Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଟାଙ୍କେ ମଦ ପିଇ ଥାନା ନିକଟରେ ଶୋଇପଡିଲେ ଯୁବକ

29/10/2021 at 3:01 PM

ପାଟଣା ୨୯/୧୦ : କେନ୍ଦୁଝର ଜିଲ୍ଲା ପାଟଣା ଅଞ୍ଚଳରେ ଅବକାରୀ ବିଭାଗ ଓ ପୋଲିସର ନିଷ୍କ୍ରିୟତା ଯୋଗୁଁ ଗାଁ ଗାଁ ରେ ଚୋରା ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ପରିସ୍ଥିତି ଏପରି ହେଲାଣୀ ଯେ, ଚା ଦୋକାନ ଠାରୁ ଆରମ୍ଭ କରି ପାନ ଦୋକାନ ପର୍ଯ୍ୟନ୍ତ ସବୁଠି ବ୍ୟାପକ ପରିମାଣରେ ଚୋରା ମଦ ବିକ୍ରି ହେଉଛି । ଅବକାରୀ ବିଭାଗ  ଓ ପୋଲିସ ପକ୍ଷରୁ ଚଢ଼ାଉ ହେଉନଥିବାରୁ ଏଭଳି ସ୍ଥିତି ଲାଗି ରହିଛି ।  

ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପାଟଣା ଥାନା ନିକଟରେ । ଦିନ ଦ୍ବିପହର ରେ  ଯୁବକ ଜଣଙ୍କ ଟାଙ୍କେ ମଦ ପିଇ ଥାନା ନିକଟରେ ନିଘୋଡ଼ ନିଦରେ ଖୁବ ଅଚିନ୍ତା ରେ ଶୋଇଥିବା ଦେଖିବାକୁ ମିଳିଛି ।  ପାଟଣା ବଜାର ଦେଇ ଯାଇଥିବା ରାସ୍ତା କଡ଼ର ଥାନା ନିକଟରେ ଏ ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଦିନ ଦ୍ବିପ୍ରହରରେ ମଦ ପିଇ ଥାନା ନିକଟରେ ଶୋଉଛନ୍ତି ମଦ୍ୟପ । ଏ ଘଟଣା ଯେତିକି ସମ୍ବେଦନଶୀଳ ସେତିକି ଆଶ୍ଚର୍ଯ୍ୟ ଜନକ ମଧ୍ୟ । କାରଣ ଉକ୍ତ ବଜାରରେ ପ୍ରତିଦିନ ଏଭଳି ମଦୁଆଙ୍କ ଦୌରାତ୍ମ ଦେଖିବାକୁ ମିଳିଥାଏ । ମଦ ପିଇ ନିଜର ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି ଲୋକେ । ପ୍ରଶାସନ ଏବଂ ପୋଲିସ ଏଥିପ୍ରତି ଧ୍ୟାନ ଦେବାକୁ ବିଭିନ୍ନ ମହଲରେ ଦାବି ହୋଇଛି ।

   Related Posts