ବିବାହ ପାଇଁ ୮୫୦ କିମି ଦୂର ସାଇକଲ ଚଲାଇଲେ ଯୁବକ : କିନ୍ତୁ ଆଶା ରହିଗଲା ଆଶାରେ, ଗାଁରେ ପହଞ୍ଚିବା ପୂର୍ବରୁ...

Published By : Prameya-News7 Bureau | April 18, 2020 IST

ଲୁଧିଆନା ୧୮/୦୪ : ଲୁଧିଆନାରୁ ଲଗାତାର ୬ ଦିନ ଯାଏଁ ସାଇକଲ ଚଳାଇ ବଳରାମପୁରରେ ପହଞ୍ଚିବା ପରେ ପୋଲିସ ତାଙ୍କୁ ନେଇ କ୍ଵାରେଣ୍ଟାଇନ ରଖିଛି | ସୁରକ୍ଷା ଦୃଷ୍ଟିରୁ ପୋଲିସ ତାଙ୍କୁ କ୍ଵାରେଣ୍ଟାଇନ କରିଛି | ଯୁବକ ନିଜର ବନ୍ଧୁମାନଙ୍କ ସହ ବଳରାମପୁରରେ ପହଞ୍ଚିଥିଲେ | ବିବାହ ଆଶା ନେଇ ଏତେ ବାଟ ସାଇକଲ ଚଳାଇବା ଯୁବକଙ୍କୁ ମହଙ୍ଗା ପଡିଲା | ତାଙ୍କ ଆଶା ବି ଆଶାରେ ହିଁ ରହିଗଲା | ଯୁବକ ଗାଁର ୩ ଜଣ ଯୁବକଙ୍କ ସହ କ୍ଵାରେଣ୍ଟାଇନରେ ଅଛନ୍ତି | ବିବାହ ଆଶା ତାଙ୍କର ଲକଡାଉନ ପରେ ପୁରା ହେବ |

ମାମଲା ମହାରାଜଗଞ୍ଜ ଜନପଦ ଅନ୍ତର୍ଗତ ପିପରା ରସୁଲପୁର ନିବାସୀ ସୋନୁ କୁମାର ଚୌହାନଙ୍କର | ଗତ ୧୫ ତାରିଖରେ ସୋନୁଙ୍କ ବାହାଘର ହେବାରଥିଲା | ସେ ୧ ତାରିଖରେ ୧୧ ଜଣ ସାଥିଙ୍କ ସହ ଲୁଧିଆନାରୁ ସାଇକଲ ଚଳାଇ ଗାଁକୁ ବାହାରିଥିଲେ | ଏମାନେ ଲୁଧିଆନାରେ ଟାଇଲ୍ସ ଲଗାଇବା କାମ କରନ୍ତି |ଲକଡାଉନ ଯୋଗୁଁ କାମ ବନ୍ଦ ହେବା ପରେ ଏମାନେ ନିଜ ଘରକୁ ଯିବାକୁ ଚାହିଁଥିଲେ | ସୋନୁଙ୍କ ବିବାହ ଏପ୍ରିଲ ୧୫ ତାରିଖରେ ଠିକ ହୋଇଥିଲା | ତାଙ୍କ ନିଜ ଗାଁରୁ ପାଖାପାଖି ୨୫ କିମି ଦୂରରେ ତାଙ୍କ ବାହାଘର ଠିକ ହୋଇଥିଲା | ଗାଁକୁ ଆସିବା ପାଇଁ ସେ ଟ୍ରେନରେ ରିଜର୍ଭେସନ କରିଥିଲେ | କିନ୍ତୁ ଲକଡାଉନ ଯୋଗୁଁ ଟ୍ରେନ ସେବା ବନ୍ଦ ରହିଛି | ସେଥିପାଇଁ ସେ ସାଥିମାନଙ୍କ ସହ ସାଇକେଲରେ ବାହାରିଥିଲେ |

ଏପ୍ରିଲ ୬ ତାରିଖରେ ଏମାନେ ଗୋଣ୍ଡାରେ ପହଞ୍ଚିଥିଲେ | ବଳରାମପୁର ଗାଁକୁ ପ୍ରବେଶ କରିବା ମାତ୍ରେ ପ୍ରଶାସନ ସୋନୁ ଏବଂ ତାଙ୍କର ୭ଜଣ ସାଥିଙ୍କୁ ଅଟକାଇଥିଲା | ଥର୍ମାଲ ସ୍କ୍ରିନିଙ୍ଗ ପରେ ଏମାନଙ୍କୁ କ୍ଵାରେଣ୍ଟିନ କରାଯାଇଛି | ସୋନୁ କହିଛନ୍ତି ଯଦି ତାଙ୍କୁ ପ୍ରଶାସନ ଅଟକାଇ ନଥାନ୍ତା, ସେ ଯଦି ଘରେ ପହଞ୍ଚି ଯାଇଥାନ୍ତେ ତାହେଲେ ୨-୪ ଜଣଙ୍କ ସହ ଯାଇ ବିବାହ କରିଦେଇଥାନ୍ତେ | କିନ୍ତୁ ଘରକୁ ପହଞ୍ଚିବା ପୂର୍ବରୁ ପ୍ରଶାସନ ତାଙ୍କୁ ନେଇ କ୍ଵାରେଣ୍ଟିନରେ ରଖିଦେଲେ | ଯେଉଁଥିପାଇଁ ତାଙ୍କ ଆଶା ପୂରଣ ହୋଇପାରିଲାନି | ତେବେ କ୍ଵାରେଣ୍ଟିନ ଅବଧିରେ ପୁରା ହେବା ପରେ ସେ ଘରକୁ ଯାଇ ବିବାହ କରିବେ ବୋଲି କହିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.