ମିଛ ପ୍ରେମରେ ବାୟା: ବେଙ୍ଗାଲୁରୁରୁ ସିଧା ବଲାଙ୍ଗୀର, ଶେଷରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲା ଯୁବକ

Published By : Prameya-News7 Bureau | August 06, 2020 IST

ବଲାଙ୍ଗୀର୬/୮: ପରକୀୟା ପ୍ରୀତି ନେଲା ଜୀବନ। ନିଜ ଦେହରେ ପେଟ୍ରୋଲ ଢ଼ାଳି ଆତ୍ମହତ୍ୟା କଲେ ଯୁବକ। ମିଳିଥିବା ସୂଚନା ମୁତାବକ, ଗତକାଲି ସେ ବେଙ୍ଗାଲୁରୁରୁ ଫେରି ବଲାଙ୍ଗୀରରେ ପହଁଞ୍ଚି ନିଜ ଦେହରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇଥିବା ଜଣାପଡିଛି। ପ୍ରେମ ପାଇଁ ସୁଦୂର ବେଙ୍ଗାଲୁରୁ ରୁ ବଲାଙ୍ଗୀରକୁ ଧାଇଁ ଆସିଥିଲେ ଏହି ଯୁବକ। ସେପଟେ ପ୍ରେମିକାଙ୍କ ବାରମ୍ବାର ପ୍ରତାରଣା ପରେ ଏବେ ଆତ୍ମହତ୍ୟା କରି ଆରପାରିରେ ପ୍ରେମିକ।  ଆଜି କୋଲକାତାରୁ ତାଙ୍କ ପରିବାର ଲୋକ ଆସିବା ପରେ ତାଙ୍କ ମୃତ ଦେହକୁ ପୋଷ୍ଟମର୍ଟମ କରାଯାଇଛି।  ତେବେ ଏଭଳି ଆତ୍ମହତ୍ୟାର କାରଣ ପରକୀୟା ପ୍ରୀତିରୁ ବୋଲି କହିଛନ୍ତି ପରିବାର ଲୋକ। ସେପଟେ ପୋଲିସ ଦ୍ବାରସ୍ଥ ହୋଇଛନ୍ତି ପରିବାର ଲୋକେ। 

କାଲି ଯୁବକ ଜଣଙ୍କ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଜଳି ଯାଇଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଛି। ସୁଦୂର ବେଙ୍ଗାଲୁରୁରୁ ଆସି ବଲାଙ୍ଗୀରରେ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଏବେ ଚର୍ଚ୍ଚା ବିଷୟ ପାଲଟିଛି।  ହେଲେ ଆଜି ଆତ୍ମହତ୍ୟାର ମିଷ୍ଟ୍ରି ପଦାରେ ପଡିଛି। ପରକୀୟା ପ୍ରୀତି ପାଇଁ ଯୁବକ ଜଣକ ଆତ୍ମହତ୍ୟା କରିଥିବା ତାଙ୍କ ପରିବାର ଲୋକ କହିଛନ୍ତି। ତେବେ ମୃତ ଯୁବକ ଇନ୍ଦ୍ରନିଲ ଚକ୍ରବର୍ତ୍ତୀ। ଇନ୍ଦ୍ରନିଲ ଓ ତାଙ୍କ ଜଣେ ସାଙ୍ଗ ଆମେରିକାଠାରେ ଟାଟା କମ୍ପାନୀରେ କାମ କରିବା ସହ ସେଠାରେ ରହୁଥିଲେ। ପରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଟ ସମ୍ପର୍କ ହେବା ସହ ଇନ୍ଦ୍ରନିଲ ତାଙ୍କ ସାଙ୍ଗଙ୍କ ସ୍ତ୍ରୀଙ୍କ ସହ ଗଢି ଉଠିଥିଲା ସମ୍ପର୍କ। ଏ ନେଇ ଦୁହେଁ ଭଲ ପାଇ ବସିଥିଲେ। 

ତେବେ ଇନ୍ଦ୍ରନିଲ ତାଙ୍କ ସ୍ତ୍ରୀକୁ ଛାଡପତ୍ର ଦେବା ସହ ତାଙ୍କୁ ବାହା ହେବା ପାଇଁ କହିଥିଲା ତାଙ୍କ ସାଙ୍ଗଙ୍କ ସ୍ତ୍ରୀ।  ଏନେଇ ଇନ୍ଦ୍ରନିଲ ଛାଡପତ୍ର ଦେବା ପାଇଁ କହିଥିଲେ। ହେଲେ କିଛି ମାସ ସମ୍ପର୍କରେ ରହିବା ପରେ ତାଙ୍କ ସାଙ୍ଗଙ୍କୁ ସବୁ କଥା ଜଣାପଡିବା ପରେ ତାଙ୍କ ସାଙ୍ଗ ସ୍ତ୍ରୀ ଇନ୍ଦ୍ରନିଲଙ୍କ ସହ କଥା ବାର୍ତ୍ତା ବନ୍ଦ କରି ଦେଇଥିଲେ। ତେବେ ଏନେଇ ବାରମ୍ବାର ତାଙ୍କ ସାଙ୍ଗଙ୍କୁ ଇନ୍ଦ୍ରନିଲ ଫୋନ ମେସେଜ ମଧ୍ୟ କରିଥିଲେ ଓ ଆତ୍ମହତ୍ୟା କରି ଦେବାକୁ ଧମକ ଦେଇଥିଲେ। ତେବେ ଇନ୍ଦ୍ରନିଲଙ୍କ ସାଙ୍ଗଙ୍କ ଘର ବଲାଙ୍ଗୀରରେ ଥିବାରୁ ସେ ବଲାଙ୍ଗୀର ଆସି ଏଭଳି କାଣ୍ଡ କରିଥିବା ଜଣାପଡିଛି।

ସେପଟେ ଗତ କାଲି ଡ୍ୟାମ ପଡାରେ ତାଙ୍କ ଅଧାପୋଡା ଦେହ ଦେଖିବା ସହ ସ୍ଥାନୀୟ କିଛି ଯୁବକ ତାଙ୍କୁ ଉଦ୍ଧାର କରି ବଲାଙ୍ଗୀର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ତାଙ୍କ ଚିକିତ୍ସା କରାଯାଇଥିଲା। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ତାଙ୍କ ପରିବାର ଲୋକଙ୍କ ଖବର ଦେଇଥିଲା ଟାଉନ ଥାନା ପୋଲିସ।  ଆଜି ପଶ୍ଚିମବଙ୍ଗରୁ ମୃତ ଇନ୍ଦ୍ରନିଲଙ୍କ ସ୍ତ୍ରୀ , ତାଙ୍କ ବାପା ଓ ତାଙ୍କ ସମ୍ପର୍କିୟ ବଲାଙ୍ଗୀର ଠାରେ ପହଞ୍ଚିଥିଲେ। ତାଙ୍କ ପରିବାର ଲୋକ ଆସିବା ପରେ ସମସ୍ତ ଘଟଣା ସମ୍ମୁଖକୁ ଆସିବା ସହ ଯୁବକଙ୍କ ପୋଷ୍ଟ ମର୍ଟମ କରି ମୃତ ଶବକୁ ହସ୍ତାନ୍ତର କରାଯାଇଛି। ତେବେ ତାଙ୍କ ବାପା ସମସ୍ତ ଘଟଣାକୁ ନେଇ ସେହି ପରକୀୟା ପ୍ରୀତି ପାଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରୁଥିବା ଦାବି କରିଛନ୍ତି। ସେପଟେ ବଲାଙ୍ଗୀରକୁ କାହିଁ କି ଆସି ଏଭଳି କଲେ ଆତ୍ମହତ୍ୟା ? କଣ ରହିଛି କାରଣ ? ତାଙ୍କ ସାଙ୍ଗ କିଏ ଓ କଉଠି ଏବେ ସେ ଓ ତାଙ୍କ ସ୍ତ୍ରୀ ସେ ସବୁକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.