାଇକରେ ନେଇ ରାଇପୁରଠାରେ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ ।

ତେବେ ତାଙ୍କ ଅବସ୍ଥା ସଙ୍କଟପନ୍ନ ହେବାରୁ ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡକ୍ଟରଖାନରେ ପକାଇ ପଳାଇଥିଲେ । ପରେ ଅବସ୍ଥା ସଂଙ୍କଟାପନ୍ନ ହେବାରୁ କଟକ ସ୍ଥାନାନ୍ତରିତ ହୋଇଥିଲେ । ମାତ୍ର ଗତକାଲି ବିଳମ୍ବିତ ରାତିରେ କଟକରେ ତାଙ୍କର ମୃତ୍ୟୁ ହୋଇଛି। ହତ୍ୟାକାଣ୍ଡର ସଠିକ କାରଣ ଜଣ ନପଡିଥିଲେ ମଧ୍ୟ ସଦର ପୁଲିସ ଏହି ହତ୍ୟାକାଣ୍ଡରେ ୪ ଜଣଙ୍କ ଅଟକ ରଖିଥିଲେ ମଧ୍ୟ ଗିରଫ ନ ଦର୍ଶାଇ ଛାଡି ଦେବାକୁ ମସୁଧା କରୁଛି ବୋଲି ଅଭିଯୋଗ ଉଠାଇଛନ୍ତି ତରଭା ଗ୍ରାମବାସୀ । ଗତ ୨୦୧୭ମ ସିହାରେ ତାରଭାର ବହୁ ଚର୍ଚ୍ଚିତ ସଲମାନ ରାଉତ ହତ୍ୟାଅଭିଯୁକ୍ତ ମାନଙ୍କ ଘରପୋଡି ମାମଲାରେ ଅଭିଯୁକ୍ତ ଭାବେ ଚିକୁନ ଗିରଫ ହୋଇ ଥିଲେ । ତେବେ ଗତ ୫ ମାସ ପୂର୍ବେ ସେ  ଜାମିନରେ ଆସିଥିବା ଜଣାପଡିଛି ।

   Related Posts