କରୋନା ଲଢେଇ : ଗୀତ ଗାଇ ଲୋକଙ୍କୁ ସଚେତନ କଲେ ଯୁବକ

Published By : Prameya-News7 Bureau | May 06, 2020 IST

ବାଲିଗୁଡା ୦୫।୦୫: ସାରା ବିଶ୍ବରେ ମହାମାରୀ କରୋନା ନିଜର କାୟା ବିସ୍ତାର କରିଚାଲିଛି । ଅନ୍ୟପଟେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଦୃତ ଗତିରେ ବଢ଼ିବାରେ ଲାଗିଛି । ଏଭଳି ସ୍ଥିତିରେ ସମଗ୍ର ରାଜ୍ୟ ବାସୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳର ସାଲିମ‌୍ ଦିଗାଲ ନାମକ ଏକ ଯୁବକ ଭିନ୍ନ ଢ଼ଙ୍ଗରେ ସଚେତନ ହେବା ଏହି ଗୀତକୁ ଗାଇବା ସହ ସେ ନିଜେହିଁ ଏହି ଗୀତକୁ ଲେଖିଛନ୍ତି। ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଡିଜେ ରୋକୀ। ଏହି ଗୀତକୁ ଅତ୍ୟଧିକ ଯୁବପିଢୀ ମାନଙ୍କୁ ପସନ୍ଦ ଆସିଛି। କାରଣ ରାପ୍ ମାଧ୍ୟମରେ ଯୁବକ ଜଣକ ଗୀତଟିକୁ ଗାଇ ଯୁବକ ମାନଙ୍କ ମନ ଜିଣି ପାରିଛନ୍ତି। ଗୀତଟି ୟୁଟ୍ୟୁବରେ ରିଲିଜ ହୋଇଛି ଆପଣ ମାନେ ଲିଙ୍କ୍ କୁ ଛୁଇଁ ପୁରା ଭିଡିଓ ଦେଖିପାରିବେ। ବାଲିଗୁଡ଼ା ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଗୀତ ମାଧ୍ୟମରେ ସଚେତନ କରିବାପାଇଁ ଉଦ୍ୟମ କରିଛନ୍ତି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.