Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପଡୋଶୀଙ୍କ ପାରା ନଫେରାଇବାରୁ ରାଗି ଗଲା ଯୁବକ, ଗୋଡାଇ ଗୋଡାଇ ଖଣ୍ଡାରେ ହାଣିଲା

31/01/2021 at 7:53 PM

ଚଣ୍ଡୀଗଡ ୩୧/୦୧ : ପଡୋଶୀ ଘରର ପାରା ନଫେରାଇବା ଜଣେ ବ୍ୟକ୍ତିଙ୍କୁ ମହଙ୍ଗା ପଡିଛି । ଫଳସ୍ବରୂପ ଉକ୍ତ ବ୍ୟକ୍ତିଙ୍କୁ ନିଜ ଜୀବନ ଦେବାକୁ ପଡିଛି । ପଞ୍ଜାବ ସଙ୍ଗରୁର୍‌ ନିକଟସ୍ଥ ଭୁମସୀରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପୋଲିସ କହିବା ମୁତାବକ ରଣବୀର ସିଂହ ନାମକ ଜଣେ ଚାଷୀଙ୍କର ପାରାମାନଙ୍କୁ ପାଳିବା ସୌକିନ୍‌ ଥିଲା । ତେବେ ତାଙ୍କ ପଡୋଶୀ ଗୁରପ୍ରୀତ ସିଂହଙ୍କ ଘରେ ମଧ୍ୟ କିଛି ପାରା ଥିଲେ ।

ସୂଚନା ଅନୁସାରେ ଗୁରପ୍ରୀତଙ୍କ ପାରା ରଣବୀରଙ୍କ ଘରପାଖକୁ ଉଡିଆସିଥିଲେ । ତେବେ ଗୁରପ୍ରୀତ ସିଂହ ତାଙ୍କ ପାରାମାନଙ୍କ ମଧ୍ୟରୁ ଗୋଟଏକୁ ରଖିଦେଇଥିଲେ । ୪୦ ବର୍ଷୀୟ ରଣବୀର, ଗୁରପ୍ରୀତଙ୍କ ପାରା ଫେରାଇବା ପାଇଁ ମନା କରିଦେଇଥିଲେ । ଏହା ପରେ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଯାଇଥିଲା ।

ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହେବାପରେ ରଣବୀରଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ ଗୁରପ୍ରୀତ । ଗୁରୁତର ଅବସ୍ଥା​‌ରେ ତାଙ୍କୁ ହସ୍ପିଟାଲ​‌ରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ରଣବୀର ସିଂହଙ୍କ ପତ୍ନୀ ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ଅମରଗଡ ପୋଲିସ ଗୁରପ୍ରୀତଙ୍କ ବିରୁଦ୍ଧରେ ଆଇପିସିର ଧାରା ୩୦୨,୧୨୦ ଏବଂ ୩୪ ଅନୁଯାୟୀ ମାମଲା ରୁଜୁ କରିଛି ।

ତେବେ ବର୍ତ୍ତମାନ ସୁଦ୍ଧା ଗୁରପ୍ରୀତ ସିଂହ ଫେରାର ଅଛି । ପରିବାର ଲୋକଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ କରି ଗୁରପ୍ରୀତକୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ପୋଲିସ ।

   Related Posts