Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଟ୍ୟୁସନରୁ ଆଣିବାକୁ ଯାଇଥିଲେ ଯୁବକ, ଫେରିବା ବାଟରେ ନାବାଳିକାଙ୍କୁ କଲେ ଦୁଷ୍କର୍ମ !

5/12/2020 at 11:01 PM

ଝାରସୁଗୁଡା  ୦୫/୧୨ : ଦୁଷ୍କର୍ମ ଅଭିଯୋଗରେ  ଦୁଇ ଦିନ ତଳେ ବାପାକୁ ଝାରସୁଗୁଡା ପୋଲିସ ଗିରଫ କରିଥିଲା। ଆଜି ପୁଣି ଏକ ଅଭିଯୋଗ ଆସିଛି ବ୍ରଜରାଜନଗର ଥାନା ଅଞ୍ଚଳରୁ। ପଡ଼ୋଶୀ ବ୍ୟକ୍ତିଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହେଲେ ୭ ବର୍ଷର ନାବାଳିକା। ଟ୍ୟୁସନରୁ ଆଣିବାକୁ ଯାଇଥିବା ଯୁବକ ହିଁ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଗାନ୍ଧିଛକ  ଫାଣ୍ଡି ଅନ୍ତର୍ଗତ ଏକ ଗ୍ରାମରେ ଜଣେ  ୭ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ପୀଡିତାଙ୍କ ପରିବାର ତରଫରୁ ଆଜି ବ୍ରଜରାଜନଗର ଥାନାରେ ଅଭିଯୋଗ କରାଯାଇଛି। ଏ ବିଷୟରେ ଚାଇଲଡ଼ ଲାଇନର ଜିଲା ସଂଯୋଜକ ପୋଲିସ ସହ ମିଶି ପୀଡିତାର ଗାଁକୁ ଯାଇ ତଦନ୍ତ କରିଥିବା ପ୍ରକାଶ । ସେପଟେ ଏ ଘଟଣା ଗତ ୧ ତାରିଖ ଘଟିଥିବା ଜଣା ପଡ଼ିଛି।  ବ୍ରଜରାଜନଗର ଥାନାରେ ଏକ ମାମଲା ରୁଜୁ କରିଥିବା ବ୍ରଜରାଜନଗର ପୋଲିସ ସୂତ୍ରରୁ ସୂଚନା ମିଳିଛି।

ଗତ ୧ତାରିଖ ସନ୍ଧ୍ୟାରେ ପିଡିତା ନାବାଳିକା  ଟ୍ୟୁସନ ପଢିବାକୁ ଯାଇଥିଲା। ନାବାଳିକାର ବାପା ଘରେ ନଥିବାରୁ ଝିଅକୁ ଆଣିବା ପାଇଁ  ନାବାଳିକାର ମା ସହି ଗ୍ରାମରେ ରହୁଥିବା ପଡ଼ୋଶୀ ବିବାହିତ ଯୁବକକୁ ନିଜ ଝିଅକୁ  ଆଣିବା ପାଇଁ ପଠାଇଥିଲେ। ଟ୍ୟୁସନରୁ  ଘରକୁ ଆଣିବା ସମୟରେ ବାଟରେ ସେହି ଯୁବକ ଜଣକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ତେବେ ପୀଡିତା ତା ମା କୁ ଆଉ ସେହି ଯୁବକକୁ କେବେ ତାକୁ ଆଣିବା ପାଇଁ ନ ପଠାଇବାକୁ କହିଥିଲା। ଏ ବାବଦରେ ଘର ଲୋକେ ଯେତେ ପଚାରିବାରୁ  ନାବାଳିକା କିଛି କହି ନ ଥିଲେ ଓ  କାନ୍ଦିଥିଲା। ତେବେ ଗତକାଲି ରାତିରେ ନାବାଳିକା ସମସ୍ତ ଘଟଣା ପରିବାର ଲୋକଙ୍କୁ ଜଣାଇବା ପରେ ବ୍ରଜରାଜନଗର ଥାନାରେ ଅଭିଯୋଗ କରାଯାଇଥିଲା। ପୋଲିସ ଏ ମାମଲା ର ତଦନ୍ତ ଜାରି ରଖିଛି।

   Related Posts