Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଅବୈଧ ସମ୍ପର୍କରୁ ଯୁବକକୁ ହତ୍ୟା- ହତ୍ୟା ପାଇଁ ପତିଙ୍କୁ ସାହାଯ୍ୟ କଲା ପତ୍ନୀ, ୩ ମାସ ପରେ ହେଲା ଘଟଣାର ପର୍ଦ୍ଦାଫାଶ…

6/10/2019 at 6:12 PM

ଚିତ୍ରକୁଟା୬|୧୦: ୩ ମାସ ତଳର ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ଚିତ୍ରକୁଟା ପୋଲିସ। ପ୍ରକୃତ ଘଟଣା ସାମ୍ନାକୁ ଆସିବା ମାତ୍ରେ ଅଭିଯୁକ୍ତ ଯୁବକକୁ ପୋଲିସ ଗିରଫ କରିଛି। ହତ୍ୟାକାଣ୍ଡରେ ସଂପୃକ୍ତ ମହିଳା ଅର୍ଥାତ ଅଭିଯୁକ୍ତ ଯୁବକର ପତ୍ନୀ ଏବେ ଫେରାର ରହିଛି। ଘଟଣା ସଂପର୍କରେ ଅଭିଯୁକ୍ତକୁ ପୋଲିସ ପଚରାଉଚାର କରିବା ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ସାମ୍ନାକୁ ଆସିଛି। ଅଭିଯୁକ୍ତ କହିବା ଅନୁସାରେ ତାଙ୍କ ସ୍ତ୍ରୀ ଜଣେ ଯୁବକଙ୍କ ସହ ଅବୈଧ ସଂପର୍କ ରଖୁଥିଲେ। ଅଭିଯୁକ୍ତ ସ୍ବାମୀ ଜାଣିବା ପରେ ତାଙ୍କ ପତ୍ନୀର ପ୍ରେମିକାଙ୍କ ଗଳା କାଟି ସେ ହତ୍ୟା କରିଥିଲା। ଅଭିଯୁକ୍ତ ସ୍ବାମୀର କହିବା ଅନୁସାରେ ପୋଲିସ ଘଟଣା ସ୍ଥଳରୁ ମୃତ ଯୁବକଙ୍କ କଙ୍କାଳ ଜବତ କରିଛି।

ସୂଚନାଯୋଗ୍ୟ ଯେ, ମୃତ ଧୀରଜ ସାଇନି ବାନ୍ଦାର ବିସଣ୍ଡାରେ ରହୁଥିଲେ। କୋତଓ୍ବାଲିର କଟରା ଗୁଦର ଅଞ୍ଚଳରେ ରହୁଥିବା ଅଭିଯୁକ୍ତ ଉଦଲ ଶର୍ମାର ପତ୍ନୀ ଓ ଧୀରଜଙ୍କ ମଧ୍ୟରେ ଅବୈଧ ସଂପର୍କ ଗଢ଼ି ଉଠିଥିଲା। ୨୦୧୯ ମସିହା ଜୁଲାଇ ମାସରେ ଧୀରଜ ତାଙ୍କ ପ୍ରେମିକା ଅର୍ଥାତ ଉଦଲ ଶର୍ମାର ପତ୍ନୀଙ୍କୁ ଦେଖା କରିବା ଲାଗି କଟରା ଗୁଦରକୁ ଆସିଥିଲେ।

ସ୍ବାମୀ ଉଦଲ ଘରେ ନଥିବା ଅବସ୍ଥାରେ ସେମାନେ ଅବୈଧ ସଂପର୍କ ରଖୁଥିଲେ। ସେହି ଦିନ କିନ୍ତୁ ଅଭିଯୁକ୍ତ ଉଦଲ କାମକୁ ଯିବା ବଦଳରେ ଘରକୁ ଫେରି ଆସଥିଲା। ଧୀରଜ ଓ ତାଙ୍କ ପତ୍ନୀକୁ ଆପତ୍ତିଜନକ ଅବସ୍ଥାରେ ସେ ଦେଖିଥିଲା। ପତ୍ନୀ ଓ ଧୀରଜଙ୍କୁ ସେ ନିର୍ଧୁମ ବାଡ଼େଇଥିଲା।

ଏହାପରେ ଉଦଲ ଶର୍ମା ଭୀଷଣ ରାଗିଯାଇ ଧୀରଜ ସାଇନୀଙ୍କ ଗଳାକାଟି ହତ୍ୟା କରିଥିଲା। ଧୀରଜଙ୍କ ମୃତ ଶରୀରକୁ ନେବାରେ ଅଭିଯୁକ୍ତର ପତ୍ନୀ ମଧ୍ୟ ସାହାଯ୍ୟ କରିଥିବା କଥା ଅଭିଯୁକ୍ତ ପୋଲିସ ସାମ୍ନାରେ କହିଛି। ଏହାପରେ ନିଜ ପତ୍ନୀଙ୍କ ସହ ଉଦଲ କୁଆଡେ ଗାୟବ ହୋଇଥିଲା। ଗତ ଶନିବାର ଦିନ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ପ୍ରକୃତ ଘଟଣାର ପର୍ଦ୍ଦାଫାଶ କରିଛି।

   Related Posts