Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି କରୋନାରୁ ଆରୋଗ୍ୟ ହେଲେ ୧୦୨୪୨, ଖୋର୍ଦ୍ଧାରୁ ସର୍ବାଧିକ
  • ||
  • ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ ନାହିଁ ଏବି ଡିଭିଲିୟର୍ସ, ସ୍ପଷ୍ଟ କଲା ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ
  • ||
  • ପିସିଆର ଭ୍ୟାନ୍ ଦେଖି ପୋଖରୀକୁ ଡେଇଁ ପଡିଲେ ଯୁବକ, ମିଳିଲା ମୃତଦେହ…
  • ||
  • ଧକ୍କା ଦେଲା କାର, ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ
  • ||
  • ନଦୀରୁ ନାବାଳିକାଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୧୧ ବର୍ଷ ପରେ ଗିରଫ ହେଲା ଦୁଃଶାସନ, ପାରୋଲରେ ଆସି ଫେରାର ହୋଇଯାଇଥିଲା
  • ||
  • ହୃଦରୋଗ ବିଶେଷଜ୍ଞ ଡକ୍ଟର କେ.କେ ଅଗ୍ରୱାଲଙ୍କ କରୋନାରେ ଦେହାନ୍ତ, ଦୀର୍ଘ ଦିନ ଧରି ଭେଣ୍ଟିଲେଟରରେ ଚାଲିଥିଲା ଚିକିତ୍ସା
  • ||
  • ଧୋନୀଙ୍କ ତଲଓ୍ୱାରବାଜୀ ଭିଡିଓ ଭାଇରାଲ ପରେ କମେଣ୍ଟ କଲେ ରବୀନ୍ଦ୍ର ଜାଡେଜା
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୩୫୭ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ଭାକସିନ୍ ନେବା ପରେ ଏହି ସବୁ ସାଇଡ୍ ଇଫେକ୍ଟ ଦିଏ ବିପଦର ସଙ୍କେତ, ହୋଇପାରେ ସାଙ୍ଘାତିକ : ସତର୍କ କଲେ କେନ୍ଦ୍ର ସରକାର
  • ||

ଥାନା ଭିତରେ ଯୁବକଙ୍କୁ ମାଡ ମାରିବା ପଡିଲା ମହଙ୍ଗା, ୨ ବର୍ଷ ଯାଏଁ ଆଇଆଇସିଙ୍କୁ ଥାନା ମନା, କେମିତି ଦିଆଯାଏ ବ୍ୟବହାର ଦିଆଯିବ ଟ୍ରେନିଂ

13/11/2020 at 5:38 PM

ପାଟଣା ୧୩।୧୧:  ଥାନା ଭିତରେ ଯୁବକଙ୍କୁ ଅଟକ ରଖି ମାଡ ମରିବା ମହିଳା ଆଇଆଇସିଙ୍କୁ ମହଙ୍ଗା ପଡିଛି। କେନ୍ଦୁଝର ଜିଲ୍ଲା ପାଟଣା ଥାନା ପୂର୍ବତନ IIC ସଂଧ୍ୟାରାଣୀ ଜେନାଙ୍କୁ ରାଜ୍ୟ ମାନବାଧିକାର କମିଶନ ଅଙ୍କୁଶ ଲଗାଇଛନ୍ତି। ୨ ବର୍ଷ ଯାଏଁ ଥାନା ପୋଷ୍ଟିଂ ବା ଫିଲ୍ଡ ଡ୍ୟୁଟି ପାଇଁ ବାରଣ କରିଛନ୍ତି ରାଜ୍ୟ ମାନବାଧିକାର କମିଶନ।

ସୂଚନା ଅନୁଯାୟୀ ଗତ ମେ ମାସରେ ଥାନା ଭିତରେ ଜଣେ ଯୁବକଙ୍କୁ ଅଟକ ରଖି ମାଡ଼ ମାରିବା ଘଟଣାକୁ ନେଇ କାର୍ଯ୍ୟାନୁଷ୍ଠାନ ଅଭିଯୁକ୍ତଙ୍କୁ ଥାନା ଭିତରେ ମାଡ ମାରିବା ସହ ବିଧା ଗୋଇଠା ମଧ୍ୟ ମାରିଥିଲେ ସଂଧ୍ୟାରାଣୀ। ସଂଧ୍ୟାରାଣୀଙ୍କୁ ୨ ବର୍ଷ ଯାଏ କିଛି ଫିଲ୍ଡ୍ ଡ୍ୟୁଟି ନଦେବାକୁ ରାଜ୍ୟ ମାନବାଧିକାର କମିଶନ ନିର୍ଦ୍ଦେଶ ଦେଇଛନ୍ତି। ଅପରାଧୀଙ୍କୁ ଥାନାରେ କିଭଳି ବ୍ୟବହାର କରାଯିବ ସେନେଇ ସଂଧ୍ୟାରାଣୀଙ୍କୁ ଟ୍ରେନିଂରେ ପଠାଇବାକୁ ମଧ୍ୟ ନିର୍ଦ୍ଦେଶ  ହୋଇଛି। ଅଭିଯୁକ୍ତଙ୍କ ପ୍ରତି କିଭଳି ବ୍ୟବହାର କରାଯିବ, ସେ ନେଇ ତାଙ୍କୁ ଟ୍ରେନିଂ ଦିଆଯିବ।

ସୂଚନାଯୋଗ୍ୟ  ଆଇଆଇସିଙ୍କ ମାଡ ମାରିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ହଇଚଇ ସୃଷ୍ଟି ହୋଇଥିଲା। ଘଟଣା ପରେ ଆଇଆଇସି ସନ୍ଧ୍ୟାରାଣୀଙ୍କୁ ପୋଲିସ ମହା ନିର୍ଦ୍ଦେଶକ ନିଲମ୍ବିତ କରିଥିଲେ। ପୂର୍ବରୁ ଓଡିଶା ମାନବାଧିକାର କମିଶନ ପୀଡିତଙ୍କୁ ୧୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ କହିଥିଲେ। କ୍ଷତିପୂରଣ ଅର୍ଥ ସନ୍ଧ୍ୟାରାଣୀଙ୍କ ଦରମାରୁ କାଟିବାକୁ କୁହାଯାଇଥିଲା।

ମାଡ଼ ଖାଇଥିବା ଯୁବକ ଜଣଙ୍କ ସାହାରପଡା ବ୍ଲକ ତାଳସରୁଆ ଗ୍ରାମର ରାଜୁ ମହାନ୍ତ ଏକ ଜମିବାଡ଼ି ବିବାଦକୁ ନେଇ ଥାନାକୁ ଆସିଥିଲେ। ଏହାକୁ ବିଚାର କରିବା ବଦଳରେ ଥାନାରେ ତାଙ୍କୁ ନିର୍ଧୁମ ମାଡ଼ ମାରିଥିଲେ ଥାନା ଅଧିକାରୀ ସନ୍ଧ୍ୟାରାଣୀ ଜେନା। ତେବେ ଏହି ଘଟଣା ଏପ୍ରିଲ ୨୫ ତାରିଖରେ ଘଟିଥିବା ବେଳେ ଜମି ବାଡ଼ି ବିବାଦକୁ ନେଇ  ଉକ୍ତ ଯୁବକକୁ ଥାନାକୁ ଅଣାଯାଇଥିବା ପାଟଣା ଥାନା ଅଧିକାରୀଣୀ ସନ୍ଧ୍ୟରାଣୀ ଜେନା କହିଥିଲେ।  ଏସପିଙ୍କ ନିର୍ଦ୍ଦେସ କ୍ରମେ ଘଟଗାଁ ଏସ,ଡି,ପି,ଓ ରବିନ୍ଦ୍ର ମଲ୍ଲିକ ଘଟଣାର  ତଦନ୍ତ କରିଥିଲେ।

   Related Posts