ନିର୍ମାଣଧୀନ ବ୍ରିଜ ତଳକୁ ସ୍କୁଟି ସହ ଖସି ପଡିଲେ ଯୁବକ, ଛାତିରେ ପଶିଗଲା ଲୁହା ରଡ଼

Published By : Prameya-News7 Bureau | August 07, 2020 IST

ବ୍ରହ୍ମପୁର୭/୮:  ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବ୍ରିଜ ତଳକୁ ଖସି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଯୁବକ ଜଣକ ସ୍କୁଟିରେ ଯିବା ବେଳେ ସ୍କୁଟି ସହ ନର୍ମାଣଧୀନ ବ୍ରିଜ ତଳକୁ ଖସି ପଡିଥିଲେ। ଯୁବକ ଜଣଙ୍କ ଖସି ପଡିବାରୁ ତାଙ୍କ ଛାତିରେ ଲୁଡ ରଡ ପଶିଯାଇଥିଲା। ଯାହାଫଳରେ ସେହି ସ୍ଥାନରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ ଯୁବକଙ୍କ ନାଁ ପୂର୍ଣ୍ଣଚନ୍ଦ୍ର ସାମନ୍ତରାୟ। ଲାଞ୍ଜିପଲ୍ଳୀ ଅଞ୍ଚଳରେ ତାଙ୍କ ଘର ବୋଲି ଜଣାପଡିଛି। ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ରାସ୍ତାରେ ଏଭଳି ନିର୍ମାଣଧୀନ ଅବସ୍ଥାରେ ପଡି ରହିଥିବା ବ୍ରିଜକୁ ନେଇ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି। ଏହି ଘଟଣା ପରେ ଘଟଣାସ୍ଥଳରେ ସ୍ଥାନୀୟ ରୁଣ୍ଡ ହୋଇଯାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.