ଡ଼ଙ୍ଗା ଖେଳରୁ କାଳ: ପୋଖରୀରେ ବୁଡ଼ିଗଲେ ଯୁବକ ଓ ନାବାଳିକା ଭଉଣୀ, ଅନ୍ୟ ଜଣେ ଗୁରୁତର
17/03/2020 at 5:18 PM

ରାୟଗଡ଼ା୧୭/୩: ରାୟଗଡ଼ା ଜିଲ୍ଲା କେଲନରା ବ୍ଳକ ଅନ୍ତର୍ଗତ ମୁକୁନ୍ଦପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ୨ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଜଣେ ଯୁବକ, ଅନ୍ୟ ଜଣେ ନାବାଳିକା। ଜଣେ ନାବାଳିକା ଏବଂ ଜଣେ ନାବାଳକ ଡ଼ଙ୍ଗା ତିଆରି କରି ପୋଖରୀରେ ଜଣେ ଯୁବକ ସହ ଖେଳୁଥିଲେ। ଏମାନଙ୍କ ମଧ୍ୟରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶୁଭମ ନାମକ ଜଣେ ନାବାଳକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ମୃତକ ହେଲେ ୨୨ ବର୍ଷ ବୟସ୍କ ମନୁ ସାହୁ ଏବଂ ୧୧ ବର୍ଷ ବୟସ୍କା ତାଙ୍କ ସଂପର୍କୀୟ ଭଉଣୀ। ଏଥିସହ ୧୪ ବର୍ଷ ବୟସ୍କ ଶୁଭମ ଗୁରୁତର ଅବସ୍ଥାରେ ଜିଲ୍ଲା ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ଚାଲିଛି।
ମଙ୍ଗଳବାର ମଧାହ୍ନ ସମୟରେ ଏହି ଘଟଣା ଘଟିଛିା ଘଟଣା ଅନୁସାରେ ଶିବାନୀ, ମନୁ ଏବଂ ଶୁଭମ ମିଶି ଡଙ୍ଗା କରି ପୋଖରୀରେ ଖେଳୁଥିଲେ। ପୋଖରୀରେ ମଝିରେ ହଠାତ ଡ଼ଙ୍ଗା ଭାଙ୍ଗିଯିବାରୁ ତିନିଜଣ ପାଣିରେ ବୁଡ଼ି ଯାଇଥିଲେ। ଏମାନଙ୍କ ଭିତରୁ କେହି ବି ପହଁରା ଶିଖି ନଥିଲେ। ତେଣୁ ୩ ଜଣ ପାଣିରେ ବୁଡ଼ି ଯାଇଥିଲେ। ପୋଖରୀ ନିକଟରେ କେହି ନଥିବାରୁ ତିନିଜଣ କିଛି ସମୟ ପାଣିରେ ବୁଡ଼ି ରହିଥିଲେ। କିଛି ସମୟ ପରେ ସ୍ଥାନୀୟ ଲୋକେ ଦେଖି ତିନିଜଣଙ୍କୁ ଉଦ୍ଧାର କରିଥିଲେ। ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହକୁ ପୋଷ୍ଟମର୍ଟମ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ୍